ଅନ୍ତର୍ଜାତୀୟ ପୁଷ୍ଟି ଶସ୍ଯ ସମ୍ମିଳନୀ: ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ଓଡିଶା ସରକାରଙ୍କ ମୁଖପତ୍ର “ଓଡ଼ିଶା ପ୍ରସଙ୍ଗ” ଏବଂ “ଓଡ଼ିଶା ରିଭ୍ୟୁ”ର ସ୍ବତନ୍ତ୍ର ସଂସ୍କରଣ ଉନ୍ମୋଚିତ

0
295
ଭୁବନେଶ୍ବରରେ ଆୟୋଜିତ ଅନ୍ତର୍ଜାତୀୟ ପୁଷ୍ଟି ଶସ୍ଯ ସମ୍ମିଳନୀ ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ଓଡିଶା ସରକାରଙ୍କ ମୁଖପତ୍ର "ଓଡ଼ିଶା ପ୍ରସଙ୍ଗ" ଏବଂ "ଓଡ଼ିଶା ରିଭ୍ୟୁ"ର ସ୍ବତନ୍ତ୍ର ସଂସ୍କରଣ ଉନ୍ମୋଚିତ ହୋଇଛି।

By Our Correspondent

BHUBANESWAR:  ଭୁବନେଶ୍ବରରେ ଆୟୋଜିତ ଅନ୍ତର୍ଜାତୀୟ ପୁଷ୍ଟି ଶସ୍ଯ ସମ୍ମିଳନୀ ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ଓଡିଶା ସରକାରଙ୍କ ମୁଖପତ୍ର “ଓଡ଼ିଶା ପ୍ରସଙ୍ଗ” ଏବଂ “ଓଡ଼ିଶା ରିଭ୍ୟୁ”ର ସ୍ବତନ୍ତ୍ର ସଂସ୍କରଣ ଉନ୍ମୋଚିତ ହୋଇଛି।

 ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବର ଦାସ ସମ୍ମିଳନୀର ଉଦଯାପନୀ ସନ୍ଧ୍ୟାରେ ଏହାର ଉନ୍ମୋଚନ କରିଛନ୍ତି।

ଭୁବନେଶ୍ବରରେ ଆୟୋଜିତ ଦୁଇଦିନିଆ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ଆଜି ଉଦଯାପିତ ହୋଇଛି। ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବରେ ଯୋଗଦେଇ ଓଡିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବର ଦାସ ପୁଷ୍ଟି ଶସ୍ଯକୁ ମୁଖ୍ଯଧାରାରେ ସାମିଲ କରିବା ଦିଗରେ ଓଡ଼ିଶାର ଯୋଗଦାନ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିଥିଲେ।

କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଓ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ.

LEAVE A REPLY

Please enter your comment!
Please enter your name here