By RTI Activist Srikant Pakal
BHUBANESWAR: ଆପଣ ମାନଙ୍କୁ ଜଣାଥିବା ଭି କେ ପାଣ୍ଡିଆନ ଙ୍କ ପତ୍ନୀ ସୁଜାତା କାର୍ତିକେୟନ ପାଣ୍ଡିଆନ ଗତ ମାର୍ଚ୍ଚ 13 ତାରିଖରେ ପ୍ରଶାସନିକ ସେବାରୁ ସେବାନିବୃତି ବା VRS ନେଇଛନ୍ତି . ସାଧାରଣ ଭାବେ ଯାହା ଆଶା କରାଯାଉଥିଲା , ପାଣ୍ଡିଆନ ଦମ୍ପତି ଓଡିଶା ଛାଡି ପଳେଇବେ . କିନ୍ତୁ ଦେଖାଗଲା ପାଣ୍ଡିଆନ ନବୀନ ନିବାସ କୁ ଯିବା ଆସିବା ଲାଗିରହିଛି କିନ୍ତୁ ସୁଜାତା କାର୍ତିକେୟନ ଙ୍କର କୌଣସି ଖୋଜ ଖବର ନାହିଁ .
ଏଭଳି ସ୍ଥିତିରେ କୌତୁହଳ ହୋଇ ମୁଁ ଗତ 01.06.2025 ରିଖରେ ସାଧାରଣ ପ୍ରଶାସନ ବିଭାଗ କୁ ସୁଜାତା ପାଣ୍ଡିଆନ ଙ୍କର ସରକାରୀ କ୍ୱାର୍ଟର କାହାକୁ ଦିଆଯାଇଛି , ସେ କ୍ୱାର୍ଟର ଛାଡିଛନ୍ତି କି ନାହିଁ , ଯଦି ସେ କ୍ୱାର୍ଟର ଛାଡିଛନ୍ତି ତେବେ ସରକାର ଏହାର ଦାୟିତ୍ବ କାହାକୁ ଦେଇଛନ୍ତି , ଇତ୍ୟାଦି ପ୍ରଶ୍ନ ମାଗିଥିଲି .
ଫଳରେ ସାଧାରଣ ପ୍ରଶାସନ ବିଭାଗ ଗତ 09.06.2025 ରିଖରେ ସମ୍ପୂର୍ଣ ତଥ୍ୟ ନଦେଇ କେବଳ ଏତିକି ତଥ୍ୟ ଦେଲା , କ୍ୱାର୍ଟର ନମ୍ବର VIR 7 ,Unit-Vi ଟି ଗତ 29.05.2025 ରିଖରେ ଆଇପିଏସ ପ୍ରତିକ ମହାନ୍ତିଙ୍କୁ ଅନୁମୋଦନ କରାଯାଇଛି ଯିଏ ଏବେ ଛୁଟିରେ ଅଛନ୍ତି .ଅର୍ଥାତ ସୁଜାତା ପାଣ୍ଡିଆନ ଭିଆରଏସ ନେବାର 2 ମାସ ପରେ ଉକ୍ତ କ୍ୱାର୍ଟର ଟିକୁ ପ୍ରତୀକ ମହାନ୍ତିଙ୍କୁ ଅନୁମୋଦନ କରାଯାଇଛି .
ଏଭଳି ଉତ୍ତର ପାଇଁ ମୁଁ ଭାବିଲି ଆଇପିଏସ ପ୍ରତୀକ ମହାନ୍ତି ହୁଏତ ଏହି କ୍ୱାର୍ଟର ରେ ରହୁଥିବେ . କିନ୍ତୁ ଗତ 21.06.2025 ରିଖରେ ସାଧାରଣ ପ୍ରଶାସନ ବିଭାଗରୁ ଆଉ ଏକ ଚିଠି ପାଇଲି ଯେଉଁଥିରେ ଉତ୍ତର ମିଳିଲା ” ଆରଆଣ୍ଡବି ସେକ୍ସନ ଅଫିସ ର ସୂତ୍ରରୁ ଯାହା ତଥ୍ୟ ମିଳିଛି ଏବଂ ଅନଲାଇନ କ୍ୱାର୍ଟର ମ୍ୟାନେଜମେଣ୍ଟ ସିଷ୍ଟମ 2.0 ରୁ ଯେଉଁ ତଥ୍ୟ ମିଳିଛି ସେଥିରେ ଜଣାପଡୁଛି ସୁଜାତା ପାଣ୍ଡିଆନ ଉକ୍ତ କ୍ୱାର୍ଟର ନମ୍ବର VIR 7 ଏପର୍ଯ୍ୟନ୍ତ ଛାଡ଼ିନାହାନ୍ତି .
ହେଲେ ସୁଜାତା ପାଣ୍ଡିଆନ ତ ଏବେ ଓଡିଶା ରେ ରହୁନାହାନ୍ତି ତେବେ ଉକ୍ତ କ୍ୱାର୍ଟର ରେ କିଏ ରହୁଛି ? ଯଦି ଉକ୍ତ କ୍ୱାର୍ଟର କୁ ତା 29.05.2025 ରିଖରେ ପ୍ରତୀକ ମହାନ୍ତିଙ୍କୁ ଅନୁମୋଦନ କରାଗଲା ତେବେ ସୁଜାତା ପାଣ୍ଡିଆନ କିଭଳି ଉକ୍ତ କ୍ୱାର୍ଟର ଟିକୁ ନିଜ ଦଖଲ ରେ ରଖିଛନ୍ତି ? ପ୍ରତୀକ ମହାନ୍ତି ଛୁଟିରେ ଥିଲାବେଳେ ତାଙ୍କୁ ହିଁ କାହିଁକି ଉକ୍ତ କ୍ୱାର୍ଟର ଅନୁମୋଦନ କରାଗଲା ଯେତେବେଳେ ସେ ଆବେଦନ କରିନାହାନ୍ତି ଏବଂ ଯଦି ତାଙ୍କୁ ଅନୁମୋଦନ କରାଗଲା ତେବେ ସାଧାରଣ ପ୍ରଶାସନ ବିଭାଗ ଉକ୍ତ କ୍ୱାର୍ଟର କୁ କାହିଁକି ନିଜ ହେପାଜତ କୁ ନେଲେନାହିଁ ?
ଏସବୁ ର ଉତ୍ତର ହେଉଛି , କେବଳ ସରକାର ଙ୍କର କାୟା ବଦଳିଛି କିନ୍ତୁ ସରକାରୀ ଅଧିକାରୀଙ୍କ ଚରିତ୍ର ସମାନ ରହିଛି , ଅର୍ଥାତ ଏବେ ବି ପ୍ରଶାସନ ର ବିଭିନ୍ନ ବିଭାଗ ରେ ପାଣ୍ଡିଆନ ମାର୍କା ଅଫିସର ପାଣ୍ଡିଆନ ଦମ୍ପତିଙ୍କ ପାଇଁ କାମ କରୁଛନ୍ତି .
ଯିଏ ଛୁଟି ରେ ଅଛି ଉକ୍ତ କ୍ୱାର୍ଟର କୁ ତାଙ୍କରି ନାଁରେ ଅନୁମୋଦନ କରି ପାଣ୍ଡିଆନ ଦମ୍ପତିଙ୍କୁ ଏଠାରେ ରହିବା ପାଇଁ ସୁଯୋଗ ଦେଇଛନ୍ତି ଏବଂ ଉକ୍ତ କ୍ୱାର୍ଟର ନିଜ ହେପାଜତ କୁ ନେଉ ନାହାନ୍ତି , ଫଳରେ ସୁଜାତା ଙ୍କ ବଦଳରେ ଭିକେ ପାଣ୍ଡିଆନ ଉକ୍ତ କ୍ୱାର୍ଟର ରେ ରହୁଛନ୍ତି ଏବଂ ବରାବର ନବୀନ ନିବାସ ଯାଇ ବିଜେଡି କୁ ନିୟନ୍ତ୍ରଣ କରୁଛନ୍ତି . ଖାଲି ସେତିକି ନୁହେଁ ମୋହନ ମାଝି ସରକାର ମଧ୍ୟ ଭିକେ ପାଣ୍ଡିଆନ ଙ୍କୁ ପର୍ଯ୍ୟାପ୍ତ ସିକୁରିଟି ଅଫିସର ଙ୍କୁ ତାଙ୍କ ସୁରକ୍ଷା ପାଇଁ ନିୟୋଜିତ କରିଛନ୍ତି ,ଯାହାକି ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମିଳିଛି .
ମୋଟାମୋଟି ବୁଝିବାକୁ ଗଲେ ମୋହନ ମଝି ସରକାର ଯାହାଙ୍କୁ ବିରୋଧ କରି କ୍ଷମତାକୁ ଆସିଲେ ବରଂ ତାଙ୍କୁ ହିଁ ଏବେ ସମସ୍ତ ପ୍ରକାର ସୁରକ୍ଷା ଦେଇଆସୁଛନ୍ତି . ତାଙ୍କୁ ହିଁ ବଢ଼େଇ ଚଢେଇ ନିଜ (ବିଜେପି ) ବିରୋଧରେ ଲଢିବାପାଇଁ ସୁଯୋଗ ତିଆରି କରୁଛନ୍ତି . ଯେତେବେଳେ ମୋହନ ସରକାର ନିଜେ ପାଣ୍ଡିଆନ ଦମ୍ପତିଙ୍କୁ ସୁରକ୍ଷା ଦେଇଚାଲିଛନ୍ତି ସେତେବେଳେ ପ୍ରଶାସନିକ ଅଧିକାରୀ ଏବଂ ତଳିଆ ଅଫିସର ପାଣ୍ଡିଆନ ଙ୍କ ପାଇଁ କାମ ନକରି କଣ ମୋହନ ମାଝି ସରକାର ଙ୍କ ପାଇଁ କାମ କରିବେ ?
ରାଜ୍ୟରେ ଏଭଳି ବିଚିତ୍ର , କିମ୍ଭୁତକାର ସରକାର ଚାଲିଛି ଯିଏକି ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିବାକୁ ଉର୍ବର ଭିତ୍ତିଭୂମି ତିଆର କରୁଛନ୍ତି