ଓଡିଶାରେ ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ରାଜ୍ୟବାସୀଙ୍କ ପାଇଁ ଏପ୍ରିଲ ଫୁଲ୍ ନୁହେଁ ତ ? ବିରୋଧୀ ଦଳ ନେତା

0
312

By Our Correspondent

BHUBANESWAR:    ଭୁବନେଶ୍ୱରରୁ କଟକ ଭିତରେ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ଗତ ୨୦୧୮ ମସିହା ଜାନୁଆରୀ ମାସରେ ମୁଖ୍ୟମନ୍ତ୍ରୀ ଦାବୀ କରିଥିଲେ । ଏପରିକି ଭୋଟ ହାତେଇବା ଉଦେ୍ଦଶ୍ୟରେ ସାଧାରଣ ନିର୍ବାଚନ ପୂର୍ବରୁ ଗତ ୨୦୧୯ ମସିହା ଏପ୍ରିଲ ୨୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମେଟ୍ରୋ ରେଳ ସେବା ଆରମ୍ଭ କରାଯିବ ବୋଲି ଟ୍ୱିଟ୍ ଜରିଆରେ ଘୋଷଣା ମଧ୍ୟ କରିଥିଲେ ।

ଆଗାମୀ ୨୦ ବର୍ଷ ପର୍ଯ୍ୟନ୍ତ ଅର୍ଥାତ ୨୦୪୧ ମସିହା ପର୍ଯ୍ୟନ୍ତ ରାଜ୍ୟରେ ମେଟ୍ରୋ ଟ୍ରେନର ଆବଶ୍ୟକତା ନଥିବାର ଗତ ୨୦୨୧ ମସିହା ମାର୍ଚ୍ଚ ୩୦ ତାରିଖରେ ତକ୍ରାଳୀନ ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ବିଧାନସଭାରେ ବିବୃତି ଦେଇଥିଲେ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଆଜିର ଘୋଷଣା ବହୁ ସନ୍ଧେୟ ସୃଷ୍ଟି କରୁଛି, said Leader of Opposition, Jayanarayan Mishra.

ରାଜ୍ୟର ମୁଖ୍ୟମନ୍ତ୍ରୀ ଆଜି ଓଡିଶାରେ ମେଟ୍ରୋ ରେଳ ସେବା ପାଇଁ ଅନୁମୋଦନ ଦେଇଥିବାର ଘୋଷଣା କରିଛନ୍ତି। ଏହା ସ୍ୱାଗତଯୋଗ୍ୟ କିନ୍ତୁ ଏହାର ବାସ୍ତବତାକୁ ନେଇ ସାଧାରଣରେ ବହୁ ପ୍ରଶ୍ନ ସୃଷ୍ଟି ହୋଇଛି । ଅନୁମୋଦନ ହୋଇଥିବା ଏହି ମେଟ୍ରୋ ରେଳ ପ୍ରକଳ୍ପର ଡିପିଆର୍, ଆର୍ଥିକ ବ୍ୟୟବରାଦ ଏବଂ ଅନ୍ୟାନ୍ୟ ଆନୁସାଙ୍ଗିକ ଆବଶ୍ୟକତା ପ୍ରସ୍ତୁତ ହୋଇଛି କି?

ଏହି ପ୍ରକଳ୍ପ ନିର୍ମାଣର ସଂପୂର୍ଣ୍ଣ ଖର୍ଚ୍ଚ କେବଳ ରାଜ୍ୟ ସରକାର ବହନ କରିବେ ନା କେନ୍ଦ୍ର ସରକାରଙ୍କ ଅଂଶ ରହିବ ? ଏହାର କୈାଣସି ସ୍ପଷ୍ଟତା ନଥିବା କାରଣରୁ ଓଡିଶାରେ ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ରାଜ୍ୟବାସୀଙ୍କ ପାଇଁ ଏପ୍ରିଲ ଫୁଲ୍ ନୁହେଁ ତ ? ,asked ବିରୋଧୀ ଦଳ ନେତା.

LEAVE A REPLY

Please enter your comment!
Please enter your name here