କେନ୍ଦ୍ରାପଡା ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିରେ ରାଜଧାନୀରେ ରଣ ହୁଙ୍କାର

0
510

By Our Correspondent

BHUBANESWAR: ଆଜି, କେନ୍ଦ୍ରାପଡା ଜିଲ୍ଲା ମେଡ଼ିକାଲ କଲେଜ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ‘କେନ୍ଦ୍ରାପଡା ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିରେ’ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଗଣ ଧାରଣା ଦିଆଯାଇଥିଲା । ଉକ୍ତ ଗଣ ଧାରଣରେ ବିଭିନ୍ନ ରାଜନୈତିକ ଦଳର ନେତା ଏବଂ ସାମାଜିକ ସଘଂଠନ ଓ ବୁଦ୍ଧିଜୀବୀ, ସଚେତନ ନାଗରିକ ଗଣ ଯୋଗ ଦେଇ “ଦାବି” ଉପସ୍ଥାପନ କରିଥିଲେ । ବିଜେପିର ବରିଷ୍ଠ ନେତା, ଭୁବନ ମୋହନ ଜେନା, ଉମାକାନ୍ତ ପଟ୍ଟନାୟକ, କଂଗ୍ରେସ ନେତା ଗଣେଶ୍ୱର ବେହେରା, ଅଶୁଂମାନ ମାହାନ୍ତି ବିଜେଡି ନେତା ତେଜେଶ୍ୱର ପରିଡ଼ା ଇତ୍ୟାଦି ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତି ବିଶେଷ ଯୋଗଦେଇ ବିଭିନ୍ନ ପ୍ରକାର ମତାମତ ଓ ଦାବି ଉପସ୍ଥାପନ କରିଥିଲେ ।

ବରିଷ୍ଠ ବିଜେପି ନେତା, ଭୁବନ ମୋହନ ଜେନା କହିଥିଲେ; ଯଦି ରାଜ୍ୟ ସରକାର କେନ୍ଦ୍ରାପଡା ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରକୁ ପ୍ରସ୍ତାବ ଦେବେ, ତେବେ ମୁଁ ତିନି ମାସ ମଧ୍ୟରେ କେନ୍ଦ୍ର ରୁ ଅନୁମୋଦନ କରେଇ ଆଣିବି । ଯଦି ମୁଁ ଅନୁମୋଦନ କରେଇ ନପାରିବି ତେବେ ମୁଁ ରାଜନୀତି ଛାଡ଼ି ଦେବି । ରାଜ୍ୟ ସରକାର ପ୍ରସ୍ତାବ ଦିଅନ୍ତୁ, ଅନୁମୋଦନ କରାଇବା ଦାୟିତ୍ୱ ମୋର । କେନ୍ଦ୍ରାପଡା ବାସୀଙ୍କ ସହଯୋଗ ମଧ୍ୟ ଦରକାର ।

ବିଜେଡି ନେତା, ତେଜେଶ୍ୱର ପରିଡ଼ା କହିଥିଲେ; କେନ୍ଦ୍ରାପଡା ଜିଲ୍ଲାର ଲୋକ ପ୍ରତିନିଧି ବିଧାୟକ, ସାସଂଦ ମାନଙ୍କ ଇଚ୍ଛା ଶକ୍ତି ଅଭାବରୁ କେନ୍ଦ୍ରାପଡା ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ସମ୍ଭବ ହେଇପାରୁ ନାହିଁ । ଏବଂ ନିର୍ବାଚନ ସମୟରେ କେନ୍ଦ୍ରାପଡା ବାସୀଙ୍କ ଭୁଲ ନିସ୍ପତି ପାଇଁ ଏପରି ହେଉଛି । ନିର୍ବାଚନ ସମୟରେ ଲୋକ ମାନେ ତାଙ୍କ ଆବଶ୍ୟକତା ଓ ହକ୍ , ପ୍ରଥମେ ଦାବି କରିବା ଦରକାର । କେନ୍ଦ୍ରାପଡାବାସୀ ପ୍ରଥମେ ସରକାରଙ୍କୁ ଦାବି ଦିଅନ୍ତୁ ଯେ ମିତ୍ତଲ ଷ୍ଟିଲ ପ୍ଲାଣ୍ଟ ମହାକାଳପଡ଼ାରେ ପ୍ରକଳ୍ପ କରିବା ସହିତ କେନ୍ଦ୍ରାପଡା ଜିଲ୍ଲାରେ ମେଡ଼ିକାଲ କଲେଜ ତିଆରି କରିବ । ଏହା, ସରକାର MOU ରେ କମ୍ପାନୀ ସହିତ ସ୍ୱାକ୍ଷର କରନ୍ତୁ ।

ବରିଷ୍ଠ କଂଗ୍ରେସ ନେତା, ଗଣେଶ୍ୱର ବେହେରା କହିଥିଲେ; ଦୀର୍ଘ ବର୍ଷ ହେବ କେନ୍ଦ୍ରାପଡା ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି । କେନ୍ଦ୍ରାପଡା ଜିଲ୍ଲା କୁ ସରକାର ଅବେହେଳା କରି ଆସିଛନ୍ତି । କାହିଁକି କେନ୍ଦ୍ରାପଡା କୁ ଅବେହେଳା କରାଯାଇଛି ସରକାର ଏହାର ଜବାବ ଦିଅନ୍ତୁ । ନିର୍ବାଚନ ଆସିଲେ କେନ୍ଦ୍ରାପଡା କଥା ମନେ ପଡେ । ବର୍ତ୍ତମାନ, ବିଭିନ୍ନ ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଅନୁମୋଦନ ମିଳିଲା ମେଡ଼ିକାଲ କଲେଜ ପ୍ରତିଷ୍ଠା ମଧ୍ୟ ଚାଲିଛି କିନ୍ତୁ କେନ୍ଦ୍ରାପଡାରେ କାହିଁକି ନୁହେଁ? । ସରକାର ତୁରନ୍ତ କେନ୍ଦ୍ରାପଡାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ବ୍ୟବସ୍ଥା କରନ୍ତୁ ।

ଉକ୍ତ ‘ଗଣ ଧାରଣା’ରେ ୨୦୦ ରୁ ଉର୍ଦ୍ଧ ଲୋକ ଯୋଗଦେଇ ଥିଲେ । ବିଭିନ୍ନ, ସାମାଜିକ ସଘଂଠନର ବ୍ୟକ୍ତି ବିଶେଷ, ସୂଚନା ଅଧିକାର କର୍ମୀ, ବୁଦ୍ଧିଜୀବୀ, ସାମାଜିକ କର୍ମୀ ଯୋଗ ଦେଇ ବିଭିନ୍ନ ପ୍ରକାଶ ମତାମତ ଓ ଦାବି ଉପସ୍ଥାପନ କରିଥିଲେ । ଶ୍ରୀ ଅଜୟ ସାମଲ ଓ ଶ୍ରୀ ରମଣୀ ରାଉତରାୟ, ଶ୍ରୀ ପ୍ରକାଶ ଦାସ, ଶ୍ରୀ ପ୍ରଫୁଲ୍ଲ ଦାସ ଉକ୍ତ ‘ଗଣ ଧାରଣା’ ସଭା ପରିଚାଳନା କରିଥିଲେ ।  ୫ ଜଣିଆ ପ୍ରତିନିଧି ଦଳ ଓଡ଼ିଶା ରାଜ୍ୟପାଳ ଙ୍କୁ ଭେଟି ‘କେନ୍ଦ୍ରାପଡା ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବି ପତ୍ର ପ୍ରଦାନ କରିବା ସହିତ ରାଜ୍ୟପାଳଙ୍କ ସହ ଆଲୋଚନା କରିଥିଲେ ।ଶେଷରେ, ଶ୍ରୀ ଭାଗିରଥି ଜେନା ଧନ୍ୟବାଦ ଦେଇ ସଭା ସଂଗ କରିଥିଲେ ।

LEAVE A REPLY

Please enter your comment!
Please enter your name here