By Our Correspondent
BHUBANESWAR: କିଟ୍ ଘଟଣାରେ ୫ ଗିରଫ କିଟ୍ ବିଶ୍ବବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାରେ ୫ ଗିରଫ। ୩ ନିର୍ଦ୍ଦେଶକଙ୍କ ସମେତ ୨ ସୁରକ୍ଷାକର୍ମୀ ଗିରଫ।
୩ ନିର୍ଦ୍ଦେଶକ ଶିବାନନ୍ଦ ମିଶ୍ର, ପ୍ରତାପ ଚମ୍ପତି, ସୁଧୀର ରଥ ଗିରଫ। ସୁରକ୍ଷାକର୍ମୀ ରମାକାନ୍ତ ନାୟକ, ଯୋଗେନ୍ଦ୍ର ବେହେରା ଗିରଫ। ୫ ଜଣଙ୍କୁ ଗିରଫ କରି ଇନ୍ଫୋସିଟି ପୋଲିସର କୋର୍ଟ ଚାଲାଣ.
Infocity PS. Case No-55, Dt.17.02.2025, U/s-126(2)/296/115(2)/3(5) BNS.
Gist of the FIR:
ଇନ୍ଫୋସିଟି ଥାନା ପୁଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ନିମ୍ନୋକ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
ମୃତ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିକରି ଉକ୍ତ ଶିକ୍ଷାନୁଷ୍ଠାନରେ ଶିକ୍ଷାରତ ଛାତ୍ରଛାତ୍ରୀ ମାନେ ଶିକ୍ଷାନୁଷ୍ଠାନର ମୁଖ୍ୟ ଅଧିକାରୀଙ୍କ ବିରୋଧରେ ଆନ୍ଦୋଳନ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ଖୁବ ଶୀଘ୍ର ହଷ୍ଟେଲ ତଥା ଶିକ୍ଷାନୁଷ୍ଠାନ ପରିସର ଖାଲି କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା । ଗତ କାଲି ତା.୧୭.୦୨.୨୦୨୫ ରିଖ ୧୧ ଟାରୁ ୧୨.୨୦ ମଧ୍ୟରେ ଛାତ୍ରଛାତ୍ରୀ ମାନେ ହଷ୍ଟେଲ ତଥା ଶିକ୍ଷାନୁଷ୍ଠାନ ପରିସର ଖାଲି କରୁଥିବା ବେଳେ, ନିମ୍ନୋକ୍ତ ଅଭିଯୁକ୍ତ ମାନେ ହଠାତ ସେଠାରେ ପହଞ୍ଚି ଯଥାଶୀଘ୍ର ସେଠାରୁ ଚାଲିଯିବା ଲାଗି କହିଥିଲେ । ଛାତ୍ରଛାତ୍ରୀମାନେ ହଷ୍ଟେଲ ଖାଲି କରିବାରେ ଟିକେ ବିଳମ୍ବ ହେବା ଦେଖି ଅଭିଯୁକ୍ତ ମାନେ ହଠାତ ଉତ୍ତ୍ୟକ୍ତ ହୋଇ ସେମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ ଓ ମାରପିଟ କରିଥିଲେ । ଫଳରେ ଛାତ୍ରଛାତ୍ରୀ ମାନେ ତୁରନ୍ତ ସେ ସ୍ଥାନ ଛାଡି ପଳାଇ ଯାଇଥିଲେ ।
ପୁଲିସ ଏହି ମାମଲାର ତଦନ୍ତ କରିବା ସହିତ, ନିମ୍ନୋକ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ଵୀକାର କରିଥିଲେ ।
ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି।
Name & Address of Accused Persons:
- Ramakanta Nayak (45), S/o- Rabindra Nayak of Vill- Nandapur, Po- Bajpur, PS/Dist- Khurda, A/P- Security Guard, KIIT University, Bhubaneswar UPD.
- Jogendra Behera (25), S/o- Baguli Behera of Vill- Daruthenga, PS- Chandaka. Dist- Khurda, A/P- Security Guard KIIT University, Bhubaneswar UPD.
- Sibananda Mishra (59), S/O-Late Prana Krushna Mishra of Plot No.M/2-23, IRC Village, PS- Nayapalli, A/P- Director General HR KIIT University, Bhubaneswar UPD.
- Pratap Kumar Chamupaty (51), S/O- Late Dibyasingh Chamupaty of Plot No. 1708/2663, Kalarahnga, PS- Infocity, Bhubaneswar, A/P- Director (Admn.), KIIT University, Bhubaneswar UPD.
- Sudhir Kumar Rath (59), S/O- Late Subash Chandra Rath of Plot no.B-20, Phase-3, Krishna Enclave, Patia, PS- CS Pur, A/P- Director of Hostels, KIIT University, Bhubaneswar UPD.