By Pradip Pradhan
BHUBANESWAR: ଓଡିଶା ସୂଚନା କମିଶନରେ ଭୟଙ୍କର ସ୍ଥିତି . ଶୁଣାଣୀ ନକରି ଶହ ଶହ କେଶ ଖାରଜ l ଭାରତ ବର୍ଷ ରେ ଏହା ଏକ ବିରଳ ଘଟଣା l
ଗତ କିଛି ଦିନ ଧରି ଓଡିଶା ସୂଚନା କମିଶନ ଙ୍କ କାର୍ଯ୍ୟାଳୟରୁ ଅଭିଯୋଗ କେଶ ( Complaint case ) ଗୁଡିକର ଖାରଜ ହୋଇଥିବାର ଚିଠି ସମସ୍ତ ଅଭିଯୋଗକାରିଙ୍କ ନିକଟକୁ ପହଞ୍ଚିବାରେ ଲାଗିଛି l ସୂଚନା କମିଶନ ରେ କେଶ ଶୁଣାଣୀ ନହୋଇ dismiss ହେବା ଏକ ବିରଳ ଘଟଣା l ଏଭଳି ଘଟଣା ଦୀର୍ଘ 20 ବର୍ଷ ମଧ୍ୟରେ କେବେବି ଘଟି ନଥିଲା l
ସୂଚନା ଅଧିକାର ଆଇନର ଧାରା 18 ଅନୁଯାୟୀ, ନାଗରିକ ମାନେ ନିମ୍ନ ଲିଖିତ କାରଣ ପାଇଁ ସୂଚନା କମିଶନ ରେ ସିଧାସଳଖ ଅଭିଯୋଗ କରିପାରିବେ ଓ ଆଇନ ର ଖିଲାପ କରେଇଥିବା ପିଆଇଓ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିପାରିବେ l
କ. ସୂଚନା ପ୍ରଦାନ ପାଇଁ ମନା କରିବା
ଖ. ନିର୍ଦ୍ଧିଷ୍ଟ ସମୟସିମା ମଧ୍ୟରେ ସୂଚନା ପ୍ରଦାନ ନକରିବା
ଗ. ସୂଚନା ପାଇଁ ଅଯଥା ବା ଅଯୋକ୍ତିକ ଫିସ ଦାବି କରିବା
ଘ. ଅସମ୍ପୂର୍ଣ, ବିଭ୍ରାଂତିକାର, ମିଥ୍ୟା ତଥ୍ୟ ପ୍ରଦାନ କରିବା
ଉଁ. ସୂଚନା ପ୍ରଦାନ ସଂକ୍ରାନ୍ତରେ ଅନ୍ୟ ଯେ କୌଣସି ବ୍ୟାପାର ର ଉଲଂଘନ l
ଓଡିଶା ସୂଚନା କମିଶନରେ ଏହି ଧାରା ଅଧୀନରେ ହେଉଥିବା ଅଭିଯୋଗ କେଶ ଗୁଡିକୁ କମିଶନର ମାନେ ଶୁଣାଣୀ କରି ପିଆଇଓ ମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରି ଦଣ୍ଡ ବିଧାନ କରୁଥିଲେ ଓ କେଶ ଫଇସଲା କରି ଆବଶ୍ୟକ ସ୍ଥଳେ ରାଜ୍ୟ ସରକାରଙ୍କୁ ଆଇନର କାର୍ଯ୍ୟକାରୀତା କ୍ଷେତ୍ରରେ ଦେଖାଦେଉଥିବା ଅସଂଗତି ଗୁଡିକର ଦୂର ପାଇଁ ସୁପାରିଶ କରୁଥିଲେ l
ଏଠାରେ ସୂଚନା ଯୋଗ୍ୟଯେ, 2011 ମସିହାରେ ସୁପ୍ରିମ କୋର୍ଟ ମଣିପୁର ସୂଚନା କମିଶନ ଙ୍କ ଦ୍ୱାରା ଆଗତ ଏକ ମାମଲା ( Civil Appeal No. 10787-10788 of 2011) ର ଶୁଣାଣୀ କରି complaint case ରେ କମିଶନ ସୂଚନା ପ୍ରଦାନ ପାଇଁ ନିର୍ଦ୍ଧେଶ ଦେଇ ପାରିବେ ନାହିଁ କିନ୍ତୁ ଆଇନରେ ଅବହେଳା କରିଥିବା ପିଆଇଓ ଙ୍କ ବିରୁଦ୍ଧରେ ଦଣ୍ଡ ବିଧାନ କରିପାରିବେ l କମିଶନ କେଶ ଶୁଣାଣୀ ନକରି କେଶ କୁ ଆରମ୍ଭରୁ ଖାରଜ କରିଦେବା ପାଇଁ ସୁପ୍ରିମ କୋର୍ଟ ତାଙ୍କ ନିର୍ଦ୍ଧେଶ ନାମାରେ କହିନାହାନ୍ତି l ସେଥିପାଇଁ କେନ୍ଦ୍ରୀୟ ସୂଚନା କମିଶନ ଙ୍କ ଠାରୁ ଆରମ୍ଭ କରି ସମସ୍ତ ରାଜ୍ୟ ସୂଚନା କମିଶନ ମାନେ complaint case ଗୁଡିକର ଶୁଣାଣୀ କରି ପିଆଇଓ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠା ନ ଗ୍ରହଣ କରୁଛନ୍ତି l
ପୁଣି ଆହୁରି ଆଶ୍ଚ ର୍ଯ୍ୟ ର ବିଷୟ ହେଉଛି, ବର୍ତ୍ତମାନର ନବ ନିଯୁକ୍ତ ସୂଚନା କମିଶନ ମାନେ complaint case ଶୁଣାଣୀ ପାଇଁ listing ମଧ୍ୟ କରୁନାହାନ୍ତି ଯାହାକି ଓଡିଶା ସୂଚନା କମିଶନ (ଅପିଲ ପ୍ରକ୍ରିୟା ) ରୁଲ, 2006 ର ବିରୁଦ୍ଧାଚରଣ କରୁଛି l ଉକ୍ତ ରୁଲର 6(4) ରେ ଉଲ୍ଲେଖ୍ୟ ରହିଛି ଯେ, complaint case ଗୁଡିକର ଶୁଣାଣୀ କରି କେଶ ଫଇସଲା କରିବାକୁ ପଡିବ ଓ କେଶ ଶୁଣାଣୀ ପାଇଁ ଅଭିଯୋଗକାରୀ ମାନଙ୍କ ଠାରୁ ସେମାନଙ୍କ ଅଭିଯୋଗ ସମ୍ପର୍କରେ ଶୁଣାଣୀ କରିବାକୁ ପଡିବ l
କିନ୍ତୁ ଓଡିଶା ସୂଚନା କମିଶନ ମାନେ କେଶ ଶୁଣାଣୀ ନକରି ମନ ଇଛା ଖାରଜ କରିବା କେବଳ ଆଇନ ବିରୋଧୀ ନୁହେଁ ଏହା ମଧ୍ୟ violation of natural justice l ସେଥିପାଇଁ Supreme Court, ହାଇ କୋର୍ଟ ବା ରାଜ୍ୟ ମାନବ ଅଧିକାର କମିଶନ ରେ କେଶ ଶୁଣାଣୀ ନକରି ଖାରଜ କରାଯାଏ ନାହିଁ l କେଶ ଖାରଜ କରିବାର ଥିଲେ ବି listing ହୁଏ, ଶୁଣାଣୀ ହୁଏ ଓ ଖାରଜ ହୁଏ ବା ଅର୍ଡର ହୁଏl
କିନ୍ତୁ ରାଜ୍ୟ ସୂଚନା କମିଶନ ରେ ଏହା ବ୍ୟତିକ୍ରମ l ସୂଚନା କମିଶନ ଙ୍କ ଏହି ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ପ୍ରବଳ ଅସନ୍ତୋଷ ଦେଖାଦେଇଛିl ଅନେକ କମିଶନ ଙ୍କ ବିରୁଦ୍ଧରେ ରାଜ୍ୟପାଳ ଙ୍କ ନିକଟରେ ଅଭିଯୋଗ କରିଛନ୍ତି l କମିଶନ ରେ ଯଦି ଏପରି ବ୍ୟବସ୍ଥା ଚାଲୁରୁହେ, ତେବେ ସୂଚନା ଅଧିକାର ଆଇନ ଆସ୍ତେ ଆସ୍ତେ ଦିଗହରା ହେବ, ଏଥିରେ ସନ୍ଦେହ ନାହିଁ l
























