ଓଡ଼ିଶାରେ ମା’ମାନେ ଯଦି ସୁରକ୍ଷିତ ନାହାନ୍ତି, ତାହାଲେ ସରକାରଙ୍କ ମାଙ୍କୁ ‘ସମ୍ମାନ’ ସ୍ଲୋଗାନ ଏକ ଧୂଆଁବାଣ- ଭାରତୀୟ ଜନତା ପାର୍ଟି ରାଜ୍ୟ ମହିଳାମୋର୍ଚ୍ଚା

0
282
ଓଡ଼ିଶାରେ ମହିଳା ଅସୁରକ୍ଷିତ । ଓଡ଼ିଶାରେ ମା’ମାନେ ଯଦି ସୁରକ୍ଷିତ ନାହାନ୍ତି, ତାହାଲେ ସରକାରଙ୍କ ମାଙ୍କୁ ‘ସମ୍ମାନ’ ସ୍ଲୋଗାନ ଏକ ଧୂଆଁବାଣ । ଭାରତୀୟ ଜନତା ପାର୍ଟି ସର୍ବଦା ମହିଳାଙ୍କ ସୁରକ୍ଷା ଉପରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରୁଥିଲେ ମଧ୍ୟ ରାଜ୍ୟ ସରକାର ନୀରବ କାହିଁକି? ମହିଳାଙ୍କ ସୁରକ୍ଷା କ୍ଷେତ୍ରରେ ବିଜେଡିର କୌଣସି ତତ୍ପରତା ନାହିଁ । ଓଡ଼ିଶାରେ ଲୋକମାନେ ଜାଣିଶାରିଲେଣି ମହିଳାଙ୍କୁ ଦୁଷ୍କର୍ମ, ହତ୍ୟା, ଅପହରଣ କଲେ ବି ପୋଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ ନାହିଁ । ଏଥିଲାଗି ଓଡିଶାରେ ବାରବାର୍ ମହିଳାମାନେ ହତ୍ୟା ଓ ନିର୍ଯ୍ୟାତନାର ଶିକାର ହେଉଛନ୍ତି

By Our Correspondent

BHUBANESWAR:  ଓଡ଼ିଶାରେ ମହିଳା ଅସୁରକ୍ଷିତ । ଓଡ଼ିଶାରେ ମା’ମାନେ ଯଦି ସୁରକ୍ଷିତ ନାହାନ୍ତି, ତାହାଲେ ସରକାରଙ୍କ ମାଙ୍କୁ ‘ସମ୍ମାନ’ ସ୍ଲୋଗାନ ଏକ ଧୂଆଁବାଣ । ଭାରତୀୟ ଜନତା ପାର୍ଟି ସର୍ବଦା ମହିଳାଙ୍କ ସୁରକ୍ଷା ଉପରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରୁଥିଲେ ମଧ୍ୟ ରାଜ୍ୟ ସରକାର ନୀରବ କାହିଁକି? ମହିଳାଙ୍କ ସୁରକ୍ଷା କ୍ଷେତ୍ରରେ ବିଜେଡିର କୌଣସି ତତ୍ପରତା ନାହିଁ । ଓଡ଼ିଶାରେ ଲୋକମାନେ ଜାଣିଶାରିଲେଣି ମହିଳାଙ୍କୁ ଦୁଷ୍କର୍ମ, ହତ୍ୟା, ଅପହରଣ କଲେ ବି ପୋଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ ନାହିଁ । ଏଥିଲାଗି ଓଡିଶାରେ ବାରବାର୍ ମହିଳାମାନେ ହତ୍ୟା ଓ ନିର୍ଯ୍ୟାତନାର ଶିକାର ହେଉଛନ୍ତି , ଭାରତୀୟ ଜନତା ପାର୍ଟି ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ Aishwarya Biswal said.

ଗତ ୯ଦିନ ତଳେ(ଡିସେମ୍ବର-୨୧) ତାରିଖ ଦିନ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ କାଶୀପୁର ଅଂଚଳର ମା’ଗୃହ ପରିଚାଳିକା ଭାବେ କାର୍ଯ୍ୟ କରୁଥିବା ୨୮ବର୍ଷିଆ ଦିବ୍ୟାଙ୍ଗ ଝିଅ ଲକ୍ଷ୍ମୀ ମାଝୀଙ୍କୁ ଦୁର୍ବୃତମାନେ ଦୁଷ୍କର୍ମ କରି ପୋଡି ବିଭତ୍ସ ଭାବେ ହତ୍ୟା କରିଛନ୍ତି । ଲେ ଆଏନେଇ ବିଜେପି ମହିଳାମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ରଙ୍କ ନେତୃତ୍ୱରେ ଏକ ତଥ୍ୟ ଅନୁସଦ୍ଧାନକାରୀ ଦଳ ପ୍ରାଥମିକ ତଦନ୍ତ କରି ସ୍ଥାନୀୟ ଏସ୍‌ଡିପିଓଙ୍କୁ ପଚାରିଥିଲେ ମଧ୍ୟ ସନ୍ତୋଷଜନକ ଉତର ମିଳିନଥିଲା ।

ମୃତ ଦିବ୍ୟାଙ୍ଗ ଲକ୍ଷ୍ମୀଙ୍କ ହତ୍ୟାକୁ ୯ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ ବ୍ୟବଚ୍ଛେଦ ରିପୋର୍ଟ ପୋଲିସର ହସ୍ତଗତ ହୋଇନାହିଁ କି ମୃତକଙ୍କ ବାପା ଏତଲାରେ ଦୋଷାରୋପ କରିଥିବା ଏନଜିଓ ଅଧ୍ୟକ୍ଷଙ୍କୁ ଗିରଫ କରାଯାଇ ନାହିଁ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ପୋଲିସ ହତ୍ୟା ଘଟଣାକୁ ଏବଂ ହତ୍ୟାକାରୀଙ୍କୁ ଘଂଟ ଘୋଡାଉଛି ।

ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଡା. ବିଶ୍ୱାଳ କହୁଛନ୍ତି ଯେ, ମହିଳାମାନଙ୍କ ପ୍ରତି ହେଉଥିବା ଅପରାଧୀକ ମାମଲାରେ ଓଡ଼ିଶାରେ ସବୁଠାରୁ କମ୍ ଦଣ୍ଡବିଧାନ ହାର ଯାହାକି ୮.୩ ପ୍ରତିଶତ । ଏନସିଆରବି ରିପୋର୍ଟ ଅନୁଯାୟୀ ୯୮.୬ପ୍ରତିଶତ କେସ୍‌ର ବର୍ତମାନ ସୁଦ୍ଧା ଶୁଣାଣି ହୋଇନାହିଁ । ୨୪ବର୍ଷର ମହିଳା ବିରୋଧୀ ସରକାର ବିରୋଧରେ ଓଡ଼ିଶାବାସୀଙ୍କ ଆକ୍ରୋଶ ଦେଖାଦେଇଛି । ଲକ୍ଷ୍ମୀ ମାଝୀକୁ ନ୍ୟାୟ ଦେବା ଏବଂ ରାଜ୍ୟରେ ବଢ଼ୁଥିବା ମହିଳାଙ୍କ ପ୍ରତି ହିଂସା ବିରୋଧରେ ବିଜେପି ମହିଳାମୋର୍ଚ୍ଚା ଆଗାମୀ ଦିନରେ ଆନ୍ଦୋଳନ କରିବ ।

ଓଡ଼ିଶାରେ ମହିଳାମାନଙ୍କ ପ୍ରତି ହୋଇଥିବା ହିଂସା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଉଦାହରଣ ସ୍ୱରୂପ ନବରଙ୍ଗପୁର ଜିଲ୍ଲାର ଆବାସିକା ଛାତ୍ରୀଙ୍କୁ ଶିକ୍ଷକଙ୍କ ଦ୍ୱାରା ଗଣଧର୍ଷଣ, କାଶୀପୁର ବ୍ଲକରେ ଗର୍ଭବତୀ ମହିଳାଙ୍କୁ କୌଣସି ଗୁରୁତର ଅପରାଧ ନଥାଇ ମଧ୍ୟ ଏସପି ଗିରଫ କରିବା ତାପର ମୁହୂର୍ତରେ ସ୍ୱାସ୍ଥ୍ୟଅବସ୍ଥା ଖରାପ ହୋଇ ମୃତ୍ୟୁବରଣ ଘଟିବା ଓ କାଶୀପୁର ବ୍ଲକରେ ତୃତୀୟ ଶ୍ରେଣୀର ଛାତ୍ରୀଙ୍କୁ ପିଅନ ଧର୍ଷଣ କରିବା ଏବଂ ପୋଲିସ କେବଳ ପିଅନକୁ ଗିରଫ କରିଥିଲା । ଏଯାଏଁ ସ୍କୁଲ କର୍ତୃପକ୍ଷଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ।

ରାଜ୍ୟ ସରକାର ହତ୍ୟାର ରହସ୍ୟ ଲୁଚାଇବା ପାଇଁ କ୍ରାଇମବ୍ରାଂଚକୁ ତଦନ୍ତଭାର ଦେଉଛନ୍ତି । ଯଦି ପୂର୍ବ ଇତିହାସକୁ ଦେଖିବା ତାହାଲେ କ୍ରାଇମବ୍ରାଂଚ ପୂର୍ବରୁ ପ୍ରମାଣ ନଷ୍ଟ କରି କେସ୍‌ରେ ବିଭ୍ରାନ୍ତ ସୃଷ୍ଟି କରିଛି । ମମିତା ମେହେର, ପରୀ ଓ ନବ ଦାସ ଘଟଣାରେ କ୍ରାଇମବ୍ରାଂଚ କେସ୍‌କୁ ଦିଗହରା କରିଥିଲା । ତେଣୁ ଲକ୍ଷ୍ମୀ ମାଝୀଙ୍କ ହତ୍ୟାର ତଦନ୍ତ ରାଜ୍ୟ ସରକାର ସିବିଆଇକୁ ହସ୍ତାନ୍ତର କରନ୍ତୁ ବୋଲି ଡା ବିଶ୍ୱାଳ ଦାବି କରିଛନ୍ତି ।

ଏହି କାରଣରୁ ହିଁ ଓଡିଶାରର ମହିଳାମାନେ ଆର୍ôଥକ ଓ ମାନସିକ ସ୍ତରରେ ସମୃଦ୍ଧ ହୋଇପାରୁନାହାନ୍ତି , ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ.

LEAVE A REPLY

Please enter your comment!
Please enter your name here