ଏକାମ୍ର ନିର୍ବାଚନ ମଣ୍ଡଳୀର ବ୍ରହ୍ମେଶ୍ଵର (UPHC) ଠାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ଶୁଭାରମ୍ଭ କଲେ ବିଧାୟକ ବାବୁ ସିଂ

0
23

By Our Correspondent

BHUBANESWAR: ଆଜି ଏକ ଐତିହାସିକ ଦିନ । ବହୁ ପ୍ରତିକ୍ଷିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ଶୁଭାରମ୍ଭ ସହ ସଚେତନତା ସୃଷ୍ଟି ପାଇଁ ପ୍ରଚାର ରଥ କୁ ପତାକା ଦେଖାଇ ଶୁଭାରମ୍ଭ ଏକାମ୍ର ନିର୍ବାଚନ ମଣ୍ଡଳୀର ବ୍ରହ୍ମେଶ୍ଵର (UPHC) ଠାରେ ଏକାମ୍ର ବିଧାୟକ ବାବୁ ସିଂ କରିଛନ୍ତି। ଏହି ଯୋଜନାରେ ଓଡିଶାର ୩ କୋଟି ୫୦ଲକ୍ଷ ଲୋକ ଲାଭାନ୍ୱିତ ହେବେ । ବିଶେଷ କରି ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ୭୦ ବର୍ଷ ଅବା ତଦୁର୍ଦ୍ଧ ବୟୋଜେଷ୍ଠ ନାଗରିକଙ୍କୁ ବିନା କୌଣସି ମାନଦଣ୍ଡରେ ଏହି ସେବା ଯୋଗାଇ ଦିଆଯିବ ।

ପରିବାର ପିଛା ବାର୍ଷିକ ୫ଲକ୍ଷ ଓ ମହିଳାଙ୍କ ପାଇଁ ବାର୍ଷିକ ୧୦ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ପ୍ରଦାନ କରାଯିବ।ଦେଶର ୨୯ହଜାର ହସ୍ପିଟାଲରେ ଓଡିଶାବାସୀଙ୍କୁ ଦେୟମୁକ୍ତ ସ୍ୱାସ୍ଥ୍ୟ ସେବା ମିଳିପାରିବ । ଏହି ଯୋଜନା ଓଡିଶାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତନ ଆଣିବ।ତତ୍କାଳୀନ ସରକାର ନିଜର ରାଜନୈତିକ ସ୍ୱାର୍ଥ ପୂରଣ କରିବା ପାଇଁ ଏହିଭଳି ଏକ ମହତ୍ୱାକାଂକ୍ଷୀ ଯୋଜନା ଓଡିଶାରେ ଲାଗୁ କରାଇଦେଉନଥିଲେ ।

ଫଳରେ ଓଡିଶାର ବହୁ ଲୋକ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହେଉଥିଲେ । ସେତେବେଳେ କେବଳ ପରିବାର ପିଛା ଗୋଟିଏ ଲେଖାଏଁ ସ୍ୱାସ୍ଥ୍ୟ ସେବା କାର୍ଡ ପ୍ରଦାନ କରାଯାଉଥିବାବେଳେ ଏହି ନୂତନ ଯୋଜନାରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଗୋଟିଏ ଲେଖାଏଁ କାର୍ଡ ପ୍ରଦାନ କରାଯିବ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏହି ନୂତନ ଯୋଜନା ରାଜ୍ୟରେ ଲାଗୁ ହେବା ପରେ ରାଜ୍ୟବାସୀ ଦେଶର ପ୍ରାୟ ସବୁ ହସ୍ପିଟାଲରେ ଉନ୍ନତ ମାନର ଚିକିତ୍ସା ସେବା ପାଇପାରିବେ ।

ରାଜ୍ୟରେ ଏହି ଯୋଜନା ଲାଗୁ କରିଥିବାରୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଓ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି।ଆୟୁଷ୍ମାନ ହେବ ଓଡ଼ିଶା। ରାଜ୍ୟବାସୀଙ୍କ ପାଇଁ ଦେୟମୁକ୍ତ  ଚିକିତ୍ସା ଉପଲବ୍ଧ କରାଇବ ଏହି ଯୋଜନା।ଓଡ଼ିଶା ତଥା ଭୁବନେଶ୍ୱର ରେ ଏହି ଯୋଜନା ର ସୁଫଳ ମୋର ପ୍ରିୟ ଓଡ଼ିଆ ଭାଇଭଉଣୀଙ୍କ ପାଇଁ ଉପଲବ୍ଧ ହେବା କାରଣରୁ ମୁଁ ବିଶେଷ ଆନନ୍ଦିତ। ଲୋକଙ୍କ ପାଇଁ ଏହି ଯୋଜନା ସମ୍ପୂର୍ଣ ଭାବେ ସମର୍ପିତ ବୋଲି ବିଧାୟକ ବାବୁ ସିଂ କହଛନ୍ତି।

ଆଜିର ଏହି କାର୍ଯ୍ୟକ୍ରମ ରେ କର୍ପୋରେଟର ନମିତା ମହାପାତ୍ର, ଶିବ ବେହେରା , ଚନ୍ଦ୍ର ଶେଖର ମଲ୍ଲିଆ, ସନ୍ତୋଷ କୁମାର ସିଂ,ସମାଜ ସେବୀ ରଶ୍ମି ମହାପାତ୍ର,ସଂଗ୍ରାମ ମାର୍ଥା , ଶ୍ରଦ୍ଧାଞ୍ଜଳି କାନୁନଗୋ,ତୃପ୍ତିମଇ ମକଦ୍ଦମ, ମଳୟ ମହାପାତ୍ର, ସ୍ବାଗତ ମହାପାତ୍ର, ସମରେଶ ବେଉରା,ସବିତା ପଟ୍ଟନାୟକ, ବନ୍ଦନା କାନୁନଗୋ, ଗୟାଧର ରଥ, ପୂର୍ଣ୍ଣିମା ପଟ୍ଟନାୟକ, ବିଜୟ ପଟ୍ଟନାୟକ, ରାକେଶ ମହାନ୍ତି, ପସନ୍ନ ସିଂ, ସୁବାସ ବାରିକ ପ୍ରମୁଖ ଙ୍କ ସହ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ।

 

 

 

 

LEAVE A REPLY

Please enter your comment!
Please enter your name here