କ୍ୟାବିନେଟ ମନ୍ତ୍ରୀଙ୍କ ହତ୍ୟା, ମମିତା ହତ୍ୟାକାଣ୍ଡ, ଗରିବଙ୍କ ଟଙ୍କା ବାଟମାରଣା, ଦାଦନ ସମସ୍ୟା କ’ଣ ୨୫ବର୍ଷ ଶାସନର ପ୍ରତିଫଳନ ? ଧର୍ମେନ୍ଦ୍ର ପ୍ରଧାନ

0
171

By Our Correspondent

BHUBANESWAR: ଓଡ଼ିଶାରେ କ୍ୟାବିନେଟ ମନ୍ତ୍ରୀଙ୍କ ହତ୍ୟା, ମମିତା ମେହେର ହତ୍ୟାକାଣ୍ଡରେ ଶାସକ ଦଳର ନେତାଙ୍କ ସମ୍ପୃକ୍ତି ଓ ଦାଦନ ସମସ୍ୟା ଯଦି ୨୫ବର୍ଷ ଶାସନର ପ୍ରତିଫଳନ ତେବେ ମହାପ୍ରଭୁଙ୍କ ଶରଣରେ ଯିବାକୁ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ସମ୍ପର୍କୀତ ଗଣମାଧ୍ୟମର ପ୍ରଶ୍ନରେ ଶ୍ରୀ ପ୍ରଧାନ କହିଛନ୍ତି ଯେ କେଉଁ ରାଜ୍ୟରେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ପୋଲିସ ଗୁଳି କରୁଛି ? କେଉଁ ରାଜ୍ୟରେ ମମିତା ମେହେର ଭଳି ଝିଅର ନୃଶଂସ ହତ୍ୟା ହେଉଛି, ଯେଉଁ ଘଟଣାରେ ଶାସକ ଦଳର ମନ୍ତ୍ରୀ ଓ ବିଧାୟକଙ୍କ ସମ୍ପୃକ୍ତି ରହିଛି  ? ଜନଜାତିଙ୍କ ଜମି ବିକ୍ରି କରିବା ପାଇଁ ଷଡଯନ୍ତ୍ର କରିବା ଓ ଲୋକଙ୍କୁ ପାଣି ମୁନ୍ଦେ ଦେବାରେ ବିଫଳ ହେବା କ’ଣ ରୂପାନ୍ତରଣ କି ?

କେଉଁ ରାଜ୍ୟରେ ଦୁର୍ନୀତି କରିବା ପାଇଁ  ୨୫ ବର୍ଷ ହେବ ଅବକାରୀ ନୀତି ବଦଳାଯାଇନାହିଁ ? ବିଭିନ୍ନ ପ୍ରକଳ୍ପ ଓ ଭିତ୍ତିଭୂମି ବିକାଶ ପାଇଁ ମୋଦି ସରକାର ଓଡ଼ିଶାକୁ ବିଗତ ବର୍ଷରେ ୧୮ ଲକ୍ଷ କୋଟି ଟଙ୍କା ଦେଇଛନ୍ତି । ତେବେ  କେଉଁ ରାଜ୍ୟରେ ଗରିବ ଲୋକଙ୍କ ପାଇଁ ଏତେମାତ୍ରାରେ ଆସୁଥିବା ଟଙ୍କା ବାଟମାରଣା ହେଉଛି ? ଆଜି ଓଡ଼ିଶାରେ ସାଢେ ୪ କୋଟି ଲୋକଙ୍କ ମଧ୍ୟରୁ ୧ କୋଟି ଲୋକ ବାପା ମାଆ ଓ ଆତ୍ମୀୟ ମାନଙ୍କୁ ଛାଡି ରୋଜଗାର ଆଶାରେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ଯଦି ଏହି କଥାକୁ ୨୫ ବର୍ଷ ପରେ କାହାକୁ ରୂପାନ୍ତରଣ ଲାଗୁଛି ତେବେ ମହାପ୍ରଭୁଙ୍କ ଶରଣରେ ପଶିବାଟା ଉଚିତ୍ ହେବ । 

ଗଣମାଧ୍ୟମର କଂଗ୍ରେସ ସାଂସଦ ଧୀରଜ ସାହୁ ଧରାପଡିବା ଘଟଣାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ କଂଗ୍ରେସ ସରକାରର ଏଟିଏମ ଥିଲେ ଧୀରଜ ସାହୁ । ଜବତ ହୋଇଥିବା ଶହ ଶହ କୋଟି ଟଙ୍କା କାହାର ? ଏ ଟଙ୍କା ଆସିଲା କେଉଁଠୁ?  ଏହି ଟଙ୍କାର ଲାଭାର୍ଥୀ କେଉଁମାନେ ? ଯେଉଁମାନେ ଏହାର ଲାଭାର୍ଥୀ ଥିଲେ, ସେମାନଙ୍କୁ ଉତ୍ତର ଦେବାକୁ ପଡ଼ିବ । ଝାଡଖଣ୍ଡ, ପଶ୍ଚିମବଙ୍ଗ,  ଓଡ଼ିଶା ଭଳି ରାଜ୍ୟର ଅବକାରୀ ନୀତିର ନିର୍ଦ୍ଧାରକ ଥିଲେ ଧୀରଜ ସାହୁ । ଯେଉଁ ଘଟଣା ଘଟିଲା, ଓଡ଼ିଶାର ଦୁର୍ନୀତିର ଉଇ ଲାଗିଥିବା ଅବକାରୀ ନୀତିର ହିଁ ମୁଖ୍ୟ କାରଣ । ଯେଉଁମାନେ ସଂଶ୍ଳିଷ୍ଟ ଅଛନ୍ତି, ସେମାନଙ୍କୁ ଉତ୍ତର ଦେବା ପାଇଁ ପଡିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here