By Our Correspondent
BHUBANESWAR: ଇଂରାଜୀ ନବବର୍ଷ ୨୦୨୫ ପାଇଁ ସମଗ୍ର ରାଜ୍ୟବାସୀଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହା ନିଶ୍ଚିନ୍ତ ପୂରଣ ହେବ ।
ଏହି ଲକ୍ଷ୍ୟ ହାସଲ କରିବା ହେଉଛି ଆମ ସମସ୍ତଙ୍କ ଦାୟିତ୍ୱ । “ବିକଶିତ ଓଡ଼ିଶା” ଗଠନ ହେଉଛି ନୂତନ ବର୍ଷର ଆହ୍ୱାନ ବୋଲି ଶ୍ରୀ ସାମଲ କହିଛନ୍ତି ।
୨୦୨୫ ବର୍ଷରେ ସମସ୍ତ ଆହ୍ୱାନକୁ ସାମ୍ନା କରି ଓଡ଼ିଶାକୁ ଆହୁରି ଆଗେଇ ନେବାକୁ ଶ୍ରୀ ସାମଲ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଏଥିସହ ରାଜ୍ୟବାସୀଙ୍କ ଶୁଭମୟ, ଶାନ୍ତିମୟ, ମଙ୍ଗଳମୟ ଏବଂ ସମୃଦ୍ଧିମୟ ଜୀବନ କାମନା କରିଛନ୍ତି ।