ଇମ୍ଫା – ଚୌଦ୍ବାର ଦ୍ଵାରା ବହୁମୂଖୀ ମାଗଣା ସ୍ଵାସ୍ଥ୍ୟ ଶିବିର

0
341

By Our Correspondent

CHOUDWAR/CUTTACK: ଇମ୍ଫା ଶିଳ୍ପଗୋଷ୍ଠୀର ସାମାଜିକ ଓ ଦାଇତ୍ଵବୋଧ ଶାଖା ବଂଶୀଧର ଓ ଇଲ୍ଲାପଣ୍ଡା ଫାଉଣ୍ଡସନ ଦ୍ଵାରା ଚୌଦ୍ବାରସ୍ଥିତ ଯାତ୍ରା ପଡିଆ ନିକଟସ୍ଥ ଇଉନିଅନ ସ୍ପୋର୍ଟିଂ କ୍ଲବ ସହାୟତାରେ ଏକ ବହୁମୂଖୀ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଅଛି ।

ଏହି ଶିବିରଟିକୁ ଚୌଦ୍ବାର ମୁନିସିପାଲିଟିର ଅଧକ୍ଷ୍ୟା ଶ୍ରୀମତୀ ମାନସୀ ସ୍ଵର୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶ୍ରୀ ସୁଭେନ୍ଦୁ ସାମଲ , ଇମ୍ଫା ବରିଷ୍ଠ ଉପସଭାପତି ଶ୍ରୀ ଦୀପକ କୁମାର ମହାନ୍ତି , ସଭାପତି ଶ୍ରୀ ବିନୟ ଅଗରୱାଲା ଉଦ୍ଦଘାଟନ କରିଥିବାବେଳେ ମୁନିସିପାଲିଟି ପ୍ରାକ୍ତନ ଅଧକ୍ଷ ଶ୍ରୀ କୈଳାସ ଚନ୍ଦ୍ର ବେହେରା , ବିଧାୟକଙ୍କ ପ୍ରତିନିଧି ଶ୍ରୀ ବିଷ୍ଣୁ ପରିଡା , ୪ ନମ୍ବର ର କାଊନସିଲର ଶ୍ରୀ ଅଜୟ କୁମାର ବେହେରା , ୧୬ ନମ୍ବର ର କାଊନସିଲର ଶ୍ରୀ ଅଜୟ ବେହେରା, ୪୪ ମଣ୍ଡଳ ଦୋଳ ସଭାପତି ଶ୍ରୀ ଦୀପକ କୁମାର ମଙ୍ଗରାଜ , ଇମ୍ଫା ବରିଷ୍ଠ ଅଧିକାରୀ ମଧ୍ୟରେ ଡି ଜି ଏମ ଶ୍ରୀ ସାରଦା ପ୍ରସାଦ ରାଓ , ଶ୍ରୀ ଲଲାଟ କିଶୋର ମହାପାତ୍ର , ଶ୍ରୀ ମାନସ ପଣ୍ଡା , ଶ୍ରୀ ଅମିୟ ରଞ୍ଜନ ନାୟକ , ଶ୍ରୀ ସମରେନ୍ଦ୍ର ବେହୁରା , ଶ୍ରୀ ଉମେଶ ପଟ୍ଟନାୟକ ,ଶ୍ରୀ ମାନସ ରଞ୍ଜନ ପ୍ରଧାନ , ଶ୍ରୀ ଆଶୀଷ ଦାସ, ରବୀନ୍ଦ୍ର ବେହେରା , ଶ୍ରୀ ବିଷ୍ଣୁ ସାହୁ , ଶ୍ରୀ ରଣଜୀତ ବେହେରା ଓ ଅନ୍ୟାନ୍ୟ ସ୍ଵେଚ୍ଛାସେବୀ ଯୋଗ ଦେଇ କାର୍ଯକ୍ରମ ସୁପରିଚାଳନା କରିବାରେ ସାହାଯ୍ୟ କରିଥିଲେ ।

ହାଇ ଟେକ ହସ୍ପିଟାଲର ଡା॰ ତନ୍ମୟ ମାହାଳି, ଡା॰ ସ୍ନିଗ୍ଧା ପଣ୍ଡା ( ସ୍ତ୍ରୀ ପ୍ରସୂତି ବିଭାଗ ), ଡା॰ ଶୁଭଲକ୍ଷ୍ମୀ ସାହୁ ( ଶିଶୁ ରୋଗ ବିଭାଗ ),  ଡା॰ କୋଲିନ ମୁର୍ମୁ  ( ଅସ୍ଥି ଶଲ୍ୟ ବିଭାଗ ),ଡା॰ ସବ୍ୟସାଚୀ ମହାପାତ୍ର ଓ ଅନ୍ୟାନ୍ୟ ସହକାରୀ ସ୍ଵାସ୍ଥ କର୍ମୀ ଙ୍କ ଦ୍ଵାରା ୨୬୭ ରୁ ଉର୍ଦ୍ଧ ରୋଗୀ ଚିକିଶ୍ଚିତ ହୋଇ ମାଗଣା ଔଷଧ ନେବାର ସୁଯୋଗ ପାଇଥିଲେ । ଇଉନିଅନ ସ୍ପୋର୍ଟିଂ କ୍ଲବର ସଦସ୍ୟମାନେ ଶ୍ରୀ ପ୍ରତାପ ସାହୁ , ଶ୍ରୀ ଦେବେନ୍ଦ୍ର ପୃଷ୍ଟି , ଶ୍ରୀ ପ୍ରଦ୍ୟୁମ୍ନ ସାହୁ , ଶ୍ରୀ ସୁଶାନ୍ତ ବେହେରା , ଶ୍ରୀ ସନାତନ ଦଲାଇ , ଶ୍ରୀ ଧନେଶ୍ଵର ସାହୁ ଓ ଶ୍ରୀ କୈଳାଶ ସାହୁ ଆଦି ଉପସ୍ଥିତ ରହି ଇମ୍ଫାର ଏହି କାର୍ୟକ୍ରମକୁ ପ୍ରଶଂସା କରିଥିବା ବେଳେ କାର୍ଯ୍ୟକ୍ରମ ରେ ଖୁବ ସାହାଯ୍ୟ ରା ହାତ ବଢେଇଥିଲେ । ଏହି କାର୍ୟକ୍ରମକୁ  ଇମ୍ଫା ଲୋକସମ୍ପର୍କର ଡି ଜି ଏମ ଶ୍ରୀ ଧୃବ ଚରଣ ରାଉତ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here