By Our Correspondent
CUTTACK/BHUBANESWAR: ଯେଉଁମାନେ ଚାକିରି ଉର୍ଦ୍ଧ୍ୱରେ ସ୍ୱପ୍ନ ଦେଖିବାକୁ ସାହସ କରନ୍ତି ସେମାନଙ୍କଠାରେ ବର୍ଦ୍ଧିତ ଅର୍ଥନୀତିର ପ୍ରକୃତ ଶକ୍ତି ରହିଥାଏ।
ଏଣୁ ଯୁବପୀଢ଼ି ଚାକିରି ପଛରେ ନଗୋଡାଇ ଉଦ୍ୟୋଗୀ ହେବା ସହ ରାଜ୍ୟ ତଥା ଦେଶର ଆର୍ଥିକ ଅଭିବୃଦ୍ଧିରେ ଭାଗୀଦାର ହେବାକୁ ରାଜ୍ୟପାଳ ଡ଼ଃ ହରି ବାବୁ କମ୍ଭମପାଟି କଟକ ରାମଦସପୁର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟଠାରେ ନବନିର୍ମିତ ଫ୍ଲେକ୍ସିବଲ ପ୍ୟାକେଜିଂ ୟୁନିଟର ଉଦଘାଟନ କରିବା ଅବସରରେ କହିଛନ୍ତି।
ଏହାସହ ଉଦ୍ୟୋଗ କ୍ଷେତ୍ରରେ ଓଡ଼ିଶା ସମ୍ଭାବନାରେ ପରିପୂର୍ଣ ଏବଂ ଯେଉଁମାନେ ଆଗକୁ ବଢ଼ିବାକୁ ସାହସ କରନ୍ତି ସେମାନଙ୍କ ପାଇଁ ଅସୀମ ସୁଯୋଗ ରହିଛି। ରାଜ୍ୟ ସରକାର ଉଦ୍ୟୋଗ ଓ ଶିଳ୍ପ ବିକାଶ ପାଇଁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଉଛନ୍ତି।
ଏଣୁ ଆମର ଯୁବପୀଢ଼ିକୁ ଉଦ୍ୟୋଗୀ ହେବା ସହ ନବ ସୃଜନକୁ ଆପଣେଇବା, ସାହସୀ ପଦକ୍ଷେପ ନେବା ସହିତ ରାଜ୍ୟ ଓ ଦେଶର ଆର୍ଥିକ ଅଭିବୃଦ୍ଧିରେ ଯୋଗଦାନ କରିବା ନିମନ୍ତେ ଉତ୍ସାହିତ କରିବାକୁ ସମସ୍ତେ ଆଗେଇ ଆସିବାକୁ ଏହି ଅବସରରେ ରାଜ୍ୟପାଳ ଆହ୍ୱାନ କରିଛନ୍ତି।

























