ଆଗାମୀ ୨ରୁ୩ ଦିନ ମଧ୍ୟରେ ମୌସୁମୀ ଅଗ୍ରସର ହେବ

0
424

By Our Correspondent

BHUBANESWAR:  ଅଗ୍ରସର ହେଲା ମୌସୁମୀ. ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ର କିଛି ଅଂଚଳ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ର ଆହୁରି ଅନେକ ଅଂଶ, ସମ୍ପୂର୍ଣ୍ଣ  ଆଣ୍ଡାମାନ ଏବଂ ନିକୋବର ଦ୍ଵୀପପୁଞ୍ଜ , ଆଣ୍ଡାମାନ ସାଗର ଏବଂ  ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ର କିଛି ଅଞ୍ଚଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି , ୩୦ ମଇ ରେ ଅଗ୍ରସର ହୋଇଛି.

ଆଗାମୀ ୨ରୁ୩ ଦିନ ମଧ୍ୟରେ ମାଳଦୀପ, କୋମୋରିନ ଅଞ୍ଚଳ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ର ଆହୁରି କିଛି ଭାଗ , ଦକ୍ଷିଣ-ପୂର୍ଵ ବଙ୍ଗୋପସାଗର ର ଅବଶିଷ୍ଟ ଅଂଶ , କେନ୍ଦ୍ରୀୟ ବଙ୍ଗୋପସାଗର ର ଆହୁରି କିଛି ଅଂଶ ତଥା ଉତ୍ତର-ପୂର୍ବ ବଙ୍ଗୋପସାଗର ର କିଛି ଅଞ୍ଚଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବ ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି.

 ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା

ସମ୍ବଲପୁର:୩୯.୪ ଡ଼ିଗ୍ରୀ , ଝାରସୁଗୁଡା: ୩୯.୪ ଡ଼ିଗ୍ରୀ, ହୀରାକୁଦ: ୩୯.୨ ଡ଼ିଗ୍ରୀ, ଭୁବନେଶ୍ୱର: ୩୭.୦ ଡ଼ିଗ୍ରୀ, ଚାନ୍ଦବାଲି: ୩୭.୦ ଡ଼ିଗ୍ରୀ, କେନ୍ଦୁଝର: ୩୬.୨ ଡ଼ିଗ୍ରୀ, ବାଲେଶ୍ୱର: ୩୫.୬ ଡ଼ିଗ୍ରୀ , ପୁରୀ: ୩୫.୪ଡ଼ିଗ୍ରୀ, ଗୋପାଳପୁର: ୩୩.୮ ଡ଼ିଗ୍ରୀ, ପାରାଦୀପ: ୩୩.୪ ଡ଼ିଗ୍ରୀ.

LEAVE A REPLY

Please enter your comment!
Please enter your name here