By Our Correspondent
BHUBANESWAR: ମହିଳା ସଶକ୍ତିକରଣ ଏକ ନାରା ନୁହେଁ, ଏହା ଏକ ପ୍ରକ୍ରିୟା। ଯାହା ପିଢ଼ି ପରେ ପିଢ଼ି ଆଗକୁ ଚାଲିଥିବ। ମା ସାହସୀ ହେଲେ ଝିଅ ସାହସୀ ହେବ। ଜଣେ ମହିଳା ହିସାବରେ କ୍ୟାରିଅର ସହ ଶିଶୁ ଲାଳନପାଳନକୁ ମଧ୍ୟ ଗୁରତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ଅନ୍ତର୍ଜାତୀୟ ମହିଳା ଦିବସ – ୨୦୨୫ ପାଳନ ଉପଲକ୍ଷେ ଅନୁଷ୍ଠିତ ଯୁବ ସମ୍ମିଳନୀରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ତଥା ଅନ୍ୟ ମହାବିଦ୍ୟାଳୟରୁ ଆସିଥିବା ଯୁବପିଢ଼ି ମାନଙ୍କ ସହ ମହିଳା ସଶକ୍ତିକରଣ, ଯୌନ ଭିତ୍ତିକ ହିଂସା, ରାଜନୀତିରେ ମହିଳାମାନଙ୍କ ଭୂମିକା, ମାନସିକ ସ୍ୱାସ୍ଥ୍ୟ, ଲିଙ୍ଗଗତ ଅସମାନତା ଓ ମହିଳାମାନଙ୍କ ଅର୍ଥନୈତିକ ଭାଗିଦାରୀ ଉପରେ କଥାବାର୍ତ୍ତା କରିଥିଲେ।
ଯୁବପିଢ଼ିମାନଙ୍କ ନିର୍ଣ୍ଣୟ ନେବାର ସ୍ୱାଧୀନତା ଓ ନିଜ ଦକ୍ଷତା ଉପରେ ଆତ୍ମବିଶ୍ୱାସ ମହିଳା ସଶକ୍ତିକରଣକୁ ଆହୁରି ସୁଦୃଢ କରିବ। ସମାଜରେ ମହିଳାଙ୍କୁ ଦେଖିବାର ମାନସିକତା ବଦଳେଇବାର ସମୟ ଆସିଛି ବୋଲି ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି
























