ଓଡିଶା ସରକାର ରାଜନୈତିକ ଅଭିସନ୍ଧି ରଖି ‘ସମ୍ବାଦ’ ଖବରକାଗଜ ଉପରେ ପ୍ରାୟୋଜିତ ରେଡ୍ କରିବା ଭଳି ଲାଗୁଛି

0
318
ଓଡିଶା ସରକାର ରାଜନୈତିକ ଅଭିସନ୍ଧି ରଖି ଓଡିଆ ସମ୍ବାଦ ଖବରକାଗଜ ଗଣମାଧ୍ୟମ ସମୂହ ଉପରେ ପ୍ରାୟୋଜିତ ରେଡ୍ କରିବା ଭଳି ଲାଗୁଛି । ଗଣମାଧ୍ୟମର କଣ୍ଠରୋଧ ପାଇଁ ଏହି ପ୍ରାୟୋଜିତ ରେଡ୍ ଦୁର୍ଭାଗ୍ୟଜନକ ଓ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ଏବଂ ଏହାକୁ ମୁଁ ଦୃଢ ନିନ୍ଦା କରୁଛି , ପୂର୍ବତନ ରାଜ୍ୟ ସଭାପତି ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ Samir Mohanty

By Our Correspondent  

BHUBANESWAR: ଓଡିଶା ସରକାର ରାଜନୈତିକ ଅଭିସନ୍ଧି ରଖି ଓଡିଆ ସମ୍ବାଦ ଖବରକାଗଜ ଗଣମାଧ୍ୟମ ସମୂହ ଉପରେ ପ୍ରାୟୋଜିତ ରେଡ୍ କରିବା ଭଳି ଲାଗୁଛି । ଗଣମାଧ୍ୟମର କଣ୍ଠରୋଧ ପାଇଁ ଏହି ପ୍ରାୟୋଜିତ ରେଡ୍ ଦୁର୍ଭାଗ୍ୟଜନକ ଓ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ଏବଂ ଏହାକୁ ମୁଁ ଦୃଢ ନିନ୍ଦା କରୁଛି , ପୂର୍ବତନ ରାଜ୍ୟ ସଭାପତି ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ Samir Mohanty.

ଦୈନିକ ସମ୍ବାଦ ଖବରକାଗଜ ମୁଖ୍ୟ ଯେପର୍ଯ୍ୟନ୍ତ ବିଜେଡିରେ ଥିଲେ ଏବଂ ଦଳର ସ୍ୱାର୍ଥକୁ ସାଧନ କରିବା ପାଇଁ କାର୍ଯ୍ୟ କରୁଥିଲେ, ସେପର୍ଯ୍ୟନ୍ତ ସରକାର ଓ ବିଜେଡି ଖୁସି ଥିଲା । ଯେବେ ସେ ଓଡିଶାର ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ସମାଲୋଚନା କଲେ ସେତେବେଳେ ତାହା ସରକାର ଓ ବିଜେଡିକୁ ଭଲ ଲାଗିଲା ନାହିଁ ।

ରାଜ୍ୟ ସରକାର ଯେଉଁଭଳି ଏକପାଖିଆ ଭାବେ ଏକଛତ୍ରବାଦ ଶାସନ ଚଳାଇବା ପାଇଁ ଚେଷ୍ଟା କରୁଛନ୍ତି, ନିୟମ କାନୁନକୁ ନମାନି ରାଜନୈତିକ ଆକ୍ରୋଶ ରଖି ଗଣତନ୍ତ୍ରର ହତ୍ୟା କରୁଛନ୍ତି, ଏହା ଆଦୌ ଗ୍ରହଣୀୟ ନୁହେଁ । ଶାନ୍ତିପ୍ରିୟ ରାଜ୍ୟ ଓଡିଶାରେ ଗତ କିଛି ଦିନ ଧରି ଯେଉଁ ପ୍ରତିଶୋଧ-ରାଜନୀତିର ପରମ୍ପରା ସୃଷ୍ଟି କରାଯାଉଛି ତାହାକୁ ଦଳମତ ନିର୍ବିଶେଷରେ ସମସ୍ତେ ବିରୋଧ କରିବା ଆବଶ୍ୟକ ।

ଗଣତନ୍ତ୍ରରେ ପ୍ରଶ୍ନ ପଚାରିବା ଅଧିକାରକୁ ନାଲି ଆଖି ଦେଖାଇ କ୍ଷୁର୍ଣ୍ଣ କରିବା ଅପଚେଷ୍ଟାରୁ ରାଜ୍ୟର ଶାସନତନ୍ତ୍ର ନିଜକୁ ନିବୃତ ରଖୁ । ସାଢେ ଚାରି କୋଟି ଓଡିଆ ଲୋକମାନେ କେବେ ବି ଇଷ୍ଟ ଇଣ୍ଡିଆ ଭଳି ମନୋବୃତି ରଖୁଥିବା ଏକପାଖିଆ ଶାସନ ବ୍ୟବସ୍ଥାକୁ ଆଗାମୀ ଦିନରେ କ୍ଷମା ଦେବେ ନାହିଁ । -ପୂର୍ବତନ ରାଜ୍ୟ ସଭାପତି ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ Samir Mohanty.

LEAVE A REPLY

Please enter your comment!
Please enter your name here