ଉଦ୍ଧାର ହେଲେ ଜଣେ ପକ୍ଷାଘାତ ରୋଗଗ୍ରସ୍ତ ବୋଉ

0
382

By Santosh Kumar Panda

BHUBANESWAR: ଭାଇଭାଇ ଭିତରେ ଘରୋଇ ବିବାଦ ରୁ ଦୀର୍ଘ ଦୁଇମାସ ରୁ ଉର୍ଦ୍ଧ ହେବ ଏକ ନିଶାଡ଼ି ପୁଅ ଦ୍ୱାରା ଘର ଭିତରେ ସବୁବେଳେ ତାଲା ପଡ଼ି, ବିନା ବିଜୁଳି ରେ ଝାଡ଼ାପରିସ୍ରା ଏକାକାର ହୋଇ, ବନ୍ଦୀ ଭାବରେ ରହୁଥିବା ଭୁବନେଶ୍ୱର ସାମପୁର ଗ୍ରାମ ର ଜଣେ ପକ୍ଷାଘାତୀ ରୋଗଗ୍ରସ୍ତ ବୋଉ ଆଜି ଉଦ୍ଧାର ହେଲେ  ll

ବୋଉ ଜଣକ ହେଲେ ସାମପୁର ନିବାସୀ ସ୍ବର୍ଗତ ଛନ୍ଦା ଦାଶ ଙ୍କ ବିଧବା ପତ୍ନୀ ଶ୍ରୀମତୀ ବାସନ୍ତୀ ଦାଶ ll

BMC ଡେପୁଟି ମେୟର, ପୁଲିସ, ସରକାର ଙ୍କ ବରିଷ୍ଠ ନାଗରିକ ହେଲ୍ପଲାଇନ କର୍ମଚାରୀ ଓ ସାମପୁର ଗ୍ରାମବାସୀ ଙ୍କ ସହାୟତା ରେ ବୋଉ ଙ୍କୁ ଉଦ୍ଧାର କରିଲା ବୟସ୍କଙ୍କ ଲାଗି ସମର୍ପିତ ସ୍ବେଛାସେବୀ ଟ୍ରଷ୍ଟ ବୋଉ ଫାଉଣ୍ଡେସନ ll ବୋଉ ଫାଉଣ୍ଡେସନ ର ଉଦ୍ଧାରକାର୍ଯ୍ୟ ରେ ଉପସ୍ଥିତି ବୋଉ ଫାଉଣ୍ଡେସନ ମ୍ୟନେଜିଂ ଟ୍ରଷ୍ଟି କୁମାରୀ ଆତ୍ମଜା ମହାନ୍ତି, BMC ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କଅଁର, ସମାଜସେବୀ ଶ୍ରୀମତୀ କୁନୀଲତା ମହାରଣା, କମିଶନରେଟ ପୋଲିସ, ଓଡିଶା ସରକାର ଙ୍କ ବରିଷ୍ଠ ନାଗରିକ ହେଲ୍ପ ଲାଇନ, ସାମପୁର ଗ୍ରାମ କମିଟି ସଭାପତି ଶ୍ରୀ ପ୍ରକାଶ ବେହେରା, ସମ୍ପାଦକ  ଶ୍ରୀ ସୁଶାନ୍ତ କୁମାର ସାହୁ ଓ ସମସ୍ତ ସାମପୁର ଗ୍ରାମବାସୀ ll

LEAVE A REPLY

Please enter your comment!
Please enter your name here