ଇମ୍ଫାର ସାମାଜିକ ଦ୍ୱାୟିତ୍ୱବୋଧ ଶାଖା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଆନୁକୂଲ୍ୟରେ ଚୌଦ୍ୱାର ଅଂଚଳର ବାଣୀପଦା ଗ୍ରା.ପ ସ୍ଥିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ବିଦ୍ୟାପୀଠ ପରିସରରେ ଏକ ମାଗଣା ସ୍ୱାସ୍ଥ ସେବା ଶିବିର ଅନୁଷ୍ଠିତ

0
43

By Our Correspondent

CUTTACK/BHUBANESWAR:       ଇମ୍ଫାର ସାମାଜିକ ଦ୍ୱାୟିତ୍ୱବୋଧ ଶାଖା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଆନୁକୂଲ୍ୟରେ ଚୌଦ୍ୱାର ଅଂଚଳର ବାଣୀପଦା ଗ୍ରା.ପ ସ୍ଥିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ବିଦ୍ୟାପୀଠ ପରିସରରେ ଏକ ମାଗଣା ସ୍ୱାସ୍ଥ ସେବା ଶିବିର ଅନୁଷ୍ଠିତ ହୋଇଯାଇଅଛି।

ଏହି କାର୍ଯ୍ୟକ୍ରମଟିକୁ ଇମ୍ଫାର ସାଧାରଣ ପ୍ରବନ୍ଧକ ସୁଜିତ କୁମାର ମିଶ୍ର ଓ ଜୋନ ୧୧ର ଜ଼ୀଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଜ୍ୟୋସ୍ନାରାଣୀ ସୁବୁଦ୍ଧିରାୟ ଉଦଘାଟନ କରିବା ସମୟରେ ବାଣୀପଦା ଗ୍ରା.ପ ସରପଞ୍ଚ ଶ୍ରୀ ଦିଲ୍ଲୀପ କୁମାର ଭୋଇ, ସମିତି ସଭ୍ୟ ଶ୍ରୀ ସୁରେନ୍ଦ୍ର ସାମଲ, ଯୁବ ସଂଗଠକ ଶ୍ରୀ ତୀର୍ଥାନନ୍ଦ ସୁବୁଦ୍ଧିରାୟ, ଶ୍ରୀ ଲକ୍ଷ୍ମଣ ରାଉତ, ବିଦ୍ୟାପୀଠର ପ୍ରଧାନଚାର୍ୟ ଶ୍ରୀ ନବକିଶୋର ପଣ୍ଡା, ଅର୍ଜୁନ ପଣ୍ଡା, ରାଜେନ୍ଦ୍ର ମହାରଣା, ଶାରଦା ରଞ୍ଜନ ପରିଜା, ଇମ୍ଫାର ଅଧିକାରୀ ମଧ୍ୟରେ ସଞ୍ଜୀବ ଗୁପ୍ତା, ବବିତ ନନ୍ଦ, ଉମେଶ ପଟ୍ଟନାୟକ, ନିରଞ୍ଜନ ସାହୁ, ପ୍ରଦ୍ୟୁମ୍ନ ତ୍ରିପାଠୀ, ସୁନୀଲ କ୍ରିଷ୍ଣା ଦାସ, ଲୋକସଂପର୍କ ଅଧିକାରୀ ଅଭିଷେକ ଘୋଷ ଆଦି ଉପସ୍ଥିତ ଥିଲେ।

ପଦ୍ମିନୀ କେଆର ହସ୍ପିଟାଲରୁ ସହଯୋଗ କରିଥିବା ଅବିଜ୍ଞ ୫ ଜଣ ଡାକ୍ତର ଯଥା ଅସ୍ଥିଶଲ୍ୟ, ଚର୍ମ, ବେଷଜ, ସ୍ତ୍ରୀ ଓ ପ୍ରସୂତୀ ଓ ଚକ୍ଷୁ ବିଭାଗର ସାହାଯ୍ୟରେ ୩୫୦ ରୁ ଉର୍ଦ୍ଧ ରୋଗୀଙ୍କୁ ମାଗଣା ସ୍ୱାସ୍ଥ ପରୀକ୍ଷା କରିବା ସହ ମାଗଣା ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା। ହସ୍ପିଟାଲର ପାରା଼ମେଡିକାଲ କର୍ମଚାରୀଙ୍କ ଦ୍ୱାରା ରକ୍ତ ପରୀକ୍ଷା ଓ ମଧୁମେହ ପରୀକ୍ଷା ମଧ୍ୟ କରାଯାଇଥିଲା।

 

ଇମ୍ଫାର ଏହିଭଳି କାର୍ଯ୍ୟକ୍ରମକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଖୁବ ପ୍ରଶଂସା କରିଥିଲେ ଓ କାର୍ଯ୍ୟକ୍ରମକୁ ବଜାୟ ରଖିବା ପାଇଁ ମଧ୍ୟ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଇମ୍ଫାର ଅଧିକାରୀ ମାନସ ରଞ୍ଜନ ପ୍ରଧାନଙ୍କ ସହ ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ତରଫରୁ ରାକେଶ ମିଶ୍ର, ଶୁଭଶ୍ରୀ ନାୟକ, ପିଙ୍କି ସାହୁ, ମନୋଜ ମହାପାତ୍ର, ସୌଭାଗ୍ୟ ପ୍ରଧାନ ସହ ଇମ୍ଫାରୁ ସ୍ବେଚ୍ଛାକୃତ ଭାବେ ୧୦ ଜଣ ସ୍ବେଚ୍ଛାସେବୀ ପରିଚାଳନା କରିବା ବେଳେ ଉପ ପ୍ରବନ୍ଧକ ଧ୍ରୁବ ଚରଣ ରାଉତ ସଂଯୋଜନା କରିଥିଲେ।

 

LEAVE A REPLY

Please enter your comment!
Please enter your name here