By Our Correspondent
BHUBANESWAR: ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ (ଏଟିଏଲ୍ସି)ର ୪୪ତମ ପରିଚାଳନା ସଂସଦ ବୈଠକ ଆଜି ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଏକାଡେମୀର ପୁନର୍ବିନ୍ୟାସ ସମେତ ୨୦୨୩-୨୪ ଆର୍ଥିକ ବର୍ଷ ବଜେଟ୍ ଅନୁମୋଦନ ଉପରେ ଆଲୋଚନା ହୋଇଥିଲା।
ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀର କାର୍ଯ୍ୟକାରିତାକୁ ସୁଦୂରପ୍ରସାରୀ କରିବା ସହ ଜନଜାତିଙ୍କ ଭାଷା ସାହିତ୍ୟ ସମ୍ପର୍କିତ ଗବେଷଣାକୁ ବ୍ଯାପକ କରିବା ପାଇଁ ଏଥିରେ ଆଲୋଚନା ହୋଇଥିଲା।
ଅନୁସୂଚିତ ଜାତି ଓ ଜନଜାତି ପ୍ରଶିକ୍ଷଣ ତଥା ଗବେଷଣା ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ବିଭାଗୀୟ କମିଶନର ଶ୍ରୀମତୀ ରୂପାରୋଶନ ସାହୁ, ଏସ୍ସିଏସ୍ଟି ଆର୍ଟିଆଇ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ଜାତୀୟ ଅନୁସୂଚିତ ଜନଜାତି କମିଶନ୍ର ନିର୍ଦ୍ଦେଶକ ଡ. ଜୟନ୍ତ ଜନାର୍ଦ୍ଦନ ଶରଦଙ୍କ ସମେତ ଅନ୍ଯାନ୍ଯ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।