କିଟ୍ ରେ ଯୋଗାସନ କ୍ରୀଡ଼ା ରେଫରୀ ଓ ଜଜ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

0
147

By Our Correspondent

BHUBANESWAR :ସମଗ୍ର ବିଶ୍ଵରେ ଯୋଗକୁ ପ୍ରାଧାନ୍ୟ ଦେବାପରେ ଭାରତ ସରକାର ଓ ରାଜ୍ୟ ସରକାର ଖେଳରେ ସାମିଲ କରିଛନ୍ତି l ଭାରତ ସରକାରଙ୍କ ଯୁବ ଓ କ୍ରୀଡା ବିଭାଗ ଅଧୀନ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଯୋଗକୁ ଅନ୍ତର୍ଭୁକ୍ତ କରାଯାଇଛି l ଶିକ୍ଷାନୁଷ୍ଠାନର ପାଠ୍ୟକ୍ରମରେ, ସ୍ବାସ୍ଥ୍ୟ ବିଭାଗରେ ଓ ବିଭିନ୍ନ ବିଭାଗରେ ଫିଟ୍ ନେସ୍ ପାଇଁ ଯୋଗର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ କରିଥିଲେ l

ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଯୋଗ ଶିକ୍ଷକ ଓ ରେଫରୀ  ଜଜ୍ ନିଯୁକ୍ତି ପାଇଁ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି l ଯୋଗାସନ ଭାରତ ପକ୍ଷରୁ ଯୋଗାସନ ସ୍ପୋର୍ଟସ ଆସୋସିଏସନ୍ ଅଫ ଓଡିଶା ଓ କିଟ୍ Sports and Yogic Sciences   ବିଭାଗ ଆନୁକୁଲ୍ୟରେ ଯୋଗାସନ ରେଫରୀ ଓ ଜଜ୍ ତାଲିମ୍ ଶିବିର ସାତ ଦିନ ଧରି ଅନୁଷ୍ଠିତ ହୋଇଥିଲା l

ଭୁବନେଶ୍ୱର କିଟ୍ କ୍ରୀଡ଼ା ଓ ଯୋଗ ବିଭାଗ ପରିସରରେ ଅନୁଷ୍ଠିତ ଉତ୍ସବରେ ଯୋଗର ଲକ୍ଷ୍ୟ ଓ ଉଦ୍ଦେଶ୍ୟ  ସଂପର୍କରେ ଆଲୋଚନା ହୋଇଥିଲା l କିଟ୍ କ୍ରୀଡ଼ା ଓ ଯୋଗ ବିଭାଗର ମହାନିର୍ଦ୍ଦେଶକ  ଡ଼ ଗଗନେନ୍ଦୁ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କହିଲେ ଯେ କିଟ୍ ହେଉଛି ଦେଶର ପ୍ରଥମ ବିଶ୍ଵବିଦ୍ୟାଳୟ ଯାହାକି  ଯୋଗାସନ ବିଚାରକ ପ୍ରଣାଳୀକୁ ପାଠ୍ୟକ୍ରମରେ ସାମିଲ କରିଛି ।

ଯୋଗାସନ ସ୍ପୋର୍ଟସ ଆସୋସିଏସନ୍ ଅଫ ଓଡିଶା ର ରାଜ୍ୟ ସଂଯୋଜକ ଡ଼ ସଞ୍ଜୟ କୁମାର ପଣ୍ଡା, ନିଖିଳ କୁମାର ଦଳାଇ, ମମତା ମହାନ୍ତି, ଉମାବଲ୍ଲଭ ମହାପାତ୍ର, ସରୋଜକାନ୍ତ ମହାପାତ୍ର, ପ୍ରକାଶ ଗୋଛି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l

ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାର ସଂଯୋଜକ ଓ ପ୍ରଶିକ୍ଷାର୍ଥୀ  ଉପସ୍ଥିତ ରହିଥିଲେ l ସମ୍ମାନିତ ଅତିଥି ଭାବରେ  ସି.ଏ. ଦିବାକର ପ୍ରସାଦହରିଚନ୍ଦନ, ଡ଼ ସତ୍ୟ ନାରାୟଣ ମିଶ୍ର, ଡ଼ ମନମୋହନ ରାଉତ ଯୋଗଦାନ କରି  ଏକଶହ ଛବିଶ ଜଣଙ୍କୁ ପ୍ରମାଣ ପତ୍ର  ପ୍ରଦାନ କରିଥିଲେ l ଏହା ପରେ ଜିଲ୍ଲାସ୍ତରୀୟ, ରାଜ୍ୟସ୍ତରୀୟ ପ୍ରତୀଯୋଗିତା କରିବାକୁ ନିଷ୍ପତ୍ତି ନିଆଯାଇଛି l ପ୍ରତ୍ୟେକ ଜିଲ୍ଲାରେ ଯୋଗାସନ ସ୍ପୋର୍ଟସ ଆସୋସିଏସନ୍ ଅଫ ଓଡିଶା ପକ୍ଷରୁ ଜିଲ୍ଲା ଶାଖା ଖୋଲିବାକୁ ପ୍ରସ୍ତାବ ଦିଆଯାଇଛି l  ପରିଶେଷରେ କିଟ୍ କ୍ରୀଡ଼ା ଓ ଯୋଗ ବିଭାଗର ସହକାରୀ ନିର୍ଦ୍ଦେଶକ ଡ଼ ଶାନ୍ତମତି ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

 

LEAVE A REPLY

Please enter your comment!
Please enter your name here