ଆଇଏମଏସ ପୁରାତନ ଛାତ୍ର ସଂଘର ପ୍ରଥମ ଭେଟଘାଟ-‘ଅଭୁଲା ଅତୀତ’ ସହ ଭବିଷ୍ୟତ ଲାଗି ସମସ୍ତେ ସଂକଳ୍ପବଦ୍ଧ

0
172

By Our Correspondent

BHUBANESWAR:  ଦିନ ଯାଏ, ଚିହ୍ନ ରହେ। ଏହାହିଁ ପ୍ରମାଣ ହୋଇଛି ଇନଷ୍ଟିଚ୍ୟୁଟ ଅଫ ମିଡିଆ ଷ୍ଟଡିଜ୍ (ଆଇଏମଏସ) ର ପୁରାତନ ଛାତ୍ରଛାତ୍ରୀଙ୍କ ପ୍ରଥମ ଭେଟ ଘାଟରେ। ମଇ ୧୧ ରବିବାର, ହୋଟେଲ ସେଭେନ ମାଇଲରେ ଇନଷ୍ଟିଚ୍ୟୁଟ ଅଫ ମିଡିଆ ଷ୍ଟଡିଜ୍ ର ପୁରାତନ ଛାତ୍ରଛାତ୍ରୀଙ୍କ ମହା ସମ୍ମେଳନ ହୋଇଯାଇଛି।

ଆଇଏମଏସ ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଉପେନ୍ଦ୍ର ପାଢ଼ୀ ଚାରାରେ ପାଣି ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ | ପୁରାତନ ଛାତ୍ର ତଥା ଏବେ ପ୍ରତିଷ୍ଠିତ ସଂସ୍ଥାରେ କାର୍ଯ୍ୟରତ ସମସ୍ତ ସଦସ୍ୟ ଯୋଗ ଦେଇ ସୁଚିନ୍ତିତ ମତ ଦେଇଥିଲେ।

ଅଭୁଲା ଅତୀତ ନାମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତୀତକୁ ମନେ ପକାଇଥିଲେ ଛାତ୍ର ଛାତ୍ରୀ ଓ ଅଧ୍ୟାପକ | ଆଗାମୀ ଦିନରେ ଏହାର ପଞ୍ଜିକରଣ ସହ ଅନେକ ସମାଜ ସେବା ଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସଂଘ ଲକ୍ଷ୍ୟ ରଖିଛି |

ଅନ୍ୟମାନଙ୍କ ମଧ୍ୟରେ, ପ୍ରଫେସର୍ ଅମିତ ନିୟୋଗି, କିଶୋର ଦାସ, ଶିବଶଙ୍କର ଦାସ, ଜୟନ୍ତ ସ୍ୱାଇଁ, ମନଶ୍ୱିନୀ ମିଶ୍ର, ନଳିନୀ ପାତ୍ର, ସରିତା ଚକ୍ରବର୍ତ୍ତୀ, ଶାଲିନି ମହାପାତ୍ର, ରଘୁନାଥ ମଣ୍ଡଳ, ମନୋରଞ୍ଜନ ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ। ସେହିଭଳି ପୁର୍ବତନ ଛାତ୍ର ତଥା ବରିଷ୍ଟ ସାମ୍ବାଦିକ ସଞ୍ଜୟ ଜେନା, ଅମିୟ ପାଣି, ଭକ୍ତ ତ୍ରିପାଠୀଙ୍କ ସମେତ ଆଇଏମଏସର ୧୫୦ ରୁ ଉର୍ଦ୍ଧ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here