ଆପୋଲୋ ହସ୍ପିଟାଲରେ ମୃତ ନବ ଦାସ ଙ୍କ ମିଛ ମିଛିକିଆ ଚିକିତ୍ସା କରି ପୂର୍ବତନ ନବୀନ ସରକାର ରାଜକୋଷରୁ ୨.୩୦ ଲକ୍ଷ ଟଙ୍କା ବରବାଦ , ସିବିଆଇ ତଦନ୍ତ ହେଲେ ଆହୁରି ଅନେକ ଗୋପନୀୟ ତଥ୍ୟ ପଦାକୁ ଆସିବ ଯାହାକି ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ ଦ୍ଵାରା ସମ୍ଭ ବ ନୁହେଁ

0
68
A file photo shows , Chief Minister Naveen Patnaik consoling the family members of ex-Minister Naba Das the day of the ex-Minister’s death at a private hospital in Bhubaneswar on January 29.

By Pratap Mohanty

BHUBANESWAR:  ସ୍ପଷ୍ଟ ଦିବାଲୋକରେ ଶହ  ଶହ ଲୋକ ତଥା ପୋଲିସ ଉପସ୍ଥିତି ରେ ନବ ଦାସଙ୍କୁ କିଏ ହତ୍ୟା କଲା, ତାହା  ରହସ୍ୟ ଘେରରେ ଥିବା ବେଳେ ଏଵେ ଆହୁରି ରହସ୍ୟ ମୟ ହୋଇଛି ତାଙ୍କର ଚିକିତ୍ସା ସମ୍ବନ୍ଧୀୟ ତଥ୍ୟ ଯାହା ସୂଚନା ଅଧିକାର ଆଇନ ରେ ସୂଚନା ଅଧିକାର କର୍ମୀ ତଥା ଓଡିଶା ସୂଚନା ଅଧିକାର ଅଭିଯାନ ର କେନ୍ଦ୍ରାପଡ଼ା ଜିଲ୍ଲା ଆବାହକ ପ୍ରତାପ ମହାନ୍ତିଙ୍କୁ ମିଳିଥିବା ତଥ୍ୟ ଦର୍ଶାଉଛି ।  .ମିଚ୍ଛି ମିଚ୍ଛିକିଆ ଚିକିତ୍ସା ପାଇଁ ଆପୋଲା ହସ୍ପିଟାଲ କୁ  ରାଜ୍ୟ ସରକାର ୨.୩୦ ଲକ୍ଷ ଟଙ୍କା ଦେଇଛନ୍ତି ।

ଗତ ୨୪.୧.୨୫ ରିଖରେ  ଆପୋଲୋ ହସ୍ପିଟାଲରେ  ପୂର୍ବତନ ମନ୍ତ୍ରୀ ନବ ଦାସ ଙ୍କ ଚିକିତ୍ସା ପାଇଁ   କେତେ ଅର୍ଥ ଖର୍ଚ୍ଚ ହୋଇଥିଲା , ଏହା ଜାଣିବା ପାଇଁ  ସ୍ବାସ୍ଥ୍ୟ  ବିଭାଗକୁ  ସୂଚନା ଅଧିକାର ଆଇନରେ  ତଥ୍ୟ ମଗାଯାଇଥିଲା । ସ୍ୱାସ୍ଥ୍ୟ ବିଭାଗ ନିଜ ପାଖରେ ତଥ୍ୟ ନାହିଁ କହି ଦରଖାସ୍ତଟିକୁ Parliamentary Affairs dept, transport dept ଓ ଦମେଟ ତଥା ଆପୋଲ ହସ୍ପିଟାଲ କୁ ତଥ୍ୟ ପ୍ରଦାନ ନିମନ୍ତେ ପଠାଇଥିଲେ ଯଦିଓ ଆପୋଲୋ ହସ୍ପିଟାଲ ବର୍ତମାନ ସୁଦ୍ଧା ସୂଚନା ଅଧିକାର ଆଇନ ପରିସର ଭୁକ୍ତ ନୁହେଁ.  ଗତ କିଛି ଦିନ ତଳେ ଖୋଳତାଡ କରିବାରୁ DMET , ଭୁବନେଶ୍ୱର ର  ପିଆଇଓ ଉକ୍ତ ତଥ୍ୟ ନଥିବା ଦର୍ଶାଇଥିଲେ । କିନ୍ତୁ  ପ୍ରାୟ ଦେଢ଼ ମାସ parliamentary Affairs dept  ନୀରବ ରହିଥିଲା । ଏହି ଖବର  ଗଣ ମାଧ୍ୟମରେ ପ୍ରସାରଣ ହେବା ତଥା ଗତ 25/3/2025 ରେ ମୁଁ dept of paliamantary affairs ଙ୍କୁ ପ୍ରଥମ ଅପିଲ କରିବା ପରେ  ୨୬.୩.୨୫ ରେ ପିଆଇଓ ତଥ୍ୟ ଦେଇଛନ୍ତି email ମାଧ୍ୟମରେ.

ଏହି ତଥ୍ୟରୁ ଜଣା ପଡ଼ିଛିଯେ ,   ନବ ଦାସ ୨୯.୧.୨୩ ରିଖ ସନ୍ଧ୍ୟା 5.26 ମିନିଟ୍ ରେ ଆପୋଲୋ ହସ୍ପିଟାଲ ରେ admit ହୋଇଛନ୍ତି ଆଉ ତାଙ୍କ ପତ୍ନୀ ମିନତି ଦାସ ନିଜେ ଭର୍ତ୍ତି କରିଛନ୍ତି ଓ ୭.୩୦ ପର୍ଯ୍ୟନ୍ତ ଦୁଇ ଘଣ୍ଟା ଚିକିତ୍ସା ହୋଇଛି । ଛଅ ଜଣ ଡାକ୍ତର ଦୁଇ ଘଣ୍ଟା ଚିକିତ୍ସା କରିଛନ୍ତି । ଏଥିପାଇଁ ୩.୨.୨୦୨୩ ରେ ଥିବା ଆପୋଲୋ ହସପିଟାଲ ୨,୩୦,୦୦୦ ଟଙ୍କାର ବିଲ ଦେଇଛି  ଓ ରାଜ୍ୟ ସରକାର ୧୮.୧୦.୨୩ ରେ payment କରିଛନ୍ତି ।

ଆଉ ଏହି ଦୁଇ ଘଣ୍ଟା ଚିକିତ୍ସା ରେ ଅପରେସନ ପାଇଁ ବ୍ୟବହୃତ ହେବା ସାମଗ୍ରୀ ସବୁ କିଣା ଯାଇଛି ଆଉ ctvs ଡାକ୍ତର ଦ୍ୱାରା ଅପରେସନ ହୋଇ ସିଲେଇ ମଧ୍ୟ କରାଯାଇଛି. ଏହି ବିଲ କୁ ତର୍ଜମା କଲେ ଜଣା ପଡୁଛି କେବଳ ତାଙ୍କ ଶରୀର ରେ ଥିବା ଗୁଳି ବାହାର କରିବା ପାଇଁ ଅପରେସନ କରାଯାଇଛି. ଯଦି ଅପରେସନ କରି ଗୁଳି ବାହାର କରାଗଲା ସେ ଗୁଳି ଏଵେ କେଉଁଠି ଆଉ କେତେଟି ଗୁଳି ବାହାର କରାଯାଇଛି?? ସେ ଗୁଳିର ନମ୍ବର କେତେ ଆଉ ସେ ସରକାରୀ ଗୁଳି ନା ବେସରକାରୀ ଗୁଳି ତାହାର foreignsic ଟେଷ୍ଟ ହୋଇଛି ନା ନାହିଁ ସେ ଦିଗରେ କ୍ରାଇମ ବ୍ରାଞ୍ଚ ତଦନ୍ତ କରିଛି ନା ନାହିଁ?? ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଲା

ଅତି ଶଙ୍କାଟାପୂର୍ଣ ଅବସ୍ଥାରେ ଯେତେବେଳେ ଆପୋଲ ହସ୍ପିଟାଲ ରେ ଭର୍ତ୍ତି ହୋଇଛିନ୍ତି ଆଉ OT କୁ ନେବା ପୂର୍ବରୁ ଅତି କମରେ ରୋଗୀର ରକ୍ତ ପରୀକ୍ଷା ସହ ecg, cardiology, ct scan, xray, hiv, ବିପି ଇତ୍ୟାଦି କରିବା ବାଧ୍ୟତା ମୂଳକ କିନ୍ତୁ ଆପୋଲ ହସ୍ପିଟାଲ ଦେଇଥିବା ବିଲ ରେ ଏ ବାବଦରେ କିଛି ଉଲ୍ଲେଖ ନାହିଁ ଯାହାର ଅର୍ଥ ଏ ସବୁ କିଛି ଟେଷ୍ଟ କରାଯାଇ ନାହିଁ ମୃତ ନବ ଦାସ ଙ୍କ ମୃତ ଶରୀରର ମିଛି ମିଛିକିଆ ଚିକିତ୍ସା ହୋଇଛି. ଯଦି ଆମେ ଧରିନେବା ଏ ସବୁ diagnostic ଟେଷ୍ଟ ଜିଲ୍ଲା ହସ୍ପିଟାଲ, ଝାରସୁଗୁଡା ରେ କରାଯାଇଛି ଆଉ ସେହି ରିପୋର୍ଟ ଆଧାର ରେ ଏଠାରେ ଚିକିତ୍ସା କରାଯାଇଛି ତାହେଲେ କ୍ରାଇମ ବ୍ରାଞ୍ଚ ଝାରସୁଗୁଡା ମେଡିକାଲ ରେ ecg ରିପୋର୍ଟ ନ ଖୋଜି ଆପୋଲ ହସ୍ପିଟାଲ ରେ କାହିଁକି ଖୋଜୁ ନାହିଁ  ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି କ୍ରାଇମ ବ୍ରାଞ୍ଚ ତଦନ୍ତ ଉପରେ. ।

ଯଦି ବି ଝାରସୁଗୁଡା ରେ ଏ ସବୁ ଟେଷ୍ଟ ହୋଇଥିଲା ଆଉ ତାହାର 5-6 ଘଣ୍ଟା ପରେ air ambulance ଇତ୍ୟାଦି ରେ ଆସିବା ପରେ ଆଉ ଥରେ ଚିକିତ୍ସା ପୂର୍ବରୁ ଆପୋଲ ମେଡିକାଲ ରେ କରିବା କଥା ବୋଲି ଅନେକ ସ୍ଵାସ୍ତ୍ୟ ବିଶେଷଜ୍ଞଙ୍କ ମତ.କେବଳ ଲୋକଙ୍କୁ ଭଣ୍ଡେଇବା ପାଇଁ । ଏସବୁ ଦିଗରୁ ଦେଖିଲେ ଲାଗୁଛି ମୃତ ଶରୀର ଚିକିତ୍ସା କରାଯାଇଛି ଆପୋଲ ମେଡିକାଲ ରେ ଆଉ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବିଜେଡି ସରକାର ଦ୍ୱାରା.ବର୍ତ୍ତମାନ କ୍ରାଇମ୍ ବ୍ରାଞ୍ଚ ଆପୋଲୋ ହସ୍ପିଟାଲ ର  ଛଅ ଜଣ ଡାକ୍ତର କି ଚିକିତ୍ସା କରୁଥିଲେ  ସେମାନଙ୍କୁ ଜେରା କରିବା ଆବଶ୍ୟକ ହେଉଛି. ସର୍ବୋପରେ କେବଳ ସିବିଆଇ ତଦନ୍ତ ହିଁ ପ୍ରକୃତ ହତ୍ୟାକାରୀ କୁ ଧରି ପାରିବ ତେଣୁ ଲୋକ ପ୍ରିୟ ମୋହନ ସରକାର ଙ୍କ ନିକଟରେ ଦାବି ନିଜର ସ୍ୱଚ୍ଛତା ବଜାଇ ରଖନ୍ତୁ ମୃତ ନବଦାସ ହତ୍ୟାକାଣ୍ଡ ରେ ସିବିଆଇ ତଦନ୍ତ ପାଇଁ  ନିର୍ଦ୍ଧେଶ ଦିଅନ୍ତୁ ।

(The Wrier Pratap Mohanty is a leading RTI Activists and Senior Office Bearers of Odisha Soochana Adhikar Abhijan. Views Expressed are personal)

 

 

 

LEAVE A REPLY

Please enter your comment!
Please enter your name here