By RTI Activist Pradip Pradhan
BHUBANESWAR: 17.6.24 ରିଖରେ ଏହି news ଟି କିଛି ଖବର କାଗଜରେ ପ୍ରକାଷ ପାଇଥିଲା l ମୋର ଏକ complaint case ର ବିଚାର କରି ସୂଚନା କମିଶନ ର ଶୁଶାନ୍ତ ମହାନ୍ତି ଏହି ଅର୍ଡର ଦେଇଥିଲେ l ମୁଁ ଏହି ଅର୍ଡର କପି ଖବର କାଗଜ କୁ ଦେଇ ନଥିଲି l କିନ୍ତୁ କିଏ ଓ କାହିଁକି ଏହି news କରେଇଥିଲା ମୁଁ ଜାଣିନାହିଁ l
ପୂଣି କମିଶନ ଙ୍କ ଏହି ଅର୍ଡର ହେଉଛି ମେ 6, 2025 l ଏକ ମାସ ପରେ ଏହି news କରାଯାଇଛି l ଏହି news ରେ ଦର୍ଶଯାଇଛି ଯେ, ସୂଚନା କମିଶନ କୋଭିଡ ପରିଚାଳନା ସମ୍ପର୍କ ତଥ୍ୟ ପ୍ରଦାନରେ ଅବହେଳା ସମ୍ପର୍କିତ ଅଭିଯୋଗର ତଦନ୍ତ କରି ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠା ନ ଗ୍ରହଣ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି l
ଏହି ଖବର ପଢିଲା ପରେ ଏହା ମୋର କେଶ ହୋଇଥିବାରୁ ମୁଁ କମିଶନ ଙ୍କ ଅର୍ଡର କପି ପଢ଼ିଲି l କମିଶନ 15 ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି ଓ କେଶକୁ ବନ୍ଦ କରି ଦେଇଛନ୍ତି l
କମିଶନ ର ଶୁଶାନ୍ତ ମହାନ୍ତି କେଶ ଫଇସଲା କରିବାର ମାସେ ବିତିଗଲା l ଖବର କାଗଜରେ କମିଶନ ଙ୍କ ପ୍ରଚାର ହେଲା l କିନ୍ତୁ ଫଳ ଶୂନ l ଅର୍ଥାତ ସ୍ୱାସ୍ଥ୍ୟ ବିଭାଗ କମିଶନ ଙ୍କ ଅର୍ଡର କୁ ସମ୍ପୂର୍ଣ ବେଖାତିର କରି କିଛି କାର୍ଯ୍ୟାନୁଷ୍ଠା ନ ଗ୍ରହଣ କଲେ ନାହିଁ କି compliance report ଦେଲେ ନାହିଁ l
କମିଶନ କେଶ ବନ୍ଦ କରି ଦେଇଥିବାରୁ ଆଉ କିଛି ହେବାର ନାହିଁ l ଅତୀତରେ ସୂଚନା କମିଶନ ର ମାନେ ତଥ୍ୟ ନମିଳିବା ପର୍ଯ୍ୟନ୍ତ ଓ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ନଆସିବା ପର୍ଯ୍ୟନ୍ତ କେଶ କୁ ବନ୍ଦ କରୁନଥିଲେ l କିନ୍ତୁ ବର୍ତ୍ତମାନ ର ସୂଚନା କମିଶନ ର ମାନେ ନାମକୁ ମାତ୍ର ଅର୍ଡର ଦେଇ କେଶକୁ ବନ୍ଦ କରିଦେଉଛନ୍ତି l
ତଥ୍ୟ ନମିଳିଲେ ସେମାନେ କମିଶନ ରେ ଆଉଥରେ ଅଭିଯୋଗ କରିବାକୁ କହୁଛନ୍ତି l
ଓଡିଶା ସୂଚନା କମିଶନ ରେ ଭୟଙ୍କର ଅବସ୍ଥା l ଅତୀତରେ ଏପରି ଦେଖାଜାଉନଥିଲା l ସୂଚନା କମିଶନ ରେ ଶହ ଶହ କେଶର ଏହି ଅବସ୍ଥା l ଲୋକ ମାନେ ନ୍ୟାୟ ପାଉନାହାନ୍ତି l ପୂଣି କମିଶନ କହୁଛନ୍ତି high court ଯାଅ l ଏହି ଅବସ୍ଥାରେ ରାଜ୍ୟରେ କିପରି ସ୍ଵଛ ଶାସନ ଆସିବ, ଏହା ଚିନ୍ତାର ବିଷୟ l

























