By Our Correspondent
CHOUDWAR/BHUBANESWAR: ଇମ୍ଫା ଶିଳ୍ପ ଗୋଷ୍ଠୀର ପ୍ରତିଷ୍ଠାତା ସ୍ବର୍ଗତ ବଂଶୀଧର ପଣ୍ଡାଙ୍କର ୯୩ତମ ଜନ୍ମତିଥି ତଥା ଇମ୍ଫାର ୬୩ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଚୌଦ୍ୱାର ସ୍ଥିତ ଇମ୍ଫା ପରିସରରେ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କର ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଯୋଗଦେଇ ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଇମ୍ଫାର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ଏବଂ ଇମ୍ଫାର ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ।
ସମ୍ମାନିତ ଅତିଥି ଭାବେ ଚୌଦ୍ୱାର କଟକ ବିଧାୟକ ଶ୍ରୀ ସୌଭିକ ବିଶ୍ୱାଳ ଯୋଗଦେଇ ଚୌଦ୍ୱାରର ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ସର୍ବାଧିକ ସିଏସ୍ଆର ଅର୍ଥ ବିନିଯୋଗ ହେଉଥିବାରୁ ଇମ୍ଫା ପରିବାରକୁ ସାଧୁବାଦ ଜଣାଇଥିଲେ।
ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶୁଭ୍ରକାନ୍ତ ପଣ୍ଡା ଇମ୍ଫାର ଆଗାମୀ ଦିନରେ ଆରମ୍ଭ ହେବାକୁ ଯାଉଥିବା ପ୍ରକଳ୍ପ ବିଷୟରେ କହିବା ସହ ସମସ୍ତ ସହକର୍ମୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।
ଇମ୍ଫାର ସିଓଓ ବିଜୟାନନ୍ଦ ମହାପାତ୍ର ଓ ଇମ୍ଫା ଚୌଦ୍ୱାରର ଉପସଭାପତି ବିନୟ ଅଗ୍ରୱାଲା ମଧ୍ୟ ଉପସ୍ଥିତ ଥିଲେ।ଇମ୍ଫା ଚୌଦ୍ୱାରର ମାନବ ସମ୍ବଳ ଅଧିକାରୀ ନିରଞ୍ଜନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଆୟୋଜିତ ବିଜ୍ଞାନମେଳାରେ ଚୌଦ୍ୱାର ହିଙ୍ଗୁଳାଇ ରୋଡସ୍ତିତ ସେଣ୍ଟ ଜାଭିଅର ହାଇସ୍କୁଲ, ବିଆଇପିଏଫ ସ୍କୁଲ, କଳିଙ୍ଗ ପବ୍ଲିକ ସ୍କୁଲ, କଳିଙ୍ଗ ବିଦ୍ୟାପୀଠ, ସରସ୍ବତୀ ଶିଶୁବିଦ୍ୟାମନ୍ଦିର, ଓଟିଏମ ହାଇସ୍କୁଲର ଛାତ୍ରଛାତ୍ରୀ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ।
କମ୍ପାନୀରେ ୫ବର୍ଷରୁ ୩୫ବର୍ଷ ଧରି ନିଷ୍ଠାପର ଭାବରେ କାର୍ଯ୍ୟ କରିଆସୁଥିବା କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଏବଂ ଶେଷରେ ଉପସଭାପତି ଶ୍ରୀ ଅଗ୍ରୱାଲା ଧନ୍ୟବାଦ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଇମ୍ଫା ମହିଳା କ୍ଲବର ସଭାପତି ଶ୍ରୀମତୀ ନମିତା ଅଗ୍ରୱାଲା ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଇମ୍ଫାର ବରିଷ୍ଠ ପ୍ରବନ୍ଧକ ସୁଜିତ କୁମାର ମିଶ୍ର, ଲଲାଟ କିଶୋର ମହାପାତ୍ର, ଧ୍ରୁବ ଚରଣ ରାଉତ, ବବିତ ନନ୍ଦ, ନିରଞ୍ଜନ ସାହୁ, ମାନସ ରଞ୍ଜନ ପ୍ରଧାନ, ସରୋଜ ସାହୁ, ପ୍ରଦ୍ୟୁମ୍ନ ତ୍ରିପାଠୀ, ଅଭିଷେକ ଘୋଷ, ସୁନୀଲ କୃଷ୍ଣ ଦାଶ, ପ୍ରତିନିଧି ମଣ୍ଡଳୀରୁ ରବୀନ୍ଦ୍ର ବେହେରା, ବିଷ୍ଣୁଚରଣ ସାହୁ, ସୁଶାନ୍ତ ନାୟକ, ରଞ୍ଜିତ ବେହେରା, ରାଖଲ ଚନ୍ଦ୍ର ଡୋରା, ଅଶାନ୍ତ ବେହେରା, ସତ୍ୟାନନ୍ଦ ରାଉତ, ଇମ୍ଫାର ସହଯୋଗୀ ସଂସ୍ଥା ୟୁ.ଏମ.ଏସ.ଏଲ ପକ୍ଷରୁ ବରିଷ୍ଠ ଅଧିକାରୀ ଭାଗବତ ସାହୁ ଏବଂ ଚୌଦ୍ୱାର ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯଥା ଚୌଦ୍ୱାର ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ପୌର ନିର୍ବାହ ଅଧିକାରୀ ଦେବୀପ୍ରସାଦ ରାଉତ, ପୁର୍ବତନ ନଗରପାଳ ପ୍ରେମଚାନ୍ଦ ନାୟକ, ବିଷ୍ଣୁ ପରିଡା, ଅର୍ଜୁନ ପଣ୍ଡା, ରାଜେନ୍ଦ୍ର ମହାରଣା, ପାରିଷଦ ସୁବ୍ରତ ସାମଲ, ଅଜୟ ବେହେରା, ଅର୍ଜୁନି ବେହେରା, ରଞ୍ଜୁଲତା ଦାସ, ଦିଲ୍ଲୀପ ଭୂୟାଁ, ରଞ୍ଜୁଲତା ସାହୁ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ଇମ୍ଫାକୁ ଅଭିନନ୍ଦନ ଜଣାଇଥିଲେ।