ଆମର ଶିକ୍ଷାନୁଷ୍ଠାନଗୁଡ଼ିକ ‘ବିକଶିତ ଭାରତ’ର ଲାଇଟ୍ ହାଉସ୍ ଭାବେ ଉଭା ହେବ- ଧର୍ମେନ୍ଦ୍ର ପ୍ରଧାନ

0
248

By Our Correspondent

BHUBANESWAR:    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୪୭ ସୁଦ୍ଧା ବିକଶିତ ଭାରତର ଆହ୍ୱାନ ଦେଇଥିବା ବେଳେ ଆମର ଶିକ୍ଷାନୁଷ୍ଠାନଗୁଡ଼ିକ ହିଁ ‘ବିକଶିତ ଭାରତ’ର ଲାଇଟ୍ ହାଉସ୍ ଭାବେ ଉଭା ହେବ ବୋଲି ସୋମବାର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଉଦଘାଟିତ ‘ଭିଜିଟର୍ସ କନଫରେନ୍ସ ୨୦୨୪-୨୫’ରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଦୁଇ ଦିବସୀୟ ‘ଭିଜିଟର୍ସ କନଫରେନ୍ସ ୨୦୨୪-୨୫’କୁ ଉଦଘାଟନ କରିଛନ୍ତି । ଏହି ଅଷ୍ଟମ ଭିଜିଟର୍ସ ସମ୍ମିଳନୀରେ ଦେଶର ଶିକ୍ଷାବିତ୍ ଜଗତକୁ ମାର୍ଗଦର୍ଶନ ଦେଇଥିବାରୁ ଶ୍ରୀ ପ୍ରଧାନ ରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହାସହ ଅଷ୍ଟମ ଭିଜିଟର୍ସ ଆୱାର୍ଡ ପାଇଥିବା ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ସେ କହିଛନ୍ତି ମାନ୍ୟବର ରାଷ୍ଟ୍ରପତିଙ୍କ ଅତୁଟ ସମର୍ଥନ ଏବଂ ତାଙ୍କ ନେତୃତ୍ୱ ଶିକ୍ଷା କ୍ଷେତ୍ରରେ ନୂତନ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ନୂତନ  ମାର୍ଗ ଦେଖାଇଛି ।

ଜାତୀୟ ଶିକ୍ଷାଗତ ପ୍ରାଥମିକତା ହାସଲ କରିବା, କ୍ରମାଗତ ଭାବରେ ବିକଶିତ ହେଉଥିବା ଶିକ୍ଷଣ କ୍ଷେତ୍ରରେ ଆଗକୁ ବଢିବା ତଥା ଭାରତକୁ ଜ୍ଞାନ, ଗବେଷଣା ଏବଂ ଉଦ୍ଭାବନର କେନ୍ଦ୍ରସ୍ଥଳରେ ପରିଣତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାରେ ଆମର ମନୋବଳକୁ ଟାଣ କରିଛି । ପବିତ୍ର ମହାକୁମ୍ଭ ଭଳି ଭିଜିଟର୍ସ ସମ୍ମିଳନୀ ମଧ୍ୟ ଏକ ‘ସଙ୍ଗମ’ । ଭବିଷ୍ୟତ ପାଇଁ ପ୍ରସ୍ତୁତ ଶିକ୍ଷା ବ୍ୟବସ୍ଥାର ପରିକଳ୍ପନା ପାଇଁ ଏହା ଶିକ୍ଷାନୁଷ୍ଠାନର ଉତ୍ତମ ମନର ଏକ ‘କୁମ୍ଭ’ ଅଟେ । ‘ଭିଜିଟର୍ସ ସମ୍ମିଳନୀ’ ଆମ ଶିକ୍ଷା ବ୍ୟବସ୍ଥାରେ ସାମଗ୍ରିକ ପରିବର୍ତ୍ତନ ଆଣିବ । ଯୁବପିଢ଼ିଙ୍କୁ ସଶକ୍ତ କରିବା ସହ କର୍ମଚାରୀଙ୍କୁ ହାତମୁଠାକୁ ମଜଭୂତ୍ କରିବ । ଭାରତର ଉଚ୍ଚ ଶିକ୍ଷା ପରିସଂସ୍ଥାନକୁ ଏକ ବିଶ୍ୱସ୍ତରୀୟ ମାନଦଣ୍ଡ ଭାବରେ ପ୍ରତିଷ୍ଠିତ କରିବା ଦିଗରେ ଏକ ସ୍ପଷ୍ଟ ରୋଡମ୍ୟାପ୍ ପ୍ରଦାନ କରିବ ।

ପ୍ରଧାନମନ୍ତ୍ରୀ ମୋଦୀ ୨୦୪୭ ସୁଦ୍ଧା ବିକଶିତ ଭାରତର ଆହ୍ୱାନ ଦେଇଛନ୍ତି । ଏଥିପାଇଁ ଆମ ଦେଶ ଆତ୍ମନିର୍ଭର, ଅଭିନବ ଏବଂ ଜ୍ଞାନ ଭିତ୍ତିକ ହେବା ଦରକାର । ଆମ ଶିକ୍ଷା ଡିଗ୍ରୀ ଡିଗ୍ରୀ ଠାରୁ ଉର୍ଦ୍ଧ୍ୱରେ ରହିବା ଦରକାର । ଏଥିପାଇଁ ଥିଙ୍କର, ଇନୋଭେଟର, ସମାଧାନ ପ୍ରଦାନ କରୁଥିବା ବ୍ୟକ୍ତିବିଶେଷ ଏବଂ ନିଯୁକ୍ତିଦାତା ସୃଷ୍ଟି କରିବାକୁ ହେବ । ତେଣୁ ଜାତୀୟ ଶିକ୍ଷା ନୀତି ୨୦୨୦କୁ ଅକ୍ଷରେ ଅକ୍ଷରେ କାର୍ଯ୍ୟକାରୀ କରିବା ନିହାତି ଜରୁରୀ । ଜାତୀୟ ଶିକ୍ଷା ନୀତିକୁ ବାସ୍ତବ  ଓ ଦୀର୍ଘସ୍ଥାୟୀ ପ୍ରଭାବୀକୁ ସୁନିଶ୍ଚିତ କରିବା ପାଇଁ ଆମକୁ ଅନୁଷ୍ଠାନିକ ସ୍ତରରୁ ଉପରକୁ ଉଠିବାକୁ ପଡିବ ।

ଆମର ଶୈକ୍ଷିକ ଶକ୍ତିକୁ ଉନ୍ନତ କରିବାକୁ ହେବ । ଆମର ନୀତିଗୁଡ଼ିକୁ ସୁଦୃଢ଼ କରିବା ସହ ତୃଣମୂଳ ସ୍ତରରେ ଯେପରି ଏହାର ପ୍ରଭାବ ପଡିପାରିବ, ସେ ଦିଗରେ ସାମୂହିକ ଉଦ୍ୟମ କରିବାକୁ ହେବ । ସବୁଠୁ ଭଲ ପ୍ରୟାସ କରିବା ପାଇଁ ହେବ । ଅମୃତ କାଳ ଓ ତା’ ବାହାରେ ଆମର ବିକାଶମୂଳକ ଯାତ୍ରାକୁ ଆଗେଇ ନେଇ ଆମର ଶିକ୍ଷାନୁଷ୍ଠାନଗୁଡ଼ିକ ବିକଶିତ ଭାରତର ଲାଇଟ୍ ହାଉସ୍ ଭାବେ ଉଭା ହେବେ ବୋଲି ଶ୍ରୀ ପ୍ରଧାନ ଆଶା ପ୍ରକାଶ କରିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here