ଅଯଥା ପ୍ରସଙ୍ଗକୁ ଦୋହରାଇ ଓ ପାଳି କରି ମିଛ ସତ ଲଗାଇ ମନଗଢା କାହାଣି ଶୁଣାଉଛନ୍ତି ବିଜେଡି ନେତୃବୃନ୍ଦ : ଦିଲୀପ ମଲ୍ଲିକ

0
74

By Our Correspondent

BHUBANESWAR: ବିରୋଧୀ ବିଜେଡି ପାଖରେ କୈାଣସି ପ୍ରସଙ୍ଗ ନାହିଁ । ଶାସନରୁ ବିତାଡିତ ହେବା ପରେ ଅଯଥା ପ୍ରସଙ୍ଗକୁ ଦୋହରାଇ ଓ ପାଳି କରି ବିଜେଡିର ନେତାମାନେ ମିଛ ସତ ଲଗାଇ ମନଗଢା କାହାଣି ଶୁଣାଉଛନ୍ତି ।

ବିଜେଡି ନେତା ତଥା ପୂର୍ବତନ ବିଧାୟକ ସଂଜୟ ଦାସବର୍ମା ବଡ ବଡ କଥା ଶୁଣାଉଛନ୍ତି । ଯଦି ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ବିଜେଡି ସରକାରରେ ଓଡିଶାର ବାସ୍ତବରେ ବିକାଶ ହୋଇଥିଲା, ତେବେ ଲୋକଙ୍କୁ କାହିଁକି ଆମ୍ବ ଟାକୁଆ ଖାଇବାକୁ ପଡୁଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମଲ୍ଲିକ ଓଲଟା ପ୍ରଶ୍ନ କରିଛନ୍ତି ।

ବାସ୍ତବରେ ବିଜେଡି ସରକାରରେ ଓଡିଶାର ସଠିକ ବିକାଶ ହୋଇନଥିଲା । ନବୀନ ସରକାର ଅମଳରେ ରାୟଗଡା ଜିଲ୍ଲା କାଶୀପୁରଠାରେ ଦୁଇ ଦୁଇ ଥର ଅନାହାରଜନିତ ଓ ଖାଦ୍ୟାଭାବ କାରଣରୁ ୨୦ରୁ ଉର୍ଦ୍ଧ୍ୱ ମୃତ୍ୟୁବରଣ କରିଥିଲେ ।

ଏହାକୁ ଶ୍ରୀ ଦାସବର୍ମା ଭୁଲିବା ଉଚିତ ନୁହେଁ । ସରକାରରେ ଥିବାବେଳେ ବିଜେଡି ନେତା ଓ ମନ୍ତ୍ରୀମାନେ ଯେଉଁ ଭଳି ଭାବେ ମିଛ କହି ବିଭ୍ରାନ୍ତ କରୁଥିଲେ, ବର୍ତମାନ ମଧ୍ୟ ନିଜ ସ୍ଥିତି ବଂଚାଇବା ପାଇଁ ମିଛର ଆଶ୍ରୟ ନେଉଛନ୍ତି ଏବଂ ମନଗଢା କାହାଣୀ କହୁଛନ୍ତି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି । ଏଭଳି ମିଛ ପ୍ରଚାରରୁ ନିବୃତ ରହିବାକୁ ଶ୍ରୀ ମଲ୍ଲିକ ବିଜେଡି ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here