ଏକ ହତ୍ୟା ଘଟଣାରେ ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡ , ରାୟ ଶୁଣାଇଛନ୍ତି ବାଲେଶ୍ଵର ସ୍ଵତନ୍ତ୍ର ଓ ପି ଆଇ ଡି କୋର୍ଟ ଜର୍ଜ ବିଶ୍ୱଜିତ ଦାସ

0
57

By Our Correspondent

BHUBANESWAR:  ଏକ ହତ୍ୟା ଘଟଣାରେ ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡ । ରାୟ ଶୁଣାଇଛନ୍ତି ବାଲେଶ୍ଵର ସ୍ଵତନ୍ତ୍ର ଓ ପି ଆଇ ଡି କୋର୍ଟ ଜର୍ଜ ବିଶ୍ୱଜିତ ଦାସ । ଆସାମୀ ସମରେନ୍ଦ୍ର ମଲିକ ବାଇଧର ବରସଲକୁ ଜମି ହିଡ ହଣା କୁ କେନ୍ଦ୍ର କରି  ହତ୍ୟା କରିଥିଲା  ।

ଆସାମୀ ସମରେନ୍ଦ୍ର ମଲିକ କୁ 15 ଜଣ ସାକ୍ଷୀ ଓ 18 ଟି ଦଲିଲ ଦସ୍ତାବିଜ କୁ ଆଧାର କରି ମାନ୍ୟବର କୋର୍ଟ  ଆଜୀବନ କାରାଣ୍ଡାଦେଶ ସିହିତ 5000 ଟଙ୍କା ଜୋରିମାନା  ନିର୍ଦ୍ଦେଶ ଦେଇଛନ୍ତି  ।

ଏହି ଘଟଣା ନୀଳଗିରି ଥାନା ଅଧୀନ ପିଛାବଣିଆରେ ଘଟିଥିଲା । ନୀଳଗିରି କେସ ନମ୍ବର -221 ରେ  ତା.  8.7.22 u/s-302 IPC/27 Arms Act. Govt ରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ସରକାର ଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିଲେ ସ୍ଵତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ ପଣ୍ଡା ଓ କେସ ର ତଦନ୍ତକାରୀ ଅଫିସର ଥିଲେ  ବିରଞ୍ଚି ସାହୁ ।

LEAVE A REPLY

Please enter your comment!
Please enter your name here