କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ଗ୍ରାମର ୫୭୧ ପରିବାରକୁ ବଗପାଟିଆଠାରେ ପୁନର୍ବାସ କଲୋନୀରେ ଥଇଥାନ କରାଯାଇଛି, ବଗପାଟିଆ ପୁନର୍ବାସ ପ୍ରକଳ୍ପର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରୟାସ ଜାରି ରହିଛି

0
380
ଜଳବାୟୁ ପରିବର୍ତ୍ତନ, ସାମୁଦ୍ରିକ ଜୁଆର ଓ ଝଡ଼ ପ୍ରଭାବରେ ସମାୟାନୁକ୍ରମେ ପ୍ରଭାବିତ ବଙ୍ଗୋପସାଗର କୂଳରେ ଥିବା କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ଗ୍ରାମର ୫୭୧ ପରିବାରକୁ ବଗପାଟିଆଠାରେ ପୁନର୍ବାସ କଲୋନୀରେ ଥଇଥାନ କରାଯାଇଛି। ବଗପାଟିଆ ପୁନର୍ବାସ ପ୍ରକଳ୍ପର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରୟାସ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ନାବାର୍ଡ ପକ୍ଷରୁ ସମ୍ଭାବ୍ୟ ସହଯୋଗ ସମ୍ପର୍କିତ ଏକ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା।

By Our Correspondent

BHUBANESWAR:  ଜଳବାୟୁ ପରିବର୍ତ୍ତନ, ସାମୁଦ୍ରିକ ଜୁଆର ଓ ଝଡ଼ ପ୍ରଭାବରେ ସମାୟାନୁକ୍ରମେ ପ୍ରଭାବିତ ବଙ୍ଗୋପସାଗର କୂଳରେ ଥିବା କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ଗ୍ରାମର ୫୭୧ ପରିବାରକୁ ବଗପାଟିଆଠାରେ ପୁନର୍ବାସ  କଲୋନୀରେ ଥଇଥାନ କରାଯାଇଛି। ବଗପାଟିଆ ପୁନର୍ବାସ  ପ୍ରକଳ୍ପର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରୟାସ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ନାବାର୍ଡ ପକ୍ଷରୁ ସମ୍ଭାବ୍ୟ ସହଯୋଗ ସମ୍ପର୍କିତ ଏକ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା।

ବଗପାଟିଆ ଥଇଥାନ କଲୋନୀରେ ରାଜ୍ୟ ସରକାରଙ୍କ ତରଫରୁ ବିଜୁ ପକ୍କା ଘର ଯୋଜନାରେ ୫୭୧ ଟି ଘର ସମେତ ଅଙ୍ଗନବାଡି କେନ୍ଦ୍ର, ପ୍ରାଥମିକ ସ୍କୁଲ, ହାଇସ୍କୁଲ, ରାଜୀବ ଗାନ୍ଧୀ ସେବା କେନ୍ଦ୍ର, ଗୋଟିଏ ପୋଷ୍ଟ ଅଫିସ, ୬୩ କେ.ଭି.ଏ କ୍ଷମତା ବିଶିଷ୍ଟ ୪ ଟି ଟ୍ରାନସଫରମର ସ୍ଥାପନ ଯାଇଛି। ବିଦ୍ୟୁତ ଲାଇନର ଉନ୍ନତି କରଣ ଓ ବାସିନ୍ଦା ପରିବାରକୁ ଗୋପାଳନ, ଛେଳିପାଳନ,ମାଛ ଚାଷ ଆଦି ଜିବିକା ନିର୍ବାହରେ ସହାୟତା  ପ୍ରୋସାହନ ଦିଆଯିବାର ବ୍ୟବସ୍ଥା କରାଯାଉଛି।

ଥଇଥାନ ହୋଇଥିବା ପରିବାରଗୁଡିକ ପଟ୍ଟା ଓ ଚାଷ ଜମି ବଣ୍ଟନ, ପିଲାମାନଙ୍କ ପାଇଁ ଉତ୍ତମ ଶିକ୍ଷା ସୁବିଧା,ଉତ୍ତମ ସଡ଼କ ଓ ଯୋଗାଯୋଗ, ଅନ୍ୟାନ୍ୟ ମୌଳିକ ଭିତ୍ତିଭୂମି ଆବଶ୍ୟକତାପୂରଣ ପାଇଁ ଆଜି ନାବାର୍ଡ ତରଫରୁ ଆଗତ  ପ୍ରସ୍ତାବରେ ଉପସ୍ଥାପନ କରାଯାଇଥିଲା।

ବଗପାଟିଆ ପୁନର୍ବାସ କଲୋନୀକୁ ଏକ ଆଦର୍ଶ ବସିତି ଭାବେ ପରିଣତ କରାଯାଇ ଏହା ଯେପରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉଦାହରଣ ସୃଷ୍ଟି କରିବ, ସେ ସଂପର୍କରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେବା ସହ ନାବାର୍ଡ କର୍ତ୍ତୃପକ୍ଷକୁ ସବିଶେଷ ଡିପିଆର ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here