ଅନୁଗୋଳ ଜିଲ୍ଲାର ଆମ୍ବର ଅନନ୍ୟ ସ୍ୱାଦ ଦିଲ୍ଲୀବାସୀଙ୍କୁ ଆକୃଷ୍ଟ କରିବ , ଧର୍ମେନ୍ଦ୍ର ପ୍ରଧାନ

0
564

By Our Correspondent

BHUBANESWAR:  ନୂଆଦିଲ୍ଲୀରେ ଅନୁଗୋଳରୁ ଆସିଥିବା ସୁସ୍ୱାଦୁ ଆମ୍ବ ପାଇ ଖୁସିବ୍ୟକ୍ତ କରିବା ସହ ଦିଲ୍ଲୀକୁ ଆସୁଥିବା ଏହି ଆମ୍ବର ଅନନ୍ୟ ସ୍ୱାଦ ରାଜଧାନୀବାସୀଙ୍କୁ ଆକୃଷ୍ଟ କରିବ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ମୋର ଗୃହ ଜିଲ୍ଲା ଅନୁଗୋଳ ବାଗଡିଆ ଖମାର ଗାଁରେ ଜୈବିକ ପଦ୍ଧତିରେ ଚାଷ କରାଯାଉଥିବା ଆମ୍ରପାଲି, ମଲ୍ଲିକା ଆମ୍ବ ଦିଲ୍ଲୀରେ ପାଇ ଆନନ୍ଦିତ । ଆମ୍ବ ପ୍ରଦାନ କରିଥିବା ସଫଲ୍ ପ୍ରଡକ୍ଟ କମ୍ପାନୀର ଅଧିକାରୀ ପ୍ରଦୀପ୍ତ ସାହୁ ଏବଂ ଚାଷୀ ଅଜିତ୍ କୁମାର ଗଡନାୟକଙ୍କୁ ଧନ୍ୟବାଦ ।

ସଫଲ ପ୍ରଡକ୍ଟ,, ଲାଇଭିଲି ହୁଡ୍ ଅଲଟରନେଟିଭ୍ ଏବଂ ମାଆ ବାୟାଣୀ ଏଗ୍ରୋଫେଡ୍ ଏଫପିଓର ମିଳିତ ସହଯୋଗରେ ବଗିଚାର ଆମ୍ବ ଦିଲ୍ଲୀବାସୀଙ୍କ ପାଖରେ ପହଞ୍ଚିବା ସମ୍ଭବ ହୋଇପାରିଛି । ଏହି ପଦକ୍ଷେପ ଯୋଗୁଁ ଗ୍ରାମୀଣ ଉତ୍ପାଦକ ଏବଂ ସହରାଞ୍ଚଳରେ ରହୁଥିବା ଗ୍ରାହକଙ୍କ ମଧ୍ୟରେ ବ୍ୟବଧାନ ହ୍ରାସ ପାଇଛି । ଓଡ଼ିଶାର ଏହି ସୁସ୍ୱାଦୁ ଆମ୍ବ, ଦିଲ୍ଲୀରେ ଥିବା ଆମ୍ବ ପ୍ରେମୀମାନେ ଉପଭୋଗ କରିବେ । ଏହି ଉଦ୍ୟମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ଆତ୍ମନିର୍ଭର କୃଷି ଏବଂ ଆତ୍ମନିର୍ଭର କିଷାନର ପରିକଳ୍ପନାକୁ ସାକାର କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।

LEAVE A REPLY

Please enter your comment!
Please enter your name here