ଓଡିଶା ଚାଷୀଙ୍କୁ ବିଶ୍ୱାସଘାତକତା କରିଥିଲେ ନବୀନ, ଚାଷୀ ମାନଙ୍କ ମନରେ ଆଶାର ସଂଚାର କଲେ ମୋହନ, ଧାନ କିଣା କାରବାର ଠିକ୍ ଠାକ୍ ଭାବେ ଚାଲିଥିବାରୁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଚାଷୀମାନଙ୍କ ତରଫରୁ ଭବ୍ୟ ସମ୍ବର୍ଦ୍ଧନା

0
309

By Our Correspondent

BHUBANESWAR:  ଓଡିଶା ରାଜ୍ୟରେ ଚଳିତ ବର୍ଷ ଖରିଫ୍ ଧାନ କିଣା କାରବାର ଠିକ୍ ଠାକ୍ ଚାଲିଥିବାରୁ ଏବଂ ଧାନ ଦେବାର ୪୮ ଘଂଟା ମଧ୍ୟରେ ଚାଷୀ ଆକାଉଂଟ୍‌କୁ ପଇସା ଆସୁଥିବାରୁ ଆଜି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ତାଙ୍କର ଭୁବନେଶ୍ୱରସ୍ଥିତ ବାସ ଭବନରେ ଧନ୍ୟବାଦ ଜଣାଇଛନ୍ତି । ଚାଷୀ ମାନେ ସେମାନଙ୍କ ନିଜ ଜମିରେ ଚାଷ କରିଥିବା ଆଳୁ, ବାଇଗଣ, କୋବି, ବିଲାତି, କଦଳୀ, ନଡିଆ, ପାନ ପ୍ରଭୃତିକୁ ଚାଷୀ ମନ୍ତ୍ରୀଙ୍କୁ ପ୍ରଦାନ କରିବା ସହିତ ଚାଷର ସନ୍ତକ ହଳ ଲଙ୍ଗଳ ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । ତତ୍ ସହିତ ଉତରୀୟ ପୁଷ୍ପଗୁଚ୍ଛ ଦେଇ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଚାଷୀ ମାନଙ୍କ ଦ୍ୱାରା କରାଯାଇଥିଲା ।

ନବୀନ ପଟ୍ଟନାୟକଙ୍କ ୨୪ବର୍ଷ ଧରି ଶାସନରେ ଚାଷୀ ମାନେ ଶୋଷଣର ଶିକାର ହେଉଥିଲେ । ୨୦୧୫ ମସିହାରେ ଧାନ କୁଇଂଟାଲ ପ୍ରତି ୧୦୦ଟଙ୍କା ବୋନସ ଦେବାକୁ କହିଥିଲେ ଦେଲେ ନାହିଁ, ୩୧୪ ବ୍ଲକରେ ଶୀତଳ ଭଣ୍ଡାର କରିବାକୁ କହିଥିଲେ କଲେ ନାହିଁ, ୩୫ ଭାଗ ଜମିକୁ ଜଳସେଚିତ କରିବାକୁ କହିଥିଲେ କଲେନାହିଁ, କାଳିଆ ଯୋଜନା କରି ୧୦ ହଜାର ଟଙ୍କା ଦେବାକୁ କହିଥିଲେ ଦେଲେ ନାହିଁ, ନବୀନ ପଟ୍ଟନାୟକ ଓଡିଶାର ଚାଷୀମାନଙ୍କ ପ୍ରତି ବିଶ୍ୱାସଘାତତା କରିଛନ୍ତି ।

ବିଜେପି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ସରକାର ୮ ମାସ ଶାସନ କାଳରେ ଚାଷୀ ମାନଙ୍କର ଆୟକୁ ଦୁଇ ଗୁଣା କରିବା ପାଇଁ କୃଷକ କଲ୍ୟାଣକାରୀ ଯୋଜନା ପ୍ରଣୟନ କରୁଛନ୍ତି । ଏବର୍ଷ ଧାନ କିଣା କାରବାର ସାରା ରାଜ୍ୟରେ ସ୍ୱଚ୍ଛତାର ଓ ଶୃଙ୍ଖଳିତ ଭାବରେ ହୋଇ ଚାଷୀ ତାର ଲାଭପାଉଥିବାରୁ ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ଶତାଧିକ ଚାଷୀ ମାନେ ସ୍ୱାଗତ ସମ୍ବର୍ଦ୍ଧିତ କରିଥିଲେ । ଓଡିଶା ଚାଷୀଙ୍କୁ ବିଶ୍ୱାସଘାତକତା କରିଥିଲେ ନବୀନ, ଚାଷୀ ମାନଙ୍କ ମନରେ ଆଶାର ସଂଚାର କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବୋଲି ଶ୍ରୀ ସାହୁ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଯଦୁମଣି ପାଣିଗ୍ରାହୀ, ଗୋବିନ୍ଦ ଚନ୍ଦ୍ର ଅଗ୍ରୱାଲ, ଅଶୋକ କୁମାର ରଥ, କୌଶିକ ଚାନ୍ଦ, ହୃଷୀକେଶ ଜେନା, ଡ. ଜଗନ୍ନାଥ ମହାପାତ୍ର, ତପନ କୁମାର ବେହେରା, ବିଜୟ କୁମାର ପଣ୍ଡା, ଅଜୟ କୁମାର ପ୍ରଧାନ, ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ପ୍ରଭାସ ଚନ୍ଦ୍ର ସ୍ୱାଇଁ, ବସନ୍ତ କୁମାର ନାୟକ, ଶିବ ପ୍ରସାଦ ମିଶ୍ର, ସନ୍ତୋଷ କୁମାର ଜେନା, ବିଶ୍ୱଜିତ ସ୍ୱାଇଁ, ଅଜୟ କୁମାର ସାହୁ, ଉପେନ୍ଦ୍ର ରାଉଳ, ଅମରେଶ୍ୱର ମିଶ୍ର, ସରୋଜକାନ୍ତ ସାହୁ, ପାଣ୍ଡବ ଚନ୍ଦ୍ର ଧଳ, ଜିତେନ୍ଦ୍ର କୁମାର ବିଶ୍ୱାଳ, ସୁମନ୍ତ କୁମାର ମହାରଣା, ଗଜେନ୍ଦ୍ର କୁମାର ଚୌଧୁରୀ, ସୁନିଲ କୁମାର ମହାନ୍ତି, ପୂର୍ଣ୍ଣିମା ଦାଶ, ସୁଶ୍ରୀ ଅମିତା କର, ମୀମାଂସା ମିଶ୍ର, ଅଜୟ କୁମାର ସ୍ୱାଇଁ, ଶ୍ରୀନିବାସ ପ୍ରଧାନ, ସଞ୍ଜିବ୍ ରଣା, ଦୀପ୍ତିରଞ୍ଜନ ଜେନା, ପ୍ରଭାତ କୁମାର ସ୍ୱାଇଁଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଓ ଶତାଧିକ ଚାଷୀ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here