ଅବଢା ଯୋଜନା ମାଧ୍ୟମରେ ଆସିଥିବା 35 ଗୋଟି ଇ-ବସର ସମୀକ୍ଷା କରିଛନ୍ତି ମୁଖ୍ୟ ପ୍ରଶାସକ

0
113
ଅବଢା ଯୋଜନା ମାଧ୍ୟମରେ ଆସିଥିବା 35 ଗୋଟି ଇ-ବସର ସମୀକ୍ଷା କରିଛନ୍ତି ମୁଖ୍ୟ ପ୍ରଶାସକ। ସମଙ୍ଗ ପାର୍କିଂ ଠାରେ ରଖାଯାଇଥିବା ଏହି ବସଗୁଡିକୁ ନିରୀକ୍ଷଣ କରିବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ସହ ମୁଖ୍ୟ ପ୍ରଶାସକ ଆଲୋଚନା କରିଛନ୍ତି । ଗତ ତା 05-08-24 ରିଖ ପରିଚାଳନା କମିଟି ବୈଠକରେ ଏହି ଇ-ବସ୍ ଗୁଡିକ ଉପରେ ଆଲୋଚନା ହୋଇଥିଲା ।

By Our Correspondent

PURI/BHUBANESWAR:  ଅବଢା ଯୋଜନା ମାଧ୍ୟମରେ ଆସିଥିବା 35 ଗୋଟି ଇ-ବସର ସମୀକ୍ଷା କରିଛନ୍ତି ମୁଖ୍ୟ ପ୍ରଶାସକ। ସମଙ୍ଗ ପାର୍କିଂ ଠାରେ ରଖାଯାଇଥିବା ଏହି ବସଗୁଡିକୁ ନିରୀକ୍ଷଣ କରିବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ସହ ମୁଖ୍ୟ ପ୍ରଶାସକ ଆଲୋଚନା କରିଛନ୍ତି । ଗତ ତା 05-08-24 ରିଖ ପରିଚାଳନା କମିଟି ବୈଠକରେ ଏହି ଇ-ବସ୍ ଗୁଡିକ ଉପରେ ଆଲୋଚନା ହୋଇଥିଲା ।

ଓବିସିସି ପକ୍ଷରୁ ଅବଢା ଯୋଜନାରେ ଏହି 35ଟି ଇ-ବସ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଥିବା ବେଳେ ଏହି ବସ୍ ଚଳାଚଳ ତଥା ପରିଚାଳନା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ବୈଷୟିକ ଜ୍ଞାନକୌଶଳ ଏବଂ ଭିତ୍ତିଭୂମି ନଥିବା ପରିଚାଳନା କମିଟି ଆଲୋଚନା କରିଥିଲେ ।

ତେଣୁ ଏହାର ପରିଚାଳନା ପାଇଁ ଓଏସଆରଟିସି କିମ୍ବା ଅନ୍ୟ କୌଣସି ସରକାରୀ ସଂସ୍ଥାକୁ ହସ୍ତାନ୍ତର କରାଯିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟ ପ୍ରଶାସକଙ୍କୁ ପରିଚାଳନା କମିଟି ଅଧିକୃତ କରିଥିଲେ ।

ତଦନୁସାରେ, ପରବର୍ତ୍ତୀ ପଦକ୍ଷେପ ନେବା ପୂର୍ବରୁ ସ୍ଥିତି ସମୀକ୍ଷା ଏବଂ ନିରୀକ୍ଷଣ କରିଛନ୍ତି ମୁଖ୍ୟ ପ୍ରଶାସକ । ଯଥାଶୀଘ୍ର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ଇ-ବସ୍ ସମ୍ପର୍କରେ ଏକ ବୈଠକ କରାଯାଇ କାର୍ଯ୍ୟ ଖସଡା ପ୍ରସ୍ତୁତ ହେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here