‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ‘ବୌଦ୍ଧ’ ଜିଲ୍ଲା ସାମିଲ, ,୧୫୯ଟି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ Rs ୩୪.୫୦ କୋଟିର ଅନୁଦାନ ମଞ୍ଜୁର

0
291
ଗାଁର ବିକାଶ ନେଉଛି ନୂଆ ମୋଡ଼। ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ‘ବୌଦ୍ଧ’ ଜିଲ୍ଲାକୁ ସାମିଲ କରିଛନ୍ତି।

By Our Correspondent  

BHUBANESWAR: ଗାଁର ବିକାଶ ନେଉଛି ନୂଆ ମୋଡ଼। ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ‘ବୌଦ୍ଧ’ ଜିଲ୍ଲାକୁ ସାମିଲ କରିଛନ୍ତି।

ଗ୍ରାମାଞ୍ଚଳରେ ଉତ୍ତମ ଭିତ୍ତିଭୂମି ବିକାଶକୁ ଗୁରୁତ୍ଵ ଦେଇ  ୧,୧୫୯ଟି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ₹୩୪.୫୦ କୋଟିର ଅନୁଦାନ ମଞ୍ଜୁର ହୋଇଛି।

ବୌଦ୍ଧ ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀକୁ ମିଳିଛି  ୩୪.୫୦ କୋଟି ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା: କଣ୍ଟାମାଳ ଓ ବୌଦ୍ଧ। ଏହିସବୁ ନିର୍ବାଚନମଣ୍ଡଳୀର ୩ଟି ବ୍ଲକ୍‌‌ର  ୬୯ ଟି ଗ୍ରାମ ପଞ୍ଚାୟତରେ ୧୧୫୯ଟି ପ୍ରକଳ୍ପ ହେବ।

ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରତି ପଞ୍ଚାୟତକୁ ₹୫୦ ଲକ୍ଷର ଅନୁଦାନ ଯୋଗାଇ ଦିଆଯିବ। ଗାଁରେ ଡିଜିଟାଲ ଭିତ୍ତିଭୂମି ସହ ବିଜ୍ଞାନ ପାର୍କ, ଦକ୍ଷତା ବିକାଶ କେନ୍ଦ୍ର ଆଦି ବିଭିନ୍ନ ସୁବିଧା ବିକାଶ କରାଯିବ।

ଏଥିସହ ଜିଲ୍ଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ମିଳିଥିବା ମତାମତ ଆଧାରରେ ମୁଖ୍ୟମନ୍ତ୍ରୀ ୬ଟି ପ୍ରକଳ୍ପ ପାଇଁ ₹୧,୧୨୮ କୋଟି ଅନୁମୋଦନ କରିଛନ୍ତି.

୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ବୋଲି କହିଥିଲେ। ଶ୍ରୀ ପାଣ୍ଡିଆନ୍ କହିଥିଲେ ଯେ ଏବେ ଓଡିଶାରେ ଗାଁ ଲୋକମାନେ ବିକାଶର ପ୍ରକୃତ ଭାଗିଦାର ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here