ଏସବିଆଇ ଫୌଣ୍ଡସନ,ରାମକି ଫୌଣ୍ଡସନ ଏବଂ ଭେଜିପଦର ପ୍ରାଥମିକ ବିଦ୍ୟାଳୟ ଭବାନୀପାଟଣା ର ମିଳିତ ସହଯୋଗ ରେ ଆଜି ଭବାନୀପାଟଣା ବ୍ଲକ ର ସ୍ଥାନୀୟ ଭେଜିପଦର ସ୍ଥିତ ଭେଜିପଦର ପ୍ରାଥମିକ ବିଦ୍ୟାଳୟ ରେ ଏକ ବିଶେଷ ଶିଶୁ ରେଗ ର ସ୍ୱାସ୍ଥ୍ୟ ଶିବିର ଆୟୋଜିତ

0
266

By Our Correspondent

BHABHUBANESWAR:  ଏସବିଆଇ ଫୌଣ୍ଡସନ,ରାମକି ଫୌଣ୍ଡସନ ଏବଂ ଭେଜିପଦର ପ୍ରାଥମିକ ବିଦ୍ୟାଳୟ ଭବାନୀପାଟଣା ର ମିଳିତ ସହଯୋଗ ରେ ଆଜି ଭବାନୀପାଟଣା ବ୍ଲକ ର ସ୍ଥାନୀୟ ଭେଜିପଦର  ସ୍ଥିତ ଭେଜିପଦର ପ୍ରାଥମିକ ବିଦ୍ୟାଳୟ ରେ  ଏକ ବିଶେଷ ଶିଶୁ ରେଗ ର ସ୍ୱାସ୍ଥ୍ୟ ଶିବିର  ଆୟୋଜିତ ହେଇଯାଇଛି।ଭବାନୀପାଟଣା ଶିକ୍ଷା ମଣ୍ଡଳ ର  ତେନ୍ତୁଳିଖୁଣ୍ଟି କ୍ଲଷ୍ଟର ର ଏ ବି ଓ  ଶ୍ରୀଯୁକ୍ତ ଜୟନାରଣ ମାଝୀ ଓ ସି ଆର ସି ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ମହାନ୍ତି ଶିବିର କୁ ଉଦଘାଟନ କରିଥିଲେ।

ବିଦ୍ୟାଳୟ ର  ପ୍ରଧାନଶିକ୍ଷକ ମନୋଜ କୁମାର ସାହୁ ଓ ସହକାରୀ ଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ଖମାରି  ଙ୍କ ଉପସ୍ଥିତି ରେ  କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଵିଶେଷ ଶିଶୁ ରେଗ ବିଶେଷଜ୍ଞ ଡାକ୍ତର ଶିବପ୍ରସାଦ ଆଚାର୍ଯ୍ୟ ଙ୍କ ତତ୍ୱବାଧାନ ରେ ଏହି ଶିବିର ଆୟୋଜିତ ହେଇଯାଇଛି। ଏହି ସ୍ୱତନ୍ତ୍ର ଶିବିର ରେ ଅନୁନ୍ୟା ୩୧୦ ଜଣ ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ ଶିଶୁ ରେଗ ପରୀକ୍ଷା କରିବା ସହ ସ୍ବାସ୍ଥ୍ୟ ଏବଂ ଆଗାମୀ ଅଂଶୁଘାତ ଉପରେ ମଧ୍ୟ ସଚେତନତା କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ସହ ପାଖା ପାଖି ଅଂଚଳର ବିଭିନ୍ନ ଛାତ୍ର ଛାତ୍ରୀଙ୍କ ଯୋଗଦାନ ଦେଇଥିଲେ।ଏହି କାର୍ଯ୍ୟକ୍ରମ କ ,ରାମକି ଫୌଣ୍ଡସନ ର ଚିକିତ୍ସକ ଡାକ୍ତର ବିମଲ କୁମାର ଷଡଙ୍ଗୀ ଏବଂ ବିଦ୍ୟାଳୟ ର ସହଯୋଗୀ ଶିକ୍ଷକ ଶ୍ରୀ ଚିନ୍ମୟ ମହାନ୍ତି ଶ୍ରୀ ପଦ୍ମନାଭ ମହନନ୍ଦ,ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ୱାଗତିକା ନେଗୀ ଏବଂ ଶ୍ରୀମତୀ ସୁଚାରିତା ମହାପାତ୍ର ସହଯୋଗ କରିଥିଲେ।ସ୍ୱାସ୍ଥ୍ୟ ସଚେତନତା ଉପରେ  ରାମକି ଫୌଣ୍ଡସନ ଶିବିର କରି ସମାଜ ଆଉ କଳାହାଣ୍ଡି ଅଂଚଳରେ ଲୋକଙ୍କ ସାଧାରଣ ସ୍ୱାସ୍ଥ୍ୟକୁ ସୁଧରିବା ରେ ମୁଖ୍ୟ ଭୂମିକା କରିଆସୁଛି ଏବଂ ଏପରି ବିଭିନ୍ନ ସ୍ୱାସ୍ଥ୍ୟ ସଚେତନା ଶିବିର କରି କଳାହାଣ୍ଡି ରେ ତାର ସେବା ତାଙ୍କ ଅନୁଷ୍ଠାନ ଜରିଆରେ କରିଆସୁଛନ୍ତି।

ରାମକି ସଂସ୍ଥାର କଳାହାଣ୍ଡି ର ପିସି , ଭେଷଜ ବିତରକ ଶ୍ରୀମତୀ ଜୋଷ୍ଣା ରାଣୀ ବେହେରା ନର୍ସି ଶ୍ରୀମତୀ ପଙ୍କଜିନି ରଣା ଏଲ ଟି ନିତୁ ନାୟକ ପାଇଲଟ ନିରଞ୍ଜନ ହାତୀ ଲିଙ୍ଗରାଜ ସ୍ୱାଇଁ ଉପସ୍ଥିତ ଥିଲେ।   ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଶ୍ରୀମତି ସ୍ୱାଗତିକା ନେଗୀ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here