ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ସେମିକଣ୍ଡକ୍ଟର କ୍ଷେତ୍ରରେ ଓଡ଼ିଶାକୁ ମୋଦିଜୀଙ୍କ ୨୨୫୦ କୋଟି ଟଙ୍କାର ଉପହାର- ଧର୍ମେନ୍ଦ୍ର ପ୍ରଧାନ

0
204

By Our Correspondent

BHUBANESWAR: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ଓଡ଼ିଶା, ପଞ୍ଜାବ ଏବଂ ଆନ୍ଧ୍ରପ୍ରଦେଶରେ ୪୬୦୦ କୋଟି ଟଙ୍କା ବ୍ୟୟରେ ୪ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍‌କୁ ଅନୁମୋଦନ ମିଳିଛି, ଯାହାକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଶେଷ ଭାବରେ ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ ପ୍ରତିଷ୍ଠା କରିବା ପାଇଁ ୨୨୫୦ କୋଟି ଟଙ୍କାର ଉପହାର ଦେଇଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଓଡ଼ିଶାର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି ।    

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ସମେତ ପୂର୍ବ ଭାରତର ବିକାଶ ପାଇଁ ପୂର୍ବୋଦୟ ମିଶନରରେ ନୂଆ ଅଧ୍ୟାୟ ଯୋଡିହୋଇଛି । ଭାରତ ସେମିକଣ୍ଡକ୍ଟର ମିଶନ ଅଧୀନରେ ଭୁବନେଶ୍ୱରରେ ଏକ କମ୍ପାଉଣ୍ଡ ସେମିକଣ୍ଡକ୍ଟର ଫାବ୍ ଏବଂ ଏଟିଏମପି ୟୁନିଟ୍ ପ୍ରତିଷ୍ଠା ହେବ । ଭୁବନେଶ୍ୱରରେ ସେମିକଣ୍ଡକର ୟୁନିଟରେ ସିଲିକନ କାର୍ବାଇଟ୍ ସେମିକଣ୍ଡକ୍ଟର ଉତ୍ପାଦନ ହେବ । ଏଠାରେ ଉତ୍ପାଦନ ହେବାକୁ ଥିବା ସେମିକଣ୍ଡକ୍ଟରର ଉପାଦେୟ ବିଷୟ ଗୁଡ଼ିକ ମିଶାଇଲ, ସ୍ପେଶ, ସାଟେଲାଇଟ୍, ଟେଲିକମ ଟାଓ୍ୱାର ଏବଂ ରେଳ ଇଞ୍ଜିନ କାମରେ ଲାଗିବ । ଆଇଆଇଟି ଭୁବନେଶ୍ୱରର ଗବେଷଣା ଏବଂ ବିକାଶ ପରିସରରେ ଏହାର ଲ୍ୟାବ୍ ପ୍ରତିଷ୍ଠା ହେବ । ଆଇଆଇଟି ଭୁବନେଶ୍ୱରରେ ପ୍ରତିଷ୍ଠିତ ରିସର୍ଚ୍ଚ ପାର୍କ ଏହି ସେମିକଣ୍ଡକ୍ଟର ୟୁନିଟକୁ ଶିକ୍ଷା  ଓ ଗବେଷଣାରେ ସହଯୋଗ  ପ୍ରଦାନ କରିବ । ଦ୍ୱିତୀୟତଃ ଖୋର୍ଦ୍ଧାର ଇନଫୋ ଭ୍ୟାଲିରେ ଥ୍ରୀଡି ଗ୍ଲାସ ୟୁନିଟ୍ ପ୍ରତିଷ୍ଠା କରିବା ପାଇଁ କ୍ୟାବିନେଟ୍ ମଞ୍ଜୁରି ମିଳିଛି । ଏହି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟରେ ବିଭିନ୍ନ ପ୍ରକାରର ଗ୍ଲାସ୍ ପ୍ୟାନେଲ୍ ନିର୍ମାଣ ହେବ । ଏଠାରେ ଉତ୍ପାଦନ ହେବାକୁ ଥିବା ଚିପ୍ ପ୍ରତିରକ୍ଷା, ରାଡାର, ଏରୋସ୍ପେଶ ଏବଂ ଓୟାରଲେସ୍ ଟେକ୍ନୋଲୋଜି କାମରେ ଲାଗିବ ।

ସେ କହିଛନ୍ତି ଯେ ଏହି ୟୁନିଟ୍ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ୫୦ ଭାଗ, ଓଡ଼ିଶା ସରକାର ୨୫ ଭାଗ ଏବଂ ନିବେଶକ ୨୫ ପ୍ରତିଶତ ଆର୍ଥିକ ସହାୟକା ପ୍ରଦାନ କରିବେ ।  ଭୁବନେଶ୍ୱରରେ ସେମିକଣ୍ଡକର ଉତ୍ପାଦନ ୟୁନିଟ ପାଇଁ କେନ୍ଦ୍ର ସରକାର ପ୍ରାୟ ୭୦୦ କୋଟି ଏବଂ ଓଡ଼ିଶା ସରକାର ପ୍ରାୟ ୩୫୦ ଟଙ୍କା ଦେବେ । ଖୋର୍ଦ୍ଧାରେ ହେବାକୁ ଥିବା ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ପାଇଁ କେନ୍ଦ୍ର ସରକାର ପ୍ରାୟ ୮୦୦ କୋଟି ଏବଂ ରାଜ୍ୟ ସରକାର ପ୍ରୟ ୪୦୦ କୋଟି ଦେବେ । ଅର୍ଥାତ୍ ଡବଲ ଇଞ୍ଜନ ସରକାର ଏଥିପାଇଁ ସର୍ବମୋଟ ୨୨୫୦ କୋଟି ଟଙ୍କା ଦେବେ । ଓଡ଼ିଶା ସରକାର ମଧ୍ୟ ଏଥିପାଇଁ ଜମି, ଜଳ, ବିଜୁଳି ସମେତ ଆନୁଷଙ୍ଗିକ ବ୍ୟବସ୍ଥା କରାଇବା ପାଇଁ ସମସ୍ତ ପ୍ରକାର ସାହାଯ୍ୟ ପ୍ରଦାନ କରିବେ ।  

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଓଡ଼ିଶାରେ କୋଇଲା, ଖଣି, ଲୁହାପଥର, କ୍ରୋମାଇଟ୍ ସମେତ ଅନ୍ୟାନ୍ୟ ଖଣିଜ ପଦାର୍ଥ ପାଇଁ ପରିଚୟ ପାଇଥିବା ବେଳେ ରେଳ, ସଡକପଥ, ବନ୍ଦର ଭିତ୍ତିଭୂମିରେ ପୁଞ୍ଜିନିବେଶ ହେଉଥିଲା । ଡବଲ ଇଞ୍ଜିନ ସରକାରର ପ୍ରୟାସ କାରଣରୁ ନ୍ୟୁ ଏଜ୍ ଇକୋନୋମୀ ବା ନୂଆ ସମୟର ଅର୍ଥନୈତିକ ଦୁନିଆରେ ଓଡ଼ିଶା ଯୋଡିହୋଇଛି । ନ୍ୟୁ ଏଜ୍ ଟେକ୍ନୋଲୋଜି ଆଧାରରେ ଏଠାରେ ସେମିକଣ୍ଡକ୍ଟରର ଦୁନିଆରେ ବହୁତ ବଡ କ୍ଲଷ୍ଟର ତିଆରି ହୋଇପାରିବ । ଆମେ ଯେଉଁ ଅପେକ୍ଷା ରଖିଥିଲେ, ଓଡ଼ିଶାରେ ନୂଆ ସମୟର ଅର୍ଥନୀତି ବିକଶିତ ହେଉ, ସେ ଦିଗରେ ଆଜିର କ୍ୟାବିନେଟ୍ ନିଷ୍ପତି ବଡ ପଦକ୍ଷେପ । ଏହା ଦ୍ୱାରା ଓଡ଼ିଶାରେ ସେମିକଣ୍ଡକ୍ଟର ସହ ଆନ୍ସିଲାରୀ ଇଣ୍ଡଷ୍ଟ୍ରିରେ ଓଡ଼ିଶାର ନୂଆ ପରିଚୟ ହେବ ।

ଆଜିର ପଦକ୍ଷେପ ଡବଲ ଇଞ୍ଜିନ ସରକାରର ପ୍ରତିଫଳନ । ଏହା ଦ୍ୱାରା ସେମିକଣ୍ଡକ୍ଟର ବିଶେଷ ଭାବରେ ଅଟୋମୋବାଇଲ୍ ଓ ପ୍ରତିରକ୍ଷା କ୍ଷେତ୍ରରେ ସେମିକଣ୍ଡକ୍ଟରର ବହୁଳ ବ୍ୟବହାର ହେବ । ଦୁଇ ବର୍ଷ ମଧ୍ୟରେ ଏହି ୟୁନିଟରୁ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ହେବ ହେବ ବୋଲି ଆଶା କରାଯାଉଛି । ଏହି କ୍ଷେତ୍ର ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ଘରୋଇ ମୂଲ୍ୟ ବୃଦ୍ଧି ଏବଂ ଆମଦାନୀ ନିର୍ଭରଶୀଳତା ହ୍ରାସ କରି ଓଡ଼ିଶାର ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ବୃଦ୍ଧି କରିବ ବୋଲି ଆଶା କରାଯାଉଛି । ଏହି ଦୁଇ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ଦ୍ୱାରା ଓଡ଼ିଶାରେ ପାଖାପାଖି ୧୫୦୦ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ହଜାର ହଜାର ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ । ସେମିକଣ୍ଡକ୍ଟର କ୍ଷେତ୍ରରେ ଆନ୍ସିଲାରି ଇଣ୍ଡଷ୍ଟ୍ରିରେ ବ୍ୟାପକ ଅଭିବୃଦ୍ଧି ହେବ । ଏହା ଦ୍ୱାରା ଓଡ଼ିଶାର ଅର୍ଥନୀତିକୁ ବଡ ଗତି ମିଳିବ ବୋଲି ସେ ମତପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here