‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ସାମିଲ ହୋଇଛି ‘ସୁବର୍ଣ୍ଣପୁର’ ଜିଲ୍ଲା, ମଞ୍ଜୁର ହୋଇଥିବା Rs ୫୪.୫୦ କୋଟିରେ ୧୦୯ଟି ଗ୍ରାମପଞ୍ଚାୟତରେ ୧,୪୧୯ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ

0
291
‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ସାମିଲ ହୋଇଛି ‘ସୁବର୍ଣ୍ଣପୁର’ ଜିଲ୍ଲା। ଲୋକଙ୍କ ସୁବିଧା ସହ ଭିତ୍ତିଭୂମିର ବିକାଶକୁ ଗୁରୁତ୍ଵ ଦେଇ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି। ମଞ୍ଜୁର ହୋଇଥିବା ₹୫୪.୫୦ କୋଟିରେ ୧୦୯ଟି ଗ୍ରାମପଞ୍ଚାୟତରେ ୧,୪୧୯ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ।

By Our Correspondent

BHUBANESWAR:  ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ସାମିଲ ହୋଇଛି ‘ସୁବର୍ଣ୍ଣପୁର’ ଜିଲ୍ଲା। ଲୋକଙ୍କ ସୁବିଧା ସହ ଭିତ୍ତିଭୂମିର ବିକାଶକୁ ଗୁରୁତ୍ଵ ଦେଇ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି। ମଞ୍ଜୁର ହୋଇଥିବା ₹୫୪.୫୦ କୋଟିରେ ୧୦୯ଟି ଗ୍ରାମପଞ୍ଚାୟତରେ ୧,୪୧୯ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ।

ସୁବର୍ଣ୍ଣପୁର ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀ ପାଇଁ ୫୪.୫୦କୋଟି ଟଙ୍କା  ମଂଜୁର ହୋଇଛି। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା: ସୁବର୍ଣ୍ଣପୁର ଓ ବୀରମହାରାଜପୁର। ଏଥିରେ ୬ଟି ବ୍ଲକ୍‌ର ୧୦୯ଟି ଗ୍ରାମପଞ୍ଚାୟତରେ ୧୪୧୯ଟି ପ୍ରକଳ୍ପ କରାଯିବ।

ଏଥିସହ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲା ଗସ୍ତ ସମୟରେ ମିଳିଥିବା ମତାମତ ଆଧାରରେ ୧୯ଟି ପ୍ରକଳ୍ପ ପାଇଁ ₹୨,୦୫୯.୩୨ କୋଟି ମଞ୍ଜୁର ହୋଇଛି। ଜିଲ୍ଲାରେ ଜଳ ସଂରକ୍ଷଣ ସୁବିଧା, ପର୍ଯ୍ୟଟନ, ଶିକ୍ଷା ତଥା ରାସ୍ତା ଆଦିର ବିକାଶ ଦିଗରେ ଏହି ଅର୍ଥ ଖର୍ଚ୍ଚ କରାଯିବ। ଗ୍ରାମାଞ୍ଚଳରେ ଜଗନ୍ନାଥ ସଂସ୍କୃତିର ପ୍ରସାର ସହ ଡିଜିଟାଲ ଭିତ୍ତିଭୂମିର ବିକାଶ ତଥା କଳା, ସଂସ୍କୃତି ଓ ଐତିହ୍ୟ ଆହୁରି ସମୃଦ୍ଧ ହେବ.

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ। ବିକାଶର ଏହି ନୂଆ ଚେହେରା ଗାଁ ଲୋକଙ୍କ ମଧ୍ୟରେ ଗଭୀର ଆତ୍ମବିଶ୍ୱାସ ସୃଷ୍ଟି କରିବ ବୋଲି ସେ କହିଥିଲେ। ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଲେ ଯେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଜରିଆରେ ସବୁ ଗାଁରେ ରୂପାନ୍ତର ଆଣିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ।

LEAVE A REPLY

Please enter your comment!
Please enter your name here