ଆଦିବାସୀ ମହିଳା ଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ବଜରଙ୍ଗ ଦଳ କର୍ମୀ ଙ୍କୁ ଦଣ୍ଡ ଓ ତଦନ୍ତ ନିମନ୍ତେ ରାଜ୍ୟ ମାନବାଧିକାର କମିଶନରେ ଅଭିଯୋଗ

0
43

By Our Correspondent

BHUBANESWAR:  ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ  ଅନ୍ତର୍ଗତ ଛନଖାପାନପୁର  ଗ୍ରାମରେ ଗୋବିନ୍ଦ ସିଂ ଙ୍କ ଘରେ ଗତ ଡିସେମ୍ବର 26 ତାରିଖ ରାତିରେ ନିଜ ପରିବାର ଓ ପଡୋଶୀ ମିଶି ଏକ ଭୋଜି ଆୟୋଜନ କରାଯାଇଥିଲା l

ଗ୍ରାମର ବଜରଙ୍ଗ ଦଳ ସମର୍ଥକ ବାପୁନି ଏବଂ ଅନ୍ୟମାନେ ଗୋବିନ୍ଦ ଗୋମାଂସା ଭୋଜି କରୁଛନ୍ତି ବୋଲି ଗାଳି ଗୁଲଜ କରି ତାଙ୍କ ଘର ଭିତରକୁ ଧସେଇ ପଶି ଗୋବିନ୍ଦଙ୍କୁ  ମରଣାନ୍ତକ ପ୍ରହାର କରି ଘର ଭିତରୁ ବାହାରକୁ ଟାଣିନେଲେ l ତାପରେ  ତାଙ୍କ ଭଉଣୀ ଙ୍କ ସମେତ ଅନ୍ୟ ତିନିଜଣ ମହିଳାଙ୍କୁ ଘରୁ ଘୋଷାରି ନେଇ ଗାଁ ଦାଣ୍ଡରେ ଗଛରେ ବାନ୍ଧି ବାରବରଚିତ ଭାବରେ ଗୋଇଠା ବିଧା ପ୍ରହାର ସହିତ ଚପଲରେ ମାଡମାରି ଥିଲେ l ଏହି  ମାଡ ଘଟଣା ଭାଇରଲ ହେଉଥିବା ଭିଡିଓ ରେ କ୍ଲିୟର ଦୃଶ୍ୟମାନ ହେଉଛି l

ଘଟଣା ପ୍ରଚାରିତ ହେବାପରେ ବିଶିଷ୍ଠ ମାନବାଧିକାର କର୍ମୀ ଶ୍ରୀ ପ୍ରଦୀପ୍ତ ନାୟକ ଆଜି ରାଜ୍ୟ ମାନବାଧିକାର ଆୟୋଗରେ ଅଭିଯୋଗ ଫର୍ଦ ଦାଖଲ ତ୍ୱରିତ ଶୁଣାଣି ନିମନ୍ତେ ପ୍ରାର୍ଥନା କରିଛନ୍ତି l

ଏହି ଘଟଣା ଘଟିବାର ସପ୍ତାହେ ବିତି ଯାଇଥିଲେ ମଧ୍ୟ ପୋଲିସ ସମସ୍ତ ଦୋଷୀଙ୍କୁ ଏ ପର୍ଯ୍ୟନ୍ତ ଗିରଫ କରି ନାହିଁ l ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ସହିତ ସମସ୍ତ ବଜରଙ୍ଗ ଦଳ ଦୋଷୀଙ୍କୁ ଗିରଫ ଓ ଆକ୍ରମିତ ମାନଙ୍କୁ କ୍ଷତି ପୂରଣ ପ୍ରଦାନ ନିମନ୍ତେ ଶ୍ରୀ ନାୟକ  ତାଙ୍କ ଅଭିଯୋଗ ରେ ଦର୍ଶାଇ ଛନ୍ତି l

LEAVE A REPLY

Please enter your comment!
Please enter your name here