ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତା ବର୍ଷ ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମହା କୁମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି

0
303

By Our Correspondent

BHUBANESWAR:    ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତା ବର୍ଷ ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମହା କୁମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି।

ଆଜି ଯୋଗୀ ଆଦିତ୍ଯନାଥଙ୍କ ପକ୍ଷରୁ ଉତ୍ତର ପ୍ରଦେଶର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଶ୍ରୀ ଅନୀଲ ରାଜଭର ଏବଂ ଖାଦ୍ୟ ଓ ଯୋଗାଣ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ସତୀଶ ଚନ୍ଦ୍ର ଶର୍ମା ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ତାଙ୍କ ବାସ ଭବନରେ ଭେଟି ମହାକୁମ୍ଭରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ଦେଇଥିଲେ।

ମହାକୁମ୍ଭ ୨୦୨୫ ଜାନୁଆରୀ ୧୩ ତାରିଖରୁ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ମନ୍ତ୍ରୀ ଦୁଇ ଜଣ ମୁଖ୍ୟମନ୍ତ୍ରୀଙ୍କୁ ଗଙ୍ଗା ଜଳରେ ପରିପୂର୍ଣ ଏକ ଶୁଭ କଳସ ଏବଂ ମହାକୁମ୍ଭର ଏକ ଲୋଗୋ ମଧ୍ୟ ପ୍ରଦାନ କରିଥିଲେ। ଏହି ନିମନ୍ତ୍ରଣ ସମୟରେ  ମନ୍ତ୍ରୀ ଶ୍ରୀ ସୂରଜ୍ ସୂର୍ଯ୍ୟବଂଶୀ ଉପସ୍ଥିତ ଥିଲ

 

LEAVE A REPLY

Please enter your comment!
Please enter your name here