କତାରରେ ଫସିଛନ୍ତି କେନ୍ଦ୍ରାପଡା ଜିଲ୍ଲାର ୪ ଓଡିଆ, ଉଦ୍ଧାର ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ବରିଷ୍ଠ ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ ଚିଠି

0
556
Baijayant "Jay" Panda, a five-time Member of Parliament and National Vice President of the Bharatiya Janata Party (BJP),

By Our Correspondent

BHUBANESWAR:  ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା କତାରରେ ଫସିଥିବା ୪ ଓଡିଆ ଯୁବକଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଥାନା ଅନ୍ତର୍ଗତ ଖନ୍ଦମରା ଗ୍ରାମର ଶ୍ରଧାନନ୍ଦ ଭୂୟାଁ, ପିତା- ବୈଦ୍ୟନାଥ ଭୂୟାଁ, ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅରଡପଲ୍ଲୀ ଗ୍ରାମର ନୀଳରତ୍ନ ସ୍ବାଇଁ, ପିତା- ଶତୃଘ୍ନ ସ୍ବାଇଁ, ମହାକାଳପଡା ଥାନା ଅନ୍ତର୍ଗତ ଚକଡା ଗୋଗୁଆ ଗ୍ରାମର ଦୀପକ ନାୟକ, ପିତା- ଦିନବନ୍ଧୁ ନାୟକ ଏବଂ ରତାପଙ୍ଗା ଗ୍ରାମର ଜଗନ୍ନାଥ ଭୂୟାଁ, ପିତା- ହୃଶିହେଷ ଭୂୟାଁ ଅଧିକ ରୋଜଗାର ଆଶାରେ ଏକ ଏଜେଣ୍ଟଙ୍କ ଜରିଆରେ ଅକ୍ଟୋବର ୨୦୨୧ରେ କତାର ଯାଇଥିଲେ।

ସେଠାରେ ସେମାନଙ୍କ ଚୁକ୍ତି ସରିବାର ନିୟମ ଅନୁସାରେ ୩ମାସ ପୂର୍ବରୁ ଅଗଷ୍ଟ ୨୦୨୩ରେ ଇସ୍ତଫା ଦେଇଥିଲେ, କିନ୍ତୁ କମ୍ପାନୀ କତ୍ତୃପକ୍ଷ ସେମାନଙ୍କ ଇସ୍ତଫା ଗ୍ରହଣ ନକରି ମିଥ୍ୟା ମାମଲାରେ ଜେଲରେ ପୁରାଇବା ଧମକ ଦେଉଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏପରିକି ସେମାନଙ୍କ ବକେୟା ପ୍ରାପ୍ୟ ମଧ୍ୟ ଦେଉନାହାଁନ୍ତି।

ଉପାୟଶୂନ୍ୟ ହୋଇ ପରିବାର ଲୋକ ସେମାନଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ଶ୍ରୀଯୁକ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ। ଅନୁରୋଧକ୍ରମେ ଶ୍ରୀଯୁକ୍ତ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିବା ସହ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ସମସ୍ତଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ସଙ୍ଗେ ସଙ୍ଗେ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here