ଉଦଳା ବିଧାନସଭା ନର୍ବାଚନମଣ୍ଡଳୀର ‘ନିର୍ବାଚିତ ଜନପ୍ରତିନିଧି ଏବଂ ବରିଷ୍ଠ କର୍ମୀ’ ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ

0
317

By Our Correspondent

BHUBANESWAR: ଓଡ଼ିଶାକୁ ବିକଶିତ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ବିଜେପି ସରକାର ବଦ୍ଧପରିକର । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କେନ୍ଦ୍ର ସରକାର ଏବଂ ରାଜ୍ୟରେ ବିଜେପି ସରକାର ଉପରେ ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି ।

ଅନ୍ୟ ପଟେ ବିଜେଡି ଉପରୁ ଦଳୀୟ କର୍ମୀ ଓ ନେତାଙ୍କ ଆସ୍ଥା ହ୍ରାସ ପାଇଚାଲିଛି । ବିଜେଡି ଉପରୁ ଆସ୍ଥା ହରାଇ ଆଜି ଉଦଳା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବହୁବନ୍ଧ ଗ୍ରାମପଂଚାୟତ ସରପଂଚ ଶ୍ରୀ ସୂର୍ଯ୍ୟନାରାୟଣ ମୁର୍ମୁ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ଶ୍ରୀ ମୁର୍ମୁଙ୍କ ସମେତ ପଂଚାୟତ ସମିତି ସଦସ୍ୟ କାଂଚନି ପାତ୍ର, ୱାର୍ଡ ମେମ୍ବର ସରସ୍ୱତୀ ମୁର୍ମୁ, ୱାର୍ଡ ମେମ୍ବର ହେମଲତା ମୁର୍ମୁ, ୱାର୍ଡ ମେମ୍ବର ସନିଆ ମଢେଇ, ପୂର୍ବତନ ୱାର୍ଡ ମେମ୍ବର ଲିଲୋ ଚନ୍ଦ୍ର ବିନ୍ଧାଣି, ପୂର୍ବତନ ୱାର୍ଡ ମେମ୍ବର ବ୍ରଜ ମୋହନ ହୋ, ପୂର୍ବତନ ୱାର୍ଡ ମେମ୍ବର ରଘୁନାଥ ସିଂଙ୍କ ସମେତ ନାରୀନେତ୍ରୀ ଶାନ୍ତିଲତା ମୁର୍ମୁ, ମାନସ ରଞ୍ଜନ ଦାସ, ଶେଖ ଅଞ୍ଜୁମ ହୁସେନ, ଦିତିକାନ୍ତ ପାତ୍ର, ଗୌରମୋହନ ସିଂ, ରତିକାନ୍ତ ପାତ୍ର, ଚୁରିଆ ସୋରେନ୍‌, ଗୋପାଳ ସୋରେନ୍‌, ଲକ୍ଷ୍ମଣ ମହନ୍ତ, ସାଲଖାନ୍ ମୁର୍ମୁ, ରବିନ୍ଦ୍ର ଦେହୁରୀ, ଯଦୁନାଥ ପାତ୍ର, ଶଶୀଧର ଦେହୁରୀ ଆଜି ବିଜେଡି ଦଳ ତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ଏହି ମିଶ୍ରଣ ପର୍ବରେ ଉଦଳା ବିଧାୟକ ଶ୍ରୀ ଭାଷ୍କର ମଢେଇ, ରାଜ୍ୟ ପ୍ରବକ୍ତା ବ୍ରଜକିଶୋର ମିଶ୍ର ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here