କେନ୍ଦ୍ର ସରକାରଙ୍କ ନୂତନ ତଥା ଅକ୍ଷୟ ଶକ୍ତି ମନ୍ତ୍ରାଳୟ ଅଧିନସ୍ଥ IREDA ଠାରୁ 10 ଗୋଟି ବିଦ୍ୟୁତ ଚାଳିତ ଗାଡି ଭକ୍ତଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରିଛନ୍ତି

0
79

By Our Correspondent

PURI: କେନ୍ଦ୍ର ସରକାରଙ୍କ ନୂତନ ତଥା ଅକ୍ଷୟ ଶକ୍ତି ମନ୍ତ୍ରାଳୟ ଅଧିନସ୍ଥ IREDA ଠାରୁ  10 ଗୋଟି ବିଦ୍ୟୁତ ଚାଳିତ ଗାଡି ଭକ୍ତଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରିଛନ୍ତି । ଏଥି ସହିତ ଗାଡିଗୁଡିକର ରକ୍ଷଣାବେକ୍ଷଣ ଏବଂ ପରିଚାଳନା ବାବଦରେ ମଧ୍ୟ ଆଗାମୀ 3 ବର୍ଷ ଲାଗି ବ୍ୟବସ୍ଥା ଗ୍ରହଣ କରିବାକୁ IREDA ସହମତି ପ୍ରକାଶ କରିଛି ।

ଗାଡି ପ୍ରଦାନ ସଂକ୍ରାନ୍ତରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏସଂକ୍ରାନ୍ତରେ କେନ୍ଦ୍ର ଅକ୍ଷୟ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଏନେଇ ଅନୁରୋଧ କରିଥିଲେ । କେନ୍ଦ୍ର ମନ୍ତ୍ରୀ ଏଥିରେ ସ୍ବୀକୃତି ପ୍ରଦାନ କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ ଲାଗି IREDAକୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ସନ୍ଦର୍ଭରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ଶ୍ରୀମନ୍ଦିର ପ୍ରଶାସନକୁ ବିଭିନ୍ନ ସମୟରେ ବିଦ୍ୟୁତ ଚାଳିତ ଗାଡି ପ୍ରଦାନ ଏବଂ ବିଭିନ୍ନ ପ୍ରକଳ୍ପ ପାଇଁ ବହୁ ରାଷ୍ଟ୍ରାୟତ୍ତ ତଥା ଘରୋଇ ସଂସ୍ଥା ପ୍ରଯୋଜନା କରୁଛନ୍ତି । କିନ୍ତୁ ଥରେ ଜିନିଷ କିମ୍ବା ପ୍ରକଳ୍ପ ଲାଗି ଆର୍ଥିକ ପ୍ରଯୋଜନା ପ୍ରଦାନ କରି ସଂମ୍ପୃକ୍ତ ସଂସ୍ଥାଗୁଡିକ ନିଜ ନାମ ସେହି ପ୍ରକଳ୍ପ କିମ୍ବା ଗାଡିରେ ବ୍ୟବହାର କରି ପ୍ରଶଂସା ଗୋଟାଉଛନ୍ତି ।

ହେଲେ ଏହାର ରକ୍ଷଣାବେକ୍ଷଣ ବାବଦରେ ଶ୍ରୀମନ୍ଦିର ପ୍ରଶାସନକୁ ଖର୍ଚ୍ଚାନ୍ତ ହେବାକୁ ପଡୁଛି । ତେଣୁ ଏଣିକି ଯେଉଁ ଗାଡି କିମ୍ବା ପ୍ରକଳ୍ପର ରକ୍ଷଣାବେକ୍ଷଣ ତଥା ପରିଚାଳନା ପାଇଁ ଅତି କମରେ 3 ବର୍ଷ ଲାଗି କୌଣସି ସଂସ୍ଥା ପ୍ରଯୋଜନା ନ କରିବେ, ତାହାଲେ ତାହା ଗ୍ରହଣ କରାଯିବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ନୀତିଗତ ନିଷ୍ପତ୍ତି ନେଇଛି ବୋଲି  ମୁଖ୍ୟ ପ୍ରଶାସକ ସ୍ପଷ୍ଟ କରିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here