ଏନଆଇଟି, ରାଉରକେଲାରେ ୬ଟି ମେଗା ପ୍ରକଳ୍ପର ଶିଳାନ୍ୟାସ

0
267
୨୦୩୬ରେ ଓଡିଶା ଭାଷାଭିତ୍ତିକ ରାଜ୍ୟ ଭାବରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ଓ ୨୦୪୭ରେ ଦେଶ ସ୍ୱତନ୍ତ୍ରତା ପୂର୍ତ୍ତିର ୧୦୦ ବର୍ଷ ପୂରଣ କରିବ । ଏହି ୧୩ ବର୍ଷ ଓ ୨୫ ବର୍ଷ ସମୟ ମଧ୍ୟରେ ୧୦୦ କୋଟି ଟଙ୍କା ରୋଜଗାର କରାଇବା ଭଳି ୧୦୦ ଜଣ ଓଡ଼ିଆ ପିଲାଙ୍କୁ ତିଆରି କରିବାକୁ ହେବ । ଏହି ଲକ୍ଷ୍ୟକୁ ସାକାର କରିବାକୁ ହେଲେ ଏନଆଇଟି ରାଉରକେଲା ଭଳି ଶିକ୍ଷାନୁଷ୍ଠାନକୁ ନେତୃତ୍ୱ ନେବାକୁ ପଡିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

By Our Correspondent

ROURKELA:  ୨୦୩୬ରେ ଓଡିଶା ଭାଷାଭିତ୍ତିକ ରାଜ୍ୟ ଭାବରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ଓ ୨୦୪୭ରେ ଦେଶ ସ୍ୱତନ୍ତ୍ରତା ପୂର୍ତ୍ତିର ୧୦୦ ବର୍ଷ ପୂରଣ କରିବ । ଏହି ୧୩ ବର୍ଷ ଓ ୨୫ ବର୍ଷ ସମୟ ମଧ୍ୟରେ ୧୦୦ କୋଟି ଟଙ୍କା ରୋଜଗାର କରାଇବା ଭଳି ୧୦୦ ଜଣ ଓଡ଼ିଆ ପିଲାଙ୍କୁ ତିଆରି କରିବାକୁ ହେବ । ଏହି ଲକ୍ଷ୍ୟକୁ ସାକାର କରିବାକୁ ହେଲେ ଏନଆଇଟି ରାଉରକେଲା ଭଳି ଶିକ୍ଷାନୁଷ୍ଠାନକୁ ନେତୃତ୍ୱ ନେବାକୁ ପଡିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

କେନ୍ଦ୍ରମନ୍ତ୍ରୀ ଗୁରୁବାର ଏନଆଇଟି ରାଉରକେଲା ଠାରେ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ସୁବିଧା ପାଇଁ ପ୍ରାୟ ୨୫୦ କୋଟି ଟଙ୍କା ବ୍ୟୟରେ ୬ଟି ମେଗା ପ୍ରକଳ୍ପର ଶିଳାନ୍ୟାସ ଓ ଭୂମିପୂଜନ କରିଛନ୍ତି । ଏହି ପ୍ରକଳ୍ପ ଗୁଡିକ ହେଲା ୭୭.୫୩ କୋଟି ବ୍ୟୟରେ ୧ ହଜାର ସିଟ୍ ସଂଖ୍ୟା ବିଶିଷ୍ଟ ଛାତ୍ରାବାସ, ୩୮.୮୭ କୋଟି ବ୍ୟୟରେ ୫୦୦ ସିଟ୍ ବିଶିଷ୍ଟ ଛାତ୍ରୀନିବାସ, ୧୩.୨୧ କୋଟି ବ୍ୟୟରେ ୧.୫ ଏମଏଲଡି ସ୍ୱରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଓ ୩୬.୨୦ କୋଟି ବ୍ୟୟରେ ଅଧ୍ୟାପକ ନିବାସ ନିର୍ମାଣ ହେବ ।

 ସେହିପରି ଏମସିଏଲ ଦ୍ୱାରା ୪୨.୬୯ କୋଟି ବ୍ୟୟରେ ୫୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ଓ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗର ଛାତ୍ରୀଙ୍କ ପାଇଁ ୫୦୦ ସିଟ୍ ବିଶିଷ୍ଟ ହଷ୍ଟେଲ ନିର୍ମାଣ ହେବ । ଏହାବ୍ୟତିତ ଏନଆଇଟି ରାଉରକେଲା କ୍ୟାମ୍ପସ ପରିସରରେ ନୂଆ କେନ୍ଦ୍ରୀୟ ବିଦ୍ୟାଳୟର ମଧ୍ୟ ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ । 

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏନଆଇଟି, ରାଉରକେଲା ଆମ ଦେଶର ଗୌରବ । ଆମ ରାଜ୍ୟର ବୌଦ୍ଧିକ ପରିପ୍ରକାଶର ପରିଚୟ ପତ୍ର  । ଦେଶ ବିଦେଶର ୮ ହଜାର ଛାତ୍ରଛାତ୍ରୀ ଏହି ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଛନ୍ତି । ଓଡ଼ିଶାର ୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏଠାରେ ପାଠ ପଢୁଛନ୍ତି । ଏନଆଇଟି ରାଉରକେଲାର ଛାତ୍ରଛାତ୍ରୀମାନେ ଦେଶ ବିଦେଶରେ ସଫଳ ନାଗରିକ ଭାବେ ଦାୟିତ୍ୱ ନେଇଛନ୍ତି ।

ଆଜି ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ, ପିଏସୟୁ ଓ ଅନ୍ୟାନ୍ୟ ବ୍ୟବସ୍ଥାରୁ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଗୌରବମୟ ଉପଲବ୍ଧି । ଆଜିର ସୁବିଧା ଦ୍ୱାରା ଅଧିକ ଅଢେଇ ହଜାର ଛାତ୍ରଛାତ୍ରୀମାନେ ଲାଭ ପାଇବେ । ଏହାବ୍ୟତିତ ରାଉରକେଲାରେ ପୂର୍ବରୁ ୨ଟି କେଭି ଥିଲା ବେଳେ ଆଜି ଏନଆଇଟି ରାଉରକେଲା ପରିସରରେ ତୃତୀୟ କେଭି ହେବା ଖୁସିର ବିଷୟ । ନିକଟରେ ସଫଳ ହୋଇଥିବା ଚନ୍ଦ୍ରାୟାନ ମିଶନରେ ସାମିଲ ଥିବା ଅଧିକରୁ ଅଧିକ ବୈଜ୍ଞାନିକ କେଭିରୁ ହିଁ ପାଠ ପଢିଛନ୍ତି ।  ତେଣୁ ଆଜି ଶୁଭାରମ୍ଭ ହୋଇଥିବା କେନ୍ଦ୍ରୀୟ ବିଦ୍ୟାଳୟରୁ ଭବିଷ୍ୟତର ନୂଆ ନୂଆ ନେତୃତ୍ୱ ନେଉଥିବା ପିଲା ବାହାରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେ କହିଛନ୍ତି ଦେଶରେ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ତାଲିକାରେ ଏନଆଇଟି, ରାଉରକେଲାର ସ୍ୱତନ୍ତ୍ର ପରିଚୟ ଅଛି । ସ୍ଥାନୀୟ ଅଞ୍ଚଳର ସ୍କୁଲ, କଲେଜ ଓ ବୈଷୟିକ ଅନୁଷ୍ଠାନକୁ ନେଇ ଏନଆଇଟି ରାଉରକେଲା ନ୍ୟୁ ଏଜୁକେସନ ମଡେଲ ବିକଶିତ କରିବାର ଆବଶ୍ୟକତା ରହିଛି । ମୋଦିଙ୍କ ଶାସନ ପ୍ରଣାଳୀରେ ସାମାନ୍ୟ ଘରର ପିଲା ବି କୋଟିପତି ହେବାର ସ୍ୱପ୍ନ ସାକାର ହେଉଛି । ଏନଆଇଟି ରାଉରକେଲାର ଆଇଆଇଟି ଓ ପଲିଟେକନିକ କରିଥିବା ଗରିବ ଓ ସାମାନ୍ୟ ଘର ପିଲାଙ୍କୁ ନିଜର ବୃଦ୍ଧି ଖର୍ଚ୍ଚ କରି ଆଗକୁ ବଢିବା ପାଇଁ ଇନକ୍ୟୁବେସନ ସେଣ୍ଟର କରାଯାଇଛି । ସେହିଭଳି ସେଣ୍ଟରାଲ ଟୁଲ ରୁମର ଗୋଟିଏ ଶାଖା ଏଠାରେ ଖୋଲାଯିବାର ଯୋଜନା ହୋଇଛି । ଏଥିରେ ରାଜ୍ୟ ସରକାର ସହଯୋଗୀ ହେବା ଦରକାର । 

ପ୍ରଧାନମନ୍ତ୍ରୀ ବିକଶିତ ଭାରତର କଳ୍ପନା କରୁଛନ୍ତି । ବିକଶିତ ଭାରତର ଅର୍ଥ ନୁହେଁ ଭଲ ପ୍ୟାକେଜରେ ଚାକିରି କରିବା ।  ବିକଶିତ ଭାରତର ପ୍ରକୃତ ଅର୍ଥ ହେଉଛି ଓ୍ୱେଲଥ କ୍ରିଏଟର ହେବା, ଉଦ୍ୟମୀ ହେବା । । ଆମ ଦେଶ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଥିବା ବେଳେ ଖୁବ ଶୀଘ୍ର ତୃତୀୟ ବୃହତମ ଅର୍ଥନୀତିର ଦେଶ ହେବା ଦୌଡରେ ଅଛି । ଏହି ସମୟରେ  ଆମେ ଦାସତ୍ୱ ମାନସିକତାରୁ ମୁକ୍ତି ଦେବା ପାଇଁ ପଡିବ । ଆଗାମୀ ୨୫ ବର୍ଷ ଭିତରେ ଭାରତ ସମୃଦ୍ଧ ଏକ ସମୃଦ୍ଧ ଅର୍ଥନୀତି ଓ ବିକଶିତ ହେବ । ଆମେ ଉଦ୍ୟମିତା ବଢାଇବାକୁ ହେବାକୁ ହେବ । ଚାକିରି କରିବା ନୁହେଁ ଚାକିରି ଦେବାର ନୂଆ ଯୁଗ ଆରମ୍ଭ କରିବା ପାଇଁ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଉଲ୍ଲେଖନୀୟ ଯେ, ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶିକ୍ଷାନୁଷ୍ଠାନର ଫାଉଣ୍ଡେସନ ଫର୍ ଟେକ୍ନୋଲୋଜି ଆଣ୍ଡ ବିଜନେସ୍ ଏଫଟିବିଆଇ ବୁଲି ଦେଖିବା ସହ ଯୁବ ଉଦ୍ୟୋଗୀଙ୍କ ପ୍ରତିଭାକୁ ପ୍ରଶଂସା କରିଥିଲେ ।

LEAVE A REPLY

Please enter your comment!
Please enter your name here