ଆସିକା ଚିନି କଳର ପୁନରୁଦ୍ଧାର ଓ ଆଧୁନିକୀକରଣ ପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯିବ

0
100

By Our Correspondent

BHUBANESWAR:    ଆସିକା ଚିନି କଳର ପୁନରୁଦ୍ଧାର ଓ ଆଧୁନିକୀକରଣ ପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯିବ। ଏଥିରେ କୃଷି, ଅର୍ଥ, ସମବାୟ, ଅବକାରୀ ତଥା ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ସଦସ୍ୟ ଭାବେ ରହିବେ।

ଆଜି ଆସିକା ଚିନି ଶିଳ୍ପର ପୁନରୁଦ୍ଧାର ନିମନ୍ତେ ଅନୁଷ୍ଠିତ ଏକ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଏହି ଟାସ୍କ ଫୋର୍ସ ମହାରାଷ୍ଟ୍ର ଏବଂ ଅନ୍ୟ ରାଜ୍ୟଗୁଡିକୁ ପରିଦର୍ଶନରେ ଯାଇ ସେଠାକାର ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରି ସେମାନଙ୍କ ସୁଚିନ୍ତିତ ମତାମତ ଦେବା ପରେ ଏହାର ରିପୋର୍ଟ ଆଧାରରେ ଚିନି କଳର ପୁନରୁଦ୍ଧାର କରାଯିବ।

 

LEAVE A REPLY

Please enter your comment!
Please enter your name here