ଇମ୍ଫାର ସାମାଜିକ ଦ୍ୱାୟିତ୍ୱବୋଧ ଶାଖା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଆନୁକୂଲ୍ୟରେ ଚୌଦ୍ୱାର ସ୍ଥିତ ଶାରଦା ନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏକ ମାଗଣା ସ୍ୱାସ୍ଥ ଶିବିର ଅନୁଷ୍ଠିତ

0
34

By Our Correspondent

CUTTACK/BHUBANESWAR:  ଇମ୍ଫାର ସାମାଜିକ ଦ୍ୱାୟିତ୍ୱବୋଧ ଶାଖା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଆନୁକୂଲ୍ୟରେ ଚୌଦ୍ୱାର ସ୍ଥିତ ଶାରଦା ନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏକ ମାଗଣା ସ୍ୱାସ୍ଥ ଶିବିର ଅନୁଷ୍ଠିତ ହୋଇଯାଇଅଛି।

ଏହି କାର୍ଯ୍ୟକ୍ରମଟିକୁ ଇମ୍ଫାର ସାଧାରଣ ପ୍ରବନ୍ଧକ ସୁଜିତ କୁମାର ମିଶ୍ର ଓ ଚୌଦ୍ୱାର ମୁନିସିପାଲିଟିର ପୁର୍ବତନ ଉପନଗରପାଳ ଶ୍ରୀ ଅଜୟ କୁମାର ବେହେରା ଉଦଘାଟନ କରିବା ସମୟରେ ଚୌଦ୍ୱାର ୱାର୍ଡ ନମ୍ବର ୧୪ର ପାରିଷଦ ଶ୍ରୀମତୀ ରଞ୍ଜୁଲତା ଦାସ, ୱାର୍ଡ ନମ୍ବର ୧୫ର ପାରିଷଦ ଶ୍ରୀ ଦିଲ୍ଲୀପ ଭୂୟାଁ, ୱାର୍ଡ ନମ୍ବର ୧୨ର ପାରିଷଦ ଶ୍ରୀ ସୁବ୍ରତ ସାମଲ, ୱାର୍ଡ ନମ୍ବର ୧୭ର ପାରିଷଦ ଶ୍ରୀ ଆଶୁତୋଷ ଦାସ, ୱାର୍ଡ ନମ୍ବର ୪ର ପାରିଷଦ ଅଜୟ କୁମାର ବେହେରା (ଅର୍ଜୁନି ଭାଇ), ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରତାପ ବାରିକ ଓ ସହ ଶିକ୍ଷକ, ସୁଧାକର ମହାପାତ୍ର, ଦୀପକ ନାୟକ, ରାଜେନ୍ଦ୍ର ମହାରଣା, ଇମ୍ଫାର ଅଧିକାରୀ ମଧ୍ୟରେ ଲଲାଟ କିଶୋର ମହାପାତ୍ର, ନିରଞ୍ଜନ ସାହୁ, ସରୋଜ ସାହୁ, ପ୍ରଦ୍ୟୁମ୍ନ ତ୍ରିପାଠୀ, ରବୀନ୍ଦ୍ର ବେହେରା, ଅଭିଷେକ ଘୋଷ, ଉମେଶ ଚନ୍ଦ୍ର ପଟ୍ଟନାୟକ ଆଦି ଉପସ୍ଥିତ ଥିଲେ।

ପଦ୍ମିନୀ କେଆର ହସ୍ପିଟାଲ ରୁ ସହଯୋଗ କରିଥିବା ଅବିଜ୍ଞ ୫ ଜଣ ଡାକ୍ତର ଯଥା ଅସ୍ଥିଶଲ୍ୟ, ଚର୍ମ, ବେଷଜ, ସ୍ତ୍ରୀ ଓ ପ୍ରସୂତୀ ଓ ଚକ୍ଷୁ ବିଭାଗର ସାହାଯ୍ୟରେ ୩୫୦ ରୁ ଉର୍ଦ୍ଧ ରୋଗୀଙ୍କୁ ମାଗଣା ସ୍ୱାସ୍ଥ ପରୀକ୍ଷା କରିବା ସହ ମାଗଣା ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା। ହସ୍ପିଟାଲର ପାରା଼ମେଡିକାଲ କର୍ମଚାରୀଙ୍କ ଦ୍ୱାରା ରକ୍ତ ପରୀକ୍ଷା ଓ ମଧୁମେହ ପରୀକ୍ଷା କରାଯାଇଥିଲା।

ଇମ୍ଫାର ଏହିଭଳି କାର୍ଯ୍ୟକ୍ରମକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଖୁବ ପ୍ରଶଂସା କରିଥିଲେ ଓ କାର୍ଯ୍ୟକ୍ରମକୁ ବଜାୟ ରଖିବା ପାଇଁ ମଧ୍ୟ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଇମ୍ଫାର ଅଧିକାରୀ ମାନସ ରଞ୍ଜନ ପ୍ରଧାନଙ୍କ ସହ ୧୦ ଜଣ ସ୍ବେଚ୍ଛାସେବୀ ପରିଚାଳନା କରିବା ବେଳେ ଉପ ପ୍ରବନ୍ଧକ ଧ୍ରୁବ ଚରଣ ରାଉତ ସଂଯୋଜନା କରିଥିଲେ।

 

LEAVE A REPLY

Please enter your comment!
Please enter your name here