ଅନୁଗୋଳ ‘ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ’ର ନୂତନ ଗୃହ ପାଇଁ ଭୂମିପୂଜନ କଲେ କଲେ କେନ୍ଦ୍ରମନ୍ତ୍ରୀ , ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ଉପରେ ଦିଆଯାଉଛି ଗୁରୁତ୍ୱ – ଧର୍ମେନ୍ଦ୍ର ପ୍ରଧାନ

0
265

By Our Correspondent

ANGUL: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର  ଅନୁଗୋଳ ଛେଣ୍ଡିପଦା ସ୍ଥିତ ‘ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ’(ଡିଆଇଇଟି)ର  ନୂତନ ଗୃହ ନିର୍ମାଣ ନିମନ୍ତେ ଭୂମିପୂଜନ କରିବା ସହ ଅନୁଷ୍ଠାନର ଶିକ୍ଷକ ଓ ପ୍ରଶିକ୍ଷକମାନଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ରାଜ୍ୟରେ ଅନେକ ଦକ୍ଷତା ସମ୍ପନ୍ନ ଶିକ୍ଷକ ସୃଷ୍ଟି କରି ଗୁଣାତ୍ମକ ଶିକ୍ଷାର ବିକାଶରେ ଏହି ଅନୁଷ୍ଠାନ ମୁଖ୍ୟ ଭୂମିକା ନିର୍ବାହ କରିଆସୁଛି ।  ବର୍ତ୍ତମାନ ସମୟରେ ଟେକ୍ନୋଲୋଜି ମନୁଷ୍ୟ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପ୍ରଣୀତ ଜାତୀୟ ଶିକ୍ଷା ନୀତିରେ ଶିକ୍ଷକଙ୍କ କାପାସିଟି ବଲଡିଂକୁ ମଜଭୂତ୍ କରିବା ସହ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଁ ଦକ୍ଷତା ଭିତ୍ତିକ ଶିକ୍ଷା ପ୍ରଦାନ ଉପରେ ପ୍ରାଥମିକତା ଦିଆଯାଉଛି ।  ଶିକ୍ଷା ଏବଂ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧିରେ ଏଆଇର ଉପଯୋଗ ବର୍ତ୍ତମାନ ସମୟର ଆବଶ୍ୟକତା । ଶିକ୍ଷକଙ୍କୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍ ସ୍କିଲିଂ କରିବା ଦିଗରେ ଏଆଇ ଟେକ୍ନୋଲୋଜିର ବ୍ୟବହାର ଉପରେ ଭାରତ ସରକାର ଗୁରୁତ୍ୱ ଦେଉଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ଅନୁଷ୍ଠାନ ପରିସରରେ ଥିବା ପ୍ରଥିତଯଶା କବି ପଦ୍ମଶ୍ରୀ ରାଧାନାଥ ଗଡ଼ନାୟକଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।“ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଅଧୀନରେ ବୃକ୍ଷରୋପଣ କରିବା ସହ ଗଥ ଲଗାଇବା ପାଇଁ ସମସ୍ତଙ୍କୁ ପ୍ରୋତ୍ସାହିତ କରିଥିଲେ ।

LEAVE A REPLY

Please enter your comment!
Please enter your name here