କିଟ୍ ବା କିସ୍ ଅନୁଷ୍ଠାନ କୁ ରାଜ୍ୟବାସୀ କିପରି ସହାୟତା ଦେଇଛୁ , ଏହାର ପ୍ରମାଣ ନିମ୍ନ ମତେ ପ୍ରଦାନ, ଅଚ୍ୟୁତ ସାମନ୍ତ ଙ୍କ ଭୟଙ୍କର ଜମି କେଳେଙ୍କାରୀ ର ଅନ୍ୟ ଏକ ସଙ୍ଗୀନ ତଥ୍ୟ ଉପସ୍ଥାପନ

0
376

By Pradip Pradhan /Pratap Mohanty

BHUBANESWAR: କିଟ୍ ବା କିସ୍ ଅନୁଷ୍ଠାନ ଓଡ଼ିଶାବାସୀଙ୍କର ଓ ଓଡ଼ିଶା ସରକାରଙ୍କର ,  ତେଣୁ ଏହାର ସୁରକ୍ଷା ମଧ୍ୟ ଓଡ଼ିଶା ସରକାରଙ୍କର ,  ଅଚ୍ୟୁତ ସାମନ୍ତଙ୍କ ର ନୁହେଁ ,

କାରଣ , କେଉଁ ଜମି ଉପରେ ଏହି ଅନୁଷ୍ଠାନ ଠିଆ ହୋଇଛି , ଏହା ରାଜ୍ୟବାସୀଙ୍କ ଜମି , ଅଚ୍ୟୁତ ସାମନ୍ତ ଙ୍କର ନୁହେଁ ।  କିସ୍ ଓ କିଟ୍ ର ସମସ୍ତ building ଓ infrastructure  ନିର୍ମାଣ ହୋଇଛି ଅଚ୍ୟୁତ ସାମନ୍ତ ଙ୍କ ପୌତୃକ ଧନ ରେ ନୁହେଁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅର୍ଥରେ ଓ ବ୍ୟାଙ୍କ୍ ଟଙ୍କାରେ । ବ୍ୟାଙ୍କ ଟଙ୍କା ଲୋକଙ୍କ ଅର୍ଥ । ପୁଣି ଏହି ଅନୁଷ୍ଠାନରେ ବହୁ କଲା ଧନ ଖର୍ଚ୍ଚ ହୋଇଛି । ଦୁର୍ନୀତି ଉପାୟରେ ଓ ଟିକସ ଫାଙ୍କି  ଅର୍ଜିତ ଅର୍ଥ କିଟ ରେ ଖର୍ଚ୍ଚ ହୋଇଛି । ଏହା ମଧ୍ୟ ଲୋକଙ୍କ ଅର୍ଥ ।  ଅଚ୍ୟୁତ ସାମନ୍ତ ଙ୍କ ର ନିଜର  ପାଞ୍ଚ ପଇସା ଖର୍ଚ୍ଚ ହୋଇ ନାହିଁ । ଯଦି ସେ ନିଜ ପୌତ୍ରୁକ ସମ୍ପତ୍ତିର ସାମାନ୍ୟ ଅର୍ଥ ଖର୍ଚ୍ଚ କରିଛନ୍ତି , ଏହାର ପ୍ରମାଣ ଦିଅନ୍ତି ।

ଆମ୍ଭେ ରାଜ୍ୟବାସୀ ଏହି ଅନୁଷ୍ଠାନ କୁ କିପରି ସହାୟତା ଦେଇଛୁ , ଏହାର ପ୍ରମାଣ ନିମ୍ନ ମତେ ପ୍ରଦାନ କରୁଛି ।

  1. ଓଡ଼ିଶା ସରକାରଙ୍କ ସଂସ୍ଥା IDCO କିଟ୍ , କିସ୍ ଓ କିମସ ପାଇଁ ରିହାତି ଦରରେ  110 ଏକର  ମୂଲ୍ୟବାନ ଜମି  ଦେଇଛି । ଅଚ୍ୟୁତ ସାମନ୍ତ ଏହି ଜମି ନେବା ପାଇ ଯାବତୀୟ ଅନିୟମିତତା କରିଛନ୍ତି । ଏହି ତଥ୍ୟ ବର୍ତ୍ତମାନର ବିଜେଡି ସାଂସଦ ତଥା ତକ୍ତାଳିନ Accountant General, Odisha ଅମର ପଟ୍ଟନାୟକ ଏହି ରିପୋର୍ଟ ପ୍ରସ୍ତୁତ କରି  2013 ମସିହାରେ ରାଜ୍ୟ ସରକାରଙ୍କୁ ଦେଇଥିଲେ ଓ ରାଜ୍ୟ ସରକାର CAG Report  2014 ରେ ବିଧାନ ସଭାରେ ଉପସ୍ଥାପନ କରିଥିଲେ ।
  2. ପୁଣି ଅଚ୍ୟୁତ ସାମନ୍ତ ବିଜେଡି ଦଳର ମନ୍ତ୍ରୀ , ବିଧାୟକ ଓ ଅଧିକାରୀ ମାନଙ୍କୁ ପ୍ରଭାବିତ କରି 30 ଏକର ଜଙ୍ଗଲ ଜମି ମାଡି ବସିଛନ୍ତି । ଏହା ବେଆଇନ । କିଛି ଅର୍ଥ ନଦେଇ ବର୍ଷ ବର୍ଷ ଧରି ସରକାରୀ ଜମି ମାଡି ବସି ଓଡିଶାବାସୀଙ୍କୁ ଠକି ନିଜକୁ ମହାତ୍ମା କହିବା କେତେଦୂର ଯୁକ୍ତି ଯୁକ୍ତ ରାଜ୍ୟବାସୀ ବିଚାର କରିବେ ।
  3. ଯଦି ମୋର ତଥ୍ୟ ଭୁଲ , ତେବେ ଅଚ୍ୟୁତ ସାମନ୍ତ ସ୍ପଷ୍ଟୀକରଣ ଦିଅନ୍ତୁ ବା ତାଙ୍କର ବୋଳକରା ଚାମଚା ମାନେ କୁହନ୍ତି , କିଟ୍ , କିମ୍ସ ଓ କିସ୍ କେତେ ଜମି ଉପରେ ଠିଆ ହୋଇଛି । ଅଚ୍ୟୁତ ସାମନ୍ତ ଏହି ତଥ୍ୟ ଲୁଚାଉଛନ୍ତି ।
  4. କିସ୍ ପିଲାଙ୍କ ପାଠ ପଢା ପାଇଁ ଅଚ୍ୟୁତ ସାମନ୍ତ ପାଞ୍ଚ ଟଙ୍କା ଦେଇ ନାହାନ୍ତି । କାରଣ ସେ ବହୁତ୍  ଗରିବ । ଏହି କିସ୍ ପିଲାଙ୍କ ପାଇଁ ରାଜ୍ୟ ସରକାର  ଜମି ମାଗଣାରେ ଯୋଗାଇ ଦେଇଛନ୍ତି ।  କିସ୍ ର ଶ୍ରେଣୀ ଗୃହ ଓ ହଷ୍ଟେଲ ପାଇଁ   କେନ୍ଦ୍ର ସରକାର  20 କୋଟି ଟଙ୍କା ଦେଇଛନ୍ତି ।  ପୁଣି ବିଦେଶ ରୁ  ବହୁ philanthropist  ମାନେ ଆର୍ଥିକ ଅନୁଦାନ ଦିଅନ୍ତି । 2019-2020 ମଧ୍ୟରେ ଅଚ୍ୟୁତ ସାମନ୍ତ 22 କୋଟି ଟଙ୍କା ଆଣିଥିଲେ ।
  5. କିସ୍ ପିଲାଙ୍କ ପାଇଁ ଆମ୍ଭ ରାଜ୍ୟ ସରକାର stipend ଓ ଚାଉଳ ଯୋଗାଇ ଦେଉଛନ୍ତି । କିନ୍ତୁ ଆଶ୍ଚର୍ୟ୍ଯ ବିଷୟ କିସ୍ ପାଇଁ କେତେ ଅର୍ଥ କେଉଁ ସୂତ୍ରରୁ ଆସୁଛି , ଏହାର ତଥ୍ୟ  ଅଚ୍ୟୁତ ସାମନ୍ତ ଓ ତାଙ୍କ management team ଲୁଚାଇ ରଖିଛନ୍ତି । ଯଦି ଏହି ସବୁ ତଥ୍ୟ ଲୋକଲୋଚନକୁ ଆସିବ , ଅଚ୍ୟୁତ ଙ୍କ ଅସଲ ମୁଖା ଖୋଲିବ ।  କିଟ୍ ଓ କିସ୍ ଇ ଅଡିଟ ରିପୋର୍ଟ ସର୍ବସାଧାରଣରେ ଉପସ୍ଥାପନ କରାଯାଇ । ଲୋକ ସତ ଜାଣିଲେ , ଅଚ୍ୟୁତ ବାବୁ ଓ ତାଙ୍କ ଅନୁଷ୍ଠାନ କୁ ସନ୍ଦେହ କରିବେ ନାହିଁ । ବର୍ତ୍ତମାନ ରାଜ୍ୟବାସୀ ଙ୍କ ମନରେ  ସନ୍ଦେହ ସୃଷ୍ଟି ହେବାରୁ , ଅନେକ ପ୍ରଶ୍ନ ଆସୁଛି । କିନ୍ତୁ ଆଶ୍ଚର୍ୟ୍ଯ ର ବିଷୟ ଅଚ୍ୟୁତ ସାମନ୍ତ ତାଙ୍କ ମ୍ୟାନେଜମେଣ୍ଟ ଏ ପର୍ଯ୍ୟନ୍ତ ନୀରବ ରହି ଘଟଣାକୁ ରଫାଦଫା କରିବାକୁ ଚେଷ୍ଟା କରୁଛନ୍ତି । ସେଥିପାଇଁ  ଅଚ୍ୟୁତ ଙ୍କ କଳା ସାମ୍ରାଜ୍ୟର ପତନ ଘଟାଇ  କିଟ ଓ କିସ ର ଶୃଙ୍ଖଳିତ ପରିଚାଳନା ପାଇ  ତଦନ୍ତ ଦାବି କରୁଛନ୍ତି ।
  6. ଅଚ୍ୟୁତ ସଦାବେଳେ କୁହନ୍ତି ତାଙ୍କର ଘର ନାହି , ଗାଡ଼ି ନାହିଁ , ଅର୍ଥ ନାହି । କିନ୍ତୁ କନ୍ଧମାଳ ନିର୍ବାଚନରେ 100 କୋଟି ଟଙ୍କା ଖର୍ଚ୍ଚ କରନ୍ତି । କୋଟି କୋଟି ଟଙ୍କା ମୂଲ୍ୟର Range Rover ଗାଡ଼ି ଚଲାନ୍ତି। ମନ ଇଚ୍ଛା ଲକ୍ଷ ଲକ୍ଷ ଟଙ୍କା  ଦାନବିର ହରିଶ୍ଚନ୍ଦ୍ର ଭଳି ବାଣ୍ଟ ନ୍ତି । ଅନ୍ୟ ମାନଙ୍କ ବିରୁଦ୍ଧରେ ମିଛ କେଶ ପାଈଁ, ଗୁଣ୍ଡା ମାନଙ୍କୁ ଭଡା ରେ ଆଣି ମାଡ ମାରେଇବା ,  ତାଙ୍କ ବିରୁଦ୍ଧରେ ହେଉଥିବା ଯେ କୌଣସି news ପ୍ରସାରଣ କୁ ବନ୍ଦ ପାଇଁ ପ୍ରଚୁର ଅର୍ଥ ବାନ୍ତନ୍ତି ।  କିଟ୍ ଭିତରେ ରାଜ୍ୟର ଦୁର୍ନୀତିଗ୍ରସ୍ତ ଅମଲା ମାନଙ୍କୁ ଆପ୍ୟାୟିତ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି । ଏହି ଅର୍ଥ ଆସେ କେଉଁଠୁ , ରାଜ୍ୟବାସୀଙ୍କ ଜାଣିବାର ଅଧିକାର ଅଛି ।
  7. ସ୍ଵଚ୍ଛତା ରହିଲେ କେହି ସନ୍ଦେହ କରିବେ ନାହି । ତେଣୁ କିଟ୍ ଓ କିସ୍ ସଂସ୍ଥା ସୂଚନା ଅଧିକାର ଆଇନର ପରିସରକୁ ଅଣାଯାଇ । ଅଚ୍ୟୁତ ବାବୁ କେତେ ଭଦ୍ର ଆମେ ପ୍ରମାଣ କରିଦେବୁ ।

ଅଚ୍ୟୁତ ସାମନ୍ତ ଙ୍କ ଭୟଙ୍କର ଜମି କେଳେଙ୍କାରୀ ର ଅନ୍ୟ ଏକ ସଙ୍ଗୀନ ତଥ୍ୟ ।ଜେଉଁ ମାନେ ଅଚ୍ୟୁତ ସାମନ୍ତ ଙ୍କ ସପକ୍ଷରେ ଯୁକ୍ତି କରୁଛନ୍ତି , ସେମାନେ ଏହି ତଥ୍ୟ ଉପରେ ଦୃଷ୍ଟି ଦେବାକୁ ଅନୁରୋଧ ।

। 12.3.18 ରିଖ ରେ ରାଜ୍ୟର କିଛି ବୁଦ୍ଧିଜୀବି , ଅବସରପ୍ରାପ୍ତ ସରକାରୀ ଅଧିକାରୀ ଓ ଅବସରପ୍ରାପ୍ତ ଅଧ୍ୟାପକ  ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଚ୍ୟୁତ ସାମନ୍ତ ଙ୍କ ରାଜ୍ୟ ସଭା Nomination Paper ଖାରଜ କରିବାକୁ ଅନୁରୋଧ କରିଥିଲେ ।  ସେମାନଙ୍କର ଯୁକ୍ତି ହେଲା ଅଚ୍ୟୁତ ସାମନ୍ତ ସେମାନଙ୍କ ର  କଷ୍ଟାର୍ଜିତ ଅର୍ଥରେ କିଣି ଥିବା ଜମି କୁ ଅଚ୍ୟୁତ ସାମନ୍ତ ହଡ଼ପ କରିଛନ୍ତି । ସେମାନଙ୍କ ଜମି ଅଚ୍ୟୁତ ସାମନ୍ତ ଗୁଣ୍ଡା ଲଗେଇ ମାଡ଼ିବସିଛନ୍ତି ।

ସେମାନଙ୍କୁ ତାଙ୍କ ଜମି ଉପରେ ଘର ନିର୍ମାଣ କରେଈ ଦେଉନାହିଁ । ତେଣୁ ସେମାନେ ଏହି ପାପିଶ୍ଟ ଅଚ୍ୟୁତ ସାମନ୍ତ  ଗଣତନ୍ତ୍ର ପ୍ରତି ବଡ଼ ବିପଦ  ଦର୍ଶାଇ ତାଙ୍କର nomination paper ଖାରଜ ପାଇଁ ଅନୁରୋଧ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ଟିମ ରେ ଜଣେ ଅବସରପ୍ରାପ୍ତ  ପ୍ରଫେସର ଙ୍କ  ବିଧବା ପତ୍ନୀ ଥିଲେ । ଘର ନକରି ପାରିବାରୁ ଉକ୍ତ ପ୍ରଫେସର  ଚିନ୍ତାରେ  ହୃଦଘାତରେ ମୃତ୍ୟୁ ବରଣ କରିଥିଲେ ।।

( The Writers Pradip Pradhan and  Pratap Mohanty, are 2  leading RTI Activists, based in Odisha and Senior Officer Bearers of Odisha Soochana Adhikar Abhijan)

 

 

 

 

LEAVE A REPLY

Please enter your comment!
Please enter your name here