By Our Correspondent
PURI: ଶ୍ରୀଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତି ଦର୍ଶନ ଦେଉଛନ୍ତି l ଠାକୁରଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ, ଶ୍ରୀଗୁଣ୍ଡିଚା ମନ୍ଦିର ଭିତରକୁ ମୋବାଇଲ ଫୋନ୍ ତଥା ଇଲେକ୍ଟ୍ରୋନିକ ଯନ୍ତ୍ରପାତି, କ୍ୟାମେରା, ଜୋତା ଚପଲ ଛତା, ଚମଡା ଜିନିଷ ତଥା ମନ୍ଦିର ପରମ୍ପରା ଅନୁସାରେ ବର୍ଜନୀୟ ବସ୍ତୁ ନେବା ସମ୍ପୂର୍ଣ୍ଣ ବାରଣ l ଏହାର ଉଲ୍ଲଙ୍ଘନ ଆଇନ ଅନୁସାରେ ଦଣ୍ଡନୀୟ l
କିନ୍ତୁ କେତେକେ ଭକ୍ତ ଲୁଚେଇ ମୋବାଇଲ ଫୋନ ନେଇ ଯିବା ସହ ଭିତରେ ଚିତ୍ର ଉତ୍ତୋଳନ ଉଦ୍ୟମ କରିଥିବା ଶ୍ରୀମନ୍ଦିର ପ୍ରଶାସନ ନଜରକୁ ଆସିଅଛି l
ସମ୍ପୃକ୍ତ ଫୋନ ଜବତ କରାଯାଇ ଥିବା ବେଳେ ଏସମ୍ପର୍କରେ କୁମ୍ଭାରପଡା ଥାନାରେ ବିଧିବଦ୍ଧ ଅଭିଯୋଗ ଦାଖଲ ହୋଇଛି l ମୋବାଇଲ ସମ୍ପର୍କିତ ଘଟଣା ଉପରେ ନଜର ରଖିବା ସହ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ l
ଏଥିସହିତ ସମ୍ପୃକ୍ତ ଭକ୍ତଙ୍କ ଦର୍ଶନ କରାଇଥିବା ସେବକଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ମୂଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି l


























