ଓ.ଏସ.ଏ.ପି ଷଷ୍ଠ ବାଟାଲିୟନ୍ ପରିସରରେ ତୃତୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ – ୨୦୨୫ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0
242

By Our Correspondent

CUTTACK/BHUBANESWAR:     ଆଜି ଓ.ଏସ.ଏ.ପି  ଷଷ୍ଠ ବାଟାଲିୟନ୍ ପରିସରରେ ତୃତୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ – ୨୦୨୫ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମବ୍ରାଞ୍ଚ) ଶ୍ରୀ ବିନୟତୋଷ ମିଶ୍ର, ଆଇପିଏସ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତୀ ଖେଳାଳି ମାନଙ୍କୁ  ଟ୍ରଫି ପ୍ରଦାନ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଚମ୍ପିୟାନସିପରେ ଗେଜେଟଡ଼ ଅଫିସର ଓପନ ସିଙ୍ଗଲସ ପ୍ରତିଯୋଗୀତାରେ ଗଞ୍ଜାମ ଏସପି ଶ୍ରୀ ଶୁଭେନ୍ଦୁ କୁମାର ପାତ୍ର ବିଜୟୀ ହୋଇଥିବା ବେଳେ ଅତିରିକ୍ତ ଏସପି ଶ୍ରୀ ଚିନ୍ମୟ ନାୟକ ରନର୍ସଅପ ହୋଇଥିଲେ। ସେହିପରି ଓପନ ଡବଲ୍ସରେ ଏସପି ଶ୍ରୀ ଶୁଭେନ୍ଦୁ କୁମାର ପାତ୍ର ଏବଂ ଏସପି ଶ୍ରୀ ରାଜ ପ୍ରସାଦ ମିଳିତ ବିଜୟୀ ହୋଇଥିବା ବେଳେ ଡେପୁଟି କମାଣ୍ଡାଣ୍ଟ ଶ୍ରୀ ନିରଞ୍ଜନ ସାମଲ ଏବଂ ଡେପୁଟି କମାଣ୍ଡାଣ୍ଟ ଏମ.ଏସ.ଏ ଫରିଦ ରନର୍ସଅପ ହୋଇଥିଲେ।

ସେହିପରି ନନ ଗେଜେଟଡ଼ ଅଫିସର ଭେଟେରାନ ସିଙ୍ଗଲସ ବିଭାଗରେ ପଶ୍ଚିମାଞ୍ଚଳ ରେଞ୍ଜର ହାବିଲଦାର ଶ୍ରୀ ଦେବାଶିଷ ପରିଡା ବିଜୟୀ ହୋଇଥିବା ବେଳେ ଇଣ୍ଟେଲିଜେନ୍ସ ବିଭାଗର  ଏଏସଆଇ ଶ୍ରୀ ସନ୍ତୋଷ କୁମାର ବେହେରା  ରନର୍ସଅପ ହୋଇଥିଲେ।

ସେହିପରି ନନ ଗେଜେଟଡ଼ ଅଫିସର ଭେଟେରାନ ଡବଲ୍ସରେ  ଶ୍ରୀ ଦେବେନ୍ଦ୍ର କୁମାର ପାଣି ଓ ଶ୍ରୀ ଦେବାଶିଷ ପରିଡା ବିଜୟୀ ହୋଇଥିବା ବେଳେ ଇନ୍ସପେକ୍ଟର ଶ୍ରୀ ହେମନ୍ତ କୁମାର ବିଲୁଙ୍ଗ ଓ ହବିଲଦାର ଶ୍ରୀ ମହେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ ରନର୍ସଅପ ହୋଇଥିଲେ।

ସେହିପରି ନନ ଗେଜେଟଡ଼ ଓପନ ସିଙ୍ଗଲସ ବିଭାଗରେ ପଶ୍ଚିମାଞ୍ଚଳ ରେଞ୍ଜର ଶ୍ରୀ ଅମିତ ରଞ୍ଜନ ପରିଡା ବିଜୟୀ ହୋଇଥିବା ବେଳେ ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ, କୋରାପୁଟ ର ଶ୍ରୀ ସୁଶାନ୍ତ ଶବର ରନର୍ସଅପ ହୋଇଥିଲେ। ସେହିପରି ଓପନ ଡବଲ୍ସରେ ଶ୍ରୀ ଏସ ଏସ ବିଶୋୟୀ ଓ ଶ୍ରୀ ବିକାଶ ତ୍ରିପାଠୀ ବିଜୟୀ ହୋଇଥିବା ବେଳେ ଶ୍ରୀ ତପନ କୁମାର ଭୂୟାଁ ଓ ଶ୍ରୀ ନିହାର ରଞ୍ଜନ ଦତ୍ତ ରନର୍ସଅପ ହୋଇଥିଲେ।ଆଜିର ଏହି ଉଦଯାପନ ସମାରୋହରେ କମାଣ୍ଡାଣ୍ଟ ସୂର୍ଯ୍ୟନାରାୟଣ ମଲ୍ଲିକ, ଡେପୁଟି କମାଣ୍ଡାଣ୍ଟ ଅନିଲ ପ୍ରଧାନ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ମାନ୍ଧାତା ସାଇ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।

 

LEAVE A REPLY

Please enter your comment!
Please enter your name here