ଆଡଭୋକେଟ ଜେନେରାଲ ଥାଇ ଶ୍ରୀ ଅଶୋକ ପରିଜା କିପରି କିଟ୍ କୁଳପତି ହେଲେ ସେ ନେଇ ବି ସାଂଘାତିକ ପ୍ରଶ୍ନ ଉଠାଇଛି ଓଡ଼ିଶା ସୂଚନା ଅଧିକାର ଅଭିଯାନ

0
376

By Our Correspondent

BHUBANESWAR: ଆଡଭୋକେଟ ଜେନେରାଲ ଥାଇ ଶ୍ରୀ ଅଶୋକ ପରିଜା କିପରି କିଟ୍ କୁଳପତି ହେଲେ ସେ ନେଇ ବି ସାଂଘାତିକ ପ୍ରଶ୍ନ ଉଠାଇଛି ଓଡ଼ିଶା ସୂଚନା ଅଧିକାର ଅଭିଯାନ.

କିଟ୍ କାହିଁକି ସୂଚନା ଅଧିକାର ଆଇନ ପରିସର ହୋଇନି ବୋଲି ପ୍ରଶ୍ନ କରିଛି। ଏଥିସହ ପୂର୍ବତନ ଆଡଭୋକେଟ୍ ଜେନେରାଲ ଅଶୋକ ପରିଜାଙ୍କୁ ବି କାଠଗଡ଼ାକୁ ଟାଣିଛି।

ଅଭିଯାନ ଦର୍ଶାଇଛି- ଅଶୋକ ପରିଜା ଆଡଭୋକେଟ୍ ଜେନେରାଲ ଥିବା ବେଳେ କିଟକୁ ସୂଚନା ଅଧିକାର ପରିସରକୁ ଆଣିବାକୁ ପିଟିସନ ହୋଇଥିଲା। ମାତ୍ର ନିଜେ ଆଡଭୋକେଟ୍ ଜେନେରାଲ କିଟ୍ ପାଇଁ ଓକିଲାତି କରିଥିଲେ, ସେଥିପାଇଁ ପିଟିସନ ଖାରଜ ହେଲା ଓ କିଟ୍ ସୂଚନା ଅଧିକାରକୁ ଆସିପାରିଲା ନାହିଁ। ତା’ସହ ଆଡଭୋକେଟ ଜେନେରାଲ ଥାଇ ଶ୍ରୀ ପରିଜା କିପରି କିଟ୍ କୁଳପତି ହେଲେ ସେ ନେଇ ବି ସାଂଘାତିକ ପ୍ରଶ୍ନ ଉଠାଇଛି ଓସା।

ଏହା କଣ ଅଫିସ୍ ଅଫ୍ ପ୍ରଫିଟ୍ ନୁହେଁ କି ବୋଲି ପ୍ରଶ୍ନ ଉଠାଇଛି । ତେବେ ଏ ନେଇ ଅଶୋକ ପରିଜାଙ୍କ ପ୍ରତିକ୍ରିୟା ମିଳିନାହିଁ।

କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଗିରଫ ପାଇଁ ଦାବି କଲା ସୂଚନା ଅଧିକାର ଅଭିଯାନ ବା OSAA। କିଟ୍ କେଳେଙ୍କାରୀକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛି ଓଡ଼ିଶା ସୂଚନା ଅଧିକାର ଅଭିଯାନ। ଅନ୍ୟପକ୍ଷରେ କିସରେ ଛୋଟ ପିଲା ପଢ଼ୁଥିବାରୁ କାହିଁକି ଜୁଭେନାଇଲ ଜଷ୍ଟିସ୍ ଆକ୍ଟ ଲାଗୁନି ବୋଲି OSAA ପ୍ରଶ୍ନ ଉଠାଇବା ସହ କିଟ୍ ବିରୋଧରେ ଜମି କେଳେଙ୍କାରୀ ଅଭିଯୋଗର ତଦନ୍ତ ହେଉ ଓ ଅଚ୍ୟୁତ ସାମନ୍ତଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଛନ୍ତି।

 

LEAVE A REPLY

Please enter your comment!
Please enter your name here