ଓ.ଏସ.ଏ.ପି ଷଷ୍ଠ ବାଟାଲିୟନ୍ ପରିସରରେ ତୃତୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ – ୨୦୨୫ ଶୁଭାରମ୍ଭ

0
223

By Our Correspondent

CUTTACK/BHUBANESWAR:ଆଜି ଓ.ଏସ.ଏ.ପି  ଷଷ୍ଠ ବାଟାଲିୟନ୍ ପରିସରରେ ତୃତୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ – ୨୦୨୫ ଶୁଭାରମ୍ଭ ହୋଇ ଯାଇଛି । ଡିଆଇଜି (କେନ୍ଦ୍ରାଞ୍ଚଳ) ଶ୍ରୀ ଚରଣ ସିଂ ମୀନା, ଆଇପିଏସ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ ।

ଖେଳ ପରସ୍ପର ମଧ୍ୟରେ ଏକ ବନ୍ଧୁତ୍ଵପୂର୍ଣ୍ଣ ଭାବନା ସୃଷ୍ଟି କରିଥାଏ। ଏଭଳି ଚାମ୍ପିୟନସିପ ପୋଲିସ ଅଧିକାରୀ/ କର୍ମଚାରୀଙ୍କ ଆତ୍ମବିଶ୍ଵାସ ବୃଦ୍ଧି, ଅନୁଶାସନ ତଥା କର୍ତ୍ତବ୍ୟ ପ୍ରତି ଉତ୍ସର୍ଗୀକୃତ ମନୋଭାବ ବୃଦ୍ଧି ପାଇଥାଏ ବୋଲି ଡିଆଇଜି ଶ୍ରୀ ମୀନା ମତବ୍ୟକ୍ତ କରିଥିଲେ ।  ରାଜ୍ୟ, ଜିଲ୍ଲା, ରେଞ୍ଜ ସ୍ତରର ଖେଳାଳିମାନେ ଏହି ଟୁର୍ନାମେଣ୍ଟରେ ସାମିଲ ହୋଇଥିବାରୁ  ପରସ୍ପର ମଧ୍ୟରେ ଉତ୍ତମ ସମ୍ମନ୍ଵୟ ସୃଷ୍ଟିହେବ ବୋଲି ସେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଚାମ୍ପିୟନସିପ ଆୟୋଜନ ଓ ପରିଚାଳନା ନିମନ୍ତେ ସେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଏବଂ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ଦୟାଲ ଗଙ୍ଗୱାରଙ୍କୁ ମଧ୍ୟ ଶ୍ରୀ ମୀନା ଧନ୍ଯବାଦ ଜଣାଇଥିଲେ।

ଏହି ଚମ୍ପିୟାନସିପରେ ସାରା ରାଜ୍ୟର ବିଭିନ୍ନ ରେଞ୍ଜ  ଏବଂ ବାଟାଲିୟନରୁ 17ପୋଲିସ ଟିମ ଅଂଶ ଗ୍ରହଣ କରିଥିବା ବେଳେ ସମୁଦାୟ 125 ଜଣ ଖେଳାଳି ସାମିଲ ହୋଇଛନ୍ତି। କଟକସ୍ଥିତ ଇନଡୋର ଷ୍ଟାଡିୟମରେ ଏହି ଚମ୍ପିୟାନସିପର ସମସ୍ତ ମ୍ଯାଚ ଅନୁଷ୍ଠିତ ହେଉଛି। ଆସନ୍ତା ୦୭  ତାରିଖ ପର୍ଯ୍ୟନ୍ତ ଏହି ଖେଳ ଚାଲିବ । ବିଭିନ୍ନ ରେଞ୍ଜ, ଜିଲ୍ଲା ଏବଂ ବାଟାଲିୟନ ସ୍ତରରେ ସମସ୍ତ ବ୍ୟାଡମିଣ୍ଟନ ଖେଳାଳି ମାନେ ଆଜି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି। ଷଷ୍ଠ ବାଟାଲିୟନ କମାଣ୍ଡାଣ୍ଟ ସୂର୍ଯ୍ୟ ନାରାୟଣ ମଲ୍ଲିକ, ଡେପୁଟି କମାଣ୍ଡାଣ୍ଟ ଅନିଲ କୁମାର ପ୍ରଧାନ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଶ୍ରୀ ମାନ୍ଧାତା ସାଇ ପ୍ରମୁଖ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here