By Our Correspondent
BHUBANESWAR: ଖଣ୍ଡଗିରି ପାନ୍ଥିକାରେ ଆଜି ଦ୍ୱିତୀୟ ସନ୍ଧ୍ୟାରେ ଉଦ୍ଘାଟିତ ହୋଇଥିବା ଏହି ୩ ଦିନିଆ ଆନ୍ତର୍ଜାତୀୟ ଐର ଖାରବେଳ ମହୋତ୍ସବ କାର୍ଯ୍ୟକ୍ରମର ଦ୍ୱିତୀୟ ଉଦ୍ଘାଟନୀ ଉତ୍ସବରେ ମହୋତ୍ସବର ଆୟୋଜକ ତଥା ଏକାମ୍ର ବିଧାୟକ ବାବୁ ସିଂ ଅଧ୍ୟକ୍ଷତା କରିଥିଲେ। ଆଜି ସନ୍ଧ୍ୟାର ମୁଖ୍ୟ ଉଚ୍ଚ ଶିକ୍ଷା ଓକ୍ରୀଡ଼ା, ଯୁବ ବ୍ୟାପାର, ସଂସ୍କୃତି ମନ୍ତ୍ରୀ ସୁରଜ ସୁରୀୟବଂଶୀ ଯୋଗଦେଇ ଥିଲେ। ଆସନ୍ତା କାଲି ଖଣ୍ଡଗିରି ସ୍ଥିତ ପାନ୍ଥିକା ପରିସରରେ ଐର ଖାରବେଳ ମହୋତ୍ସବ ଶେଷ ସଂଧ୍ୟା।ଐର ଖାରବେଳ ମହୋତ୍ସବ କମିଟି ଓ ନୃତ୍ୟ ଗବେଷଣା ଅନୁଷ୍ଠାନ ଅନୁଚିନ୍ତମ୍ ଦ୍ଵାରା ଏହି ମହୋତ୍ସବ ପାଳିତ ହେଉଛି ।
ଏଥିରେ ଦେଶ ବିଦେଶର ବହୁ ସୁନାମ ଧନ୍ୟ ନୃତ୍ୟ, ନାଟକ, ସିନେ ତାରକା ଓ କଣ୍ଠ ଶିଳ୍ପୀ ମାନେ ଯୋଗଦେଇ ନିଜର କଳା ପ୍ରଦର୍ଶନ କରୁଛନ୍ତି।ସୋର ମନ୍ଦିର ଦ୍ଵାରା ଓଡ଼ିଶୀ, ବିଚିତ୍ର ବର୍ଣାଳୀ ନାଟ୍ୟ ସଂସଦ ଦ୍ଵାରା କଣ୍ଢେଇ ନାଚ, କଳା ଓ କଳାକାର ଦ୍ଵାରା ସମ୍ବଲ ପୁରୀ ଡ୍ୟାନ୍ସ, କୋଷିଗ୍ରାମ ରାଇବେଂଶି ଲୋକନାଟ୍ୟ ସଂସଦ ଓ ଏକାଡେମୀ ଦ୍ଵାରା ନାଟକ ପରିବେଷଣ, ଗୁରୁ ସତ୍ୟ ନାରାୟଣ ଦାସ ସାଂସ୍କୃତି ବିହାର ଦ୍ଵାରା ଗୀତି ନାଟ୍ୟ ପରିବେଷଣ ହୋଇଥିଲା। ଅନ୍ୟ ଅତିଥି ଙ୍କ ମଧ୍ୟରେ ବିଧାୟକ ଆଶ୍ରିତ ପଟ୍ଟନାୟକ,ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସମାଜ ସେବୀ ସଂଗ୍ରାମ କେଶରୀ ପାଇକରାୟ,ସ୍ଥାନୀୟ ନେତୃତ୍ୱ ସୁରେନ୍ଦ୍ର ପ୍ରଧାନ,ଇଦିଶ୍ ଭୁଇଁୟା, ତାପସ ଦଳାଇ, ସୁରିୟ ପ୍ରସାଦ ରାଉତରାୟ, ଅକ୍ଷୟ ଜେନା, ଆଲୋକ ସାହୁ, ଚନ୍ଦନ ମଲ୍ଲିକ, ପ୍ରଶାନ୍ତ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।
ଏହି ଅବସରରେ ବିଧାୟକ ବାବୁ ସିଂ କହିଛନ୍ତି ଯେ, ମହୋତ୍ସବ ଆସନ୍ତା କାଲି ପଯ୍ୟନ୍ତ ଆୟୋଜିତ ହେବ।ଖଣ୍ଡଗିରି କୁମ୍ଭ ମେଳା ଅବସରରେ ଏହାର ଆନନ୍ଦ ନେବା ପାଇଁ ସମସ୍ତ ଙ୍କୁ ଅନୁରୋଧ କରୁଛି।ଅନ୍ୟପଟେ ପୂର୍ବ ବର୍ଷ ଠାରୁ ଏହି ବର୍ଷ ବାବା ମାନେ ବହୁ ସଂଖ୍ୟାରେ ଖଣ୍ଡଗିରି ତପ ଭୂମିକୁ ଆସିଥିବାରୁ ବେଶ୍ ଖୁସି ଥିବା ବେଳେ ଲୋକଙ୍କୁ ଆଶୀର୍ବାଦ ଦେଉଛନ୍ତି । ସେପଟେ ଯାତ୍ରା ପେଣ୍ଡାଲ, ଦୋଳି ଖେଳ, ହାଟବଜାର ପିଣ୍ଡି ରେ ହେଉଥିବା ବ୍ୟବସାୟୀ କୁ ନେଇ ଖଣ୍ଡଗିରି ମେଳାରେ ପ୍ରତିଦିନ ଜମୁଛି କାହିଁରେ କେତେ ଭିଡ଼। ମୀନା ବଜାର ସାଙ୍ଗକୁ ଟାଟୁ ଦୋକାନ ,ଭଳିକି ଭଳି ରଙ୍ଗୀନ ଫୁଲ ଦୋକାନ ବାଉଁଶ ତିଆରି ଓ ମାଟିରେ ତିଆରି ଘର କରଣ ଜିନିଷ ରେ ଝଟକୁଛି ଖଣ୍ଡଗିରି ମେଳା ।
ତେଣୁ ଲୋକ ମାନେ କିଣା କିଣି କରିବା ପାଇଁ ବେଶ ଭିଡ ଜମାଉଛନ୍ତି । ଯାହାକୁ ନେଇ ପୁରା ଖଣ୍ଡଗିରି ପାହାଡ ଠାରୁ ଆରମ୍ଭ କରି ଟ୍ରାଫିକ ଚକ ପର୍ଯ୍ୟନ୍ତ ଲୋକଙ୍କର ଭିଡ ଲାଗିଛି । ସେହିପରି ମେଳାରେ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା ରହିଛି । ମୋଟାମୋଟି ଭାବରେ କହିବାକୁ ଗଲେ ଚଳିତ ବର୍ଷ କୁମ୍ଭ ମେଳା ଖୁବ୍ ଧୁମଧମରେ ହେଉଥିବାରୁ ରାଜ୍ୟର କୋଣ ଅନୁକୋଣରୁ ଆସି ଭିଡ ଜମାଉଛନ୍ତି ବାବାଙ୍କ ଆଶୀର୍ବାଦ ସହ ବୁଲାବୁଲି ଓ କିଣାକିଣି ପାଇଁ । ଯାହା କେବଳ ରାଜଧାନୀବାସୀ ନୁହେଁ ପୁରା ରାଜ୍ୟ ପାଇଁ ଖୁସି ଆଣିଦେଇଛି ।
ଅନ୍ୟପଟେ ଏହି ପବିତ୍ର କୁମ୍ଭ ମେଳାରେ ଜମୁଛି ଐର ଖାରବେଳ ମହୋତ୍ସବ। ଏହି ମହୋତ୍ସବରେ ହସ, ଗୀତ, ନାଚକୁ ଦର୍ଶକମାନେ ମଜା ଉଠାଇଥିଲେ। ତେଣୁ ଖଣ୍ଡଗିରି ମେଳାରେ ବାବାଙ୍କ ସାନିଧ୍ୟ ସହ ସଂସ୍କୃତିକ କାର୍ଯ୍ୟକ୍ରମ ମଜା ନେଇଛନ୍ତି ରାଜଧାନୀବାସୀ ସମେତ ଅନ୍ୟ ପର୍ଯ୍ୟଟକ ବୋଲି ବିଧାୟକ ବାବୁ ସିଂ କହିଛନ୍ତି।

























