କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବୁଦାନାଇ ଜଙ୍ଗଲରେ ଆଜି ପୂର୍ବାହ୍ନରେ ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ , ଜଣେ ମାଓବାଦୀ ନିହତ ହୋଇଥିବାବେଳେ ମୃତକଙ୍କ ନିକଟରୁ ଗୋଟିଏ ଏକେ-୪୭ ରାଇଫଲ ଜବତ

0
40

By Our Correspondent

BHUBANESWAR:କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବୁଦାନାଇ ଜଙ୍ଗଲରେ ଆଜି ପୂର୍ବାହ୍ନରେ ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି ।  ଏଥିରେ ଜଣେ ମାଓବାଦୀ ନିହତ ହୋଇଥିବାବେଳେ ମୃତକଙ୍କ ନିକଟରୁ ଗୋଟିଏ ଏକେ-୪୭ ରାଇଫଲ ଜବତ କରାଯାଇଛି ।

ସେ କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ (KKBN) ସଂଗଠନର ସକ୍ରିୟ ସଦସ୍ୟ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପୋଲିସର ଏହି ସଫଳତା ନିମନ୍ତେ ଡିଜିପି ଶ୍ରୀ ଯୋଗେଶ ବାହାଦୂର ଖୁରାନିଆ କନ୍ଧମାଳ ପୋଲିସ ଓ ଗୁଇନ୍ଦା ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଗତ ୨୩.୧୦.୨୦୨୪ ତାରିଖରୁ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ  ବୁଦାନାଇ ଜଙ୍ଗଲରେ ମାଓବାଦୀମାନେ ଲୁଚି ରହିଥିବା ସମ୍ପର୍କରେ ଗୁଇନ୍ଦା ପକ୍ଷରୁ ଖବର ମିଳିଥିଲା । ଏନେଇ ପୋଲିସ ଏବଂ ଏସଓଜି ଯବାନ ମିଳିତ ଭାବେ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ।  ଫଳରେ ଉଭୟଙ୍କ ପକ୍ଷରୁ ଗୁଳି ବିନିମୟ ଜାରି ରହିଥିଲା ।

ଏହି ଏନକାଉଣ୍ଟରରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା । ଏହାସହ ଯବାନମାନେ ଜଙ୍ଗଲରୁ ଏକେ-୪୭ ବନ୍ଧୁକ ସହ ମାଓବାଦୀମାନେ ବ୍ୟବହାର କରୁଥିବା ବିଭିନ୍ନ ସାମଗ୍ରୀ ଜବତ କରିଥିବା ସୂଚନା ମିଳିଛି । ଅନ୍ୟପକ୍ଷେ ମାଓବାଦୀଙ୍କ ଗତିବିଧିକୁ ଦୃଷ୍ଟିରେ ରଖି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି । ସୂଚନାଯୋଗ୍ୟଯେ ୨୦୨୪ ମସିହାରେ ଓଡିଶା ପୋଲିସ ଦ୍ଵାରା ବର୍ତ୍ତମାନ ସୁଦ୍ଧା ୦୫ ଜଣ ମାଓବାଦୀ ମୃତ୍ୟୁବରଣ  କରିଛନ୍ତି ।

 

 

 

LEAVE A REPLY

Please enter your comment!
Please enter your name here